Indus Valley Times

ଓଡ଼ିଶାକୁ ସଫଳତା: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପରିଚାଳନାରେ ଓଡ଼ିଶା ଆଗରେ

 Breaking News

ଓଡ଼ିଶାକୁ ସଫଳତା: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପରିଚାଳନାରେ ଓଡ଼ିଶା ଆଗରେ

July 05
20:17 2022

ନୂଆଦିଲ୍ଲୀ,୫/୭: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପରିଚାଳନାରେ ଓଡ଼ିଶା ଶୀର୍ଷ ସ୍ଥାନ ହାସଲ କରିଛି । ଓଡ଼ିଶା ପଛକୁ ଉତ୍ତର ପ୍ରଦେଶ ଦ୍ୱିତୀୟରେ ଏବଂ ଆନ୍ଧ୍ର ପ୍ରଦେଶ ତୃତୀୟ ସ୍ଥାନରେ ରହିଛି । କେନ୍ଦ୍ର ସରକାର ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୁଷ ଗୋୟଲ ରାଜ୍ୟଗୁଡିକ ଖାଦ୍ୟଯୋଗାଣ ମନ୍ତ୍ରୀଙ୍କ ସମ୍ମିଳନୀରେ ଏସଏଫଏସଏ ପାଇଁ ରାଜ୍ୟ ଗୁଡିକର ରାଙ୍କିଂ ଇଣ୍ଡେକ୍ସ-୨୨ ଜାରି କରିଛନ୍ତି । ଏହି ରାଙ୍କିଂରେ ସମସ୍ତ ରାଜ୍ୟ ଗୁଡିକୁ ନେଇ କରାଯାଇଛି । ପ୍ରଥମ ଥର ପାଇଁ ଏହି ରାଙ୍କିଂ ଜାରି କରାଯାଇଛି।
ସ୍ୱତନ୍ତ୍ର ଶ୍ରେଣୀର ରାଜ୍ୟ( ପୂର୍ବୋତ୍ତର ରାଜ୍ୟ, ହିମାଳୟ ରାଜ୍ୟ ଏବଂ ଦ୍ୱିପୀୟ ରାଜ୍ୟ)ରେ ତ୍ରିପୁରା ପ୍ରଥମ ସ୍ଥାନରେ ରହିଛି। ଏହାପରେ କ୍ରମଶଃ ହିମାଚଳ ପ୍ରଦେଶ ଏବଂ ସିକ୍କିମର ସ୍ଥାନ ରହିଛି । ରିପୋର୍ଟରେ କୁହାଯାଇଛି, ଲଜିଷ୍ଟିକ ମୋର୍ଚ୍ଚାରେ ନିଜ ସୀମା ଭିତରେ ରହି ଏହି ରାଜ୍ୟ ଗୁଡିକ ସାମାନ୍ୟ ଶ୍ରେଣୀର ପ୍ରଦେଶ ସହ ଭଲ ପ୍ରତିଯୋଗୀତା କରିଛନ୍ତି।
କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ରିପୋର୍ଟ ଅନୁସାରେ ଓଡିଶା ୦.୮୩୬ ଅଙ୍କ ସହ ପ୍ରଥମ ସ୍ଥାନରେ ରହିଛି । ଏହାପରେ ଉତ୍ତର ପ୍ରଦେଶ ୦.୭୯୭ ଅଙ୍କ ଏବଂ ଆନ୍ଧ୍ର ପ୍ରଦେଶ ୦.୭୯୪ ହାସଲ କରିଛନ୍ତି। ଗୁଜରାଟ ରାଙ୍କିଂର ଚତୁର୍ଥ ସ୍ଥାନରେ ରହିଛି। ଏହାପରେ ସୂଚୀରେ ସାମିଲ ଅନ୍ୟ ରାଜ୍ୟରେ ଦାଦରା ନଗର ହାବେଲୀ, ଡାମନ ଦୀପ, ମଧ୍ୟ ପ୍ରଦେଶ, ବିହାର, କର୍ଣ୍ଣାଟକ, ତାମିଲନାଡୁ ଏବଂ ଝାଡଖଣ୍ଡ ରହିଛି।
ଏହାଛଡା ରାଙ୍କିଂର ୧୧ତମ ସ୍ଥାନରେ କେରଳ ରହିଛି। ତେଲେଙ୍ଗାନା ୧୨ତମ, ମହାରାଷ୍ଟ୍ର ୧୩ତମ, ପଶ୍ଚିମବଙ୍ଗ ୧୪ତମ ଏବଂ ରାଜସ୍ଥାନ ୧୫ତମ ସ୍ଥାନରେ ରହିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031