Indus Valley Times

ଓଡ଼ିଶାରେ ୧୨ ଲକ୍ଷ ପରିବାର କଚ୍ଚା ଘରେ ରହୁଛନ୍ତି : ମନ୍ତ୍ରୀ

 Breaking News

ଓଡ଼ିଶାରେ ୧୨ ଲକ୍ଷ ପରିବାର କଚ୍ଚା ଘରେ ରହୁଛନ୍ତି : ମନ୍ତ୍ରୀ

ଓଡ଼ିଶାରେ ୧୨ ଲକ୍ଷ ପରିବାର କଚ୍ଚା ଘରେ ରହୁଛନ୍ତି : ମନ୍ତ୍ରୀ
July 26
17:42 2022

ଭୁବନେଶ୍ବର ୨୬/୭: ରାଜ୍ୟର ୧୨ ଲକ୍ଷ ୨୪ ହଜାର ୭୨୫ ପରିବାର କଚ୍ଚା ଘରେ ରହୁଛନ୍ତି । ସେହିପରି ରାଜ୍ୟର ବର୍ତ୍ତମାନ ୨୧,୨୩୯ ଭୂମିହୀନ ପରିବାର ରହିଛନ୍ତି ।
ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ନିର୍ମାଣ କାର‌୍ୟ୍ୟ ଶେଷ କରିଥିବା ୨୩ ଲକ୍ଷ ୮୨ ହଜାର ୮୮୪ ହିତାଧିକାରୀଙ୍କୁ ମିଳିଛି ଗୃହ ମରାମତି ସହାୟତା । ଏଥିପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି ୭୧୪ କୋଟି ୮୬ ଲକ୍ଷ ୫୨ ହଜାର ଟଙ୍କା ।
ଆର୍ଥିକ ବର୍ଷ ୨୦୨୧-୨୨ରେ ଅର୍ଥରୁ PMAY(G) ଓ BPGY ଯୋଜନାରେ ୫,୫୬୪ କୋଟି ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର ହୋଇଥିଲା । ଏହି ମଞ୍ଜୁର ଅର୍ଥରୁ PMAY(G) ଓ BPGY ଗୃହ ନିର୍ମାଣ ସହିତ ଗୃହ ମରାମତି ଖର୍ଚ୍ଚ ବହନ ହୋଇଛି । ଚଳିତ ଆର୍ଥିକ ବର୍ଷରେ BPGY ଯୋଜନାରେ ୪୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।
ତନ୍ମଧ୍ୟରୁ ଗୃହ ମରାମତି ଖର୍ଚ୍ଚ ବହନ କରାଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସୂଚନା ଦେଇଛନ୍ତି । ବିଧାନସଭାରେ ବିଜେପି ବିଧାୟକ ନାଉରୀ ନାୟକଙ୍କ ପ୍ରଶ୍ନରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଲିଖିତ ଉତ୍ତର ରଖିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031