Indus Valley Times

ଓୟୁଏଟିର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

 Breaking News

ଓୟୁଏଟିର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଓୟୁଏଟିର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
February 11
08:41 2022

ଭୁବନେଶ୍ବର, ୧୧/୨: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ମହିଳା ସହକାରୀ ପ୍ରଫେସର ବାସନ୍ତୀ ଜେନାଙ୍କ ଆତ୍ମହତ୍ୟାର କାରଣ ସାମ୍ନାକୁ ଆସିଛି। ଏନେଇ ମୁହଁ ଖୋଲିଛନ୍ତି ବାସନ୍ତୀ ଜେନାଙ୍କ ସ୍ବାମୀ ସହକାରୀ ପ୍ରଫେସର ଦେବୀପ୍ରସନ୍ନ ଦାସ। ସେ କହିଛନ୍ତି, ପତ୍ନୀ ଦୀର୍ଘ ଦିନ ଧରି ପୁଅର ଅସୁସ୍ଥତା ନେଇ ଚିନ୍ତିତ ଥିଲେ।
ପୁଅ ଠିକ୍ ନଥିବା ହେତୁ ସେ ସବୁବେଳେ ବ୍ୟସ୍ତ ହେଉଥିଲେ। ଗତକାଲି ବି ସେ ଅଫିସକୁ ଯାଇଥିଲେ। ହେଲେ ଆତ୍ମହତ୍ୟା କରିବେ ବୋଲି ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ। ଉଭୟଙ୍କ ଭିତରେ ସଂପର୍କ ଖୁବ୍ ମଜଭତ ଥିଲା। ସେଦୁହେଁ ପ୍ରେମ ବିବାହ କରିଥିଲେ।
ସୂଚନାଯୋଗ୍ୟ, ଦେବୀପ୍ରସନ୍ନ ଦାସଙ୍କ ପତ୍ନୀ ବାସନ୍ତୀ ଜେନାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ମାର୍ଗ (ଶବ ସଂରକ୍ଷିତ ଗୃହ)ରେ ରଖାଯାଇଛି। ଆଜି ପଞ୍ଚନାମା ଓ ପ୍ରାଥମିକ ଅନୁସନ୍ଧାନ ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ଏହି ଖବର ଜଣାପଡ଼ିବା ପରେ ଓୟୁଏଟିର ଏକାଧିକ ଅଧ୍ୟାପକ, କର୍ମଚାରୀ ହସ୍ପିଟାଲରେ ପହଞ୍ଚିଥିଲେ। ବିଳମ୍ବିତ ରାତିରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
ମିଳିଥିବା ସୂଚନା ଅନୁସାରେ, ଉଭୟ ଦେବୀପ୍ରସନ୍ନ ଓ ବାସନ୍ତୀ ଓୟୁଏଟିର ପ୍ରଫେସର୍। ସେମାନେ ବିଶ୍ବବିଦ୍ୟାଳୟ କ୍ବାର୍ଟର୍ସରେ ରୁହନ୍ତି। ବିଳମ୍ବିତ ରାତିରେ ବେକରେ ଏକ ଲୁଗା ବାନ୍ଧି ବାସନ୍ତୀ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031