କଇଁ ଫୁଲ ତୋଳିବା ହେଲା କାଳ, ପାଣିରେ ବୁଡ଼ି ଦୁଇଭାଇଙ୍କ ମୃତ୍ୟୁ
October 18
16:41
2021
ଯାଜପୁର, ୧୮/୧୦: ଜୋରରେ ବୁଡ଼ିଗଲେ ଦୁଇ ଭାଇ। କଇଁ ଫୁଲ ତୋଳିବାକୁ ଯାଇ ବୁଡ଼ିଗଲେ ଦୁଇ ଭାଇ। ଏପରି ଘଟଣା ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଞ୍ଚଳରେ ଘଟିଛି।
ମଙ୍ଗଳପୁର ଥାନା ତରପଦା ପଞ୍ଚାୟତ ଗୋପକୂଳ ଗାଁର କୁନି ଜେନାଙ୍କ ପୁଅ ବିଭୁତି ଜେନା(୧୪) ଓ ଉମା ଜେନାଙ୍କ ପୁଅ ଦିବ୍ୟ ରଞ୍ଜନ ଜେନା(୧୭) କଇଁ ଫୁଲ ତୋଳିବାକୁ ବୈତରଣୀ ନଦୀର କୁଟୁରିଆଠାରେ ଥିବା ଜୋରକୁ ଯାଇଥିଲେ।
କଇଁଫୁଲ ତୋଳୁଥିବା ବେଳେ ସେମାନେ ବୁଡ଼ିଯାଇଥିଲେ। ଦୀର୍ଘ ସମୟ ଧରି ଦୁଇ ଭାଇ ଘରକୁ ନଫେରିବାରୁ ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ। ପରେ ଜୋରରେ ଖୋଜିବାରୁ ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର ହୋଇଛି।