Indus Valley Times

କଙ୍ଗନାଙ୍କ ‘ଏମରଜେନ୍ସି’ ରେ ମହିମା ଚୌଧୁରୀଙ୍କ ଏଣ୍ଟ୍ରି, ପୁପୁଲ ଜୟକର ଭୂମିକାରେ ଆସିବେ ନଜର

 Breaking News

କଙ୍ଗନାଙ୍କ ‘ଏମରଜେନ୍ସି’ ରେ ମହିମା ଚୌଧୁରୀଙ୍କ ଏଣ୍ଟ୍ରି, ପୁପୁଲ ଜୟକର ଭୂମିକାରେ ଆସିବେ ନଜର

କଙ୍ଗନାଙ୍କ ‘ଏମରଜେନ୍ସି’ ରେ ମହିମା ଚୌଧୁରୀଙ୍କ ଏଣ୍ଟ୍ରି, ପୁପୁଲ ଜୟକର ଭୂମିକାରେ ଆସିବେ ନଜର
August 21
11:55 2022

ନୂଆଦିଲ୍ଲୀ ୨୧/୮: କଙ୍ଗନା ରଣାୱତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଏମରଜେନ୍ସି’ ରେ ଜଣେ ଦିଗଜ ଅଭିନେତ୍ରୀ ଏଣ୍ଟ୍ରି କରିଛନ୍ତି। ଫିଲ୍ମର ଏକ ନୂଆ ପୋଷ୍ଟର ସେୟାର କରି କଙ୍ଗନା ଏ ବିଷୟରେ ସୂଚନା ଦେଇଛନ୍ତି।
ସେ ପୋଷ୍ଟର ସେୟାର କରି ଲେଖିଛନ୍ତି, ଫିଲ୍ମରେ ମହିମା ଚୌଧରୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିବେ। ସେ ଏହି ଫିଲ୍ମରେ ପୁପୁଲ ଜୟକର ଭୂମିକାରେ ଅଭିନୟ କରିବେ।
ପୁପୁଲ ଇନ୍ଦିରା ଗାନ୍ଧୀଙ୍କ ଅତି ନିକଟତର ଥିଲେ। ସେ ତାଙ୍କର ବନ୍ଧୁ, ଲେଖିକା ଏବଂ ବିଶ୍ୱସ୍ତ ଥିଲେ। ସେ ୧୫ ବର୍ଷ ବୟସରୁ ଇନ୍ଦିରାଙ୍କର ବନ୍ଧୁ ଥିଲେ। ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ପରେ ସେ ତାଙ୍କର ସାଂସ୍କୃତିକ ପରାମର୍ଶଦାତା ହୋଇଥିଲେ।
ଫିଲ୍ମର ପୋଷ୍ଟର ସେୟାର କରି କଙ୍ଗନା ଲେଖିଛନ୍ତି, ‘ମହିମା ଚୌଧୁରୀ ପ୍ରସ୍ତୁତ, ଯିଏକି ପୁପୁଲ ଜୟକର ଚରିତ୍ରରେ ଅଭିନୟ କରୁଛନ୍ତି। ଯିଏ ଆଇରନ୍ ଲେଡି (ଇନ୍ଦିରା ଗାନ୍ଧୀ) ଙ୍କ ଉତ୍ଥାନ-ପତନ, ଘନିଷ୍ଠ ଏବଂ ବ୍ୟକ୍ତିଗତ ଜିନିଷକୁ ଦୁନିଆ ଆଗରେ ରଖିଥିଲେ।
ପପୁଲ ଜୟକର ଜଣେ ବନ୍ଧୁ, ଲେଖିକା ଏବଂ ବିଶ୍ୱସ୍ତ ବ୍ୟକ୍ତି। ହ୍ୟାସଟ୍ୟାଗ ଏମରଜେନ୍ସି।’ ଏଥି ସହ ମହିମା ଚୌଧୁରୀ ମଧ୍ୟ ଏହି ଫିଲ୍ମରେ ଯୋଗ ଦେଇ ଖୁସି ବ୍ୟକ୍ତ କରିଛନ୍ତି।
ଫିଲ୍ମର ପୋଷ୍ଟର ସେୟାର କରି ମହିମା ଚୌଧୁରୀ ଲେଖିଛନ୍ତି, ପୁପୁଲ ଜୟକରଙ୍କ ଭୂମିକା ଗ୍ରହଣ କରି ଉତ୍ସାହିତ ଏବଂ ସମ୍ମାନୀତ ଅନୁଭବ କରୁଛି। ଏହା ସହିତ ସେ କଙ୍ଗନାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।
ସେ ଲେଖିଛନ୍ତି, କଙ୍ଗନା ରଣାୱତ ତୁମେ ପ୍ରକୃତରେ ଦକ୍ଷ, ନିର୍ଭୀକ, ସାହସୀ ଏବଂ ଅତ୍ୟନ୍ତ ପ୍ରତିଭାଶାଳୀ। ଏମରଜେନ୍ସିରେ ଆପଣଙ୍କ ସହ କାମ କରି ମୁଁ ଗର୍ବିତ।
ମହିମା ଆହୁରି ଲେଖିଛନ୍ତି, ‘ଆପଣଙ୍କ ସହ କାମ କରିବା ଏପରି ଏକ ଅନୁଭବ ଯେ ଆପଣ ସବୁକିଛି ସହଜରେ କରିପାରିବେ – ଜଣେ ଅଭିନେତ୍ରୀ, ନିର୍ଦ୍ଦେଶକ, ନିର୍ମାତା! ମୋତେ ପପୁଲ ଭାବରେ କାଷ୍ଟିଂ କରିଥିବାରୁ ଧନ୍ୟବାଦ।’

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031