Indus Valley Times

କଟକରେ ବଡ଼ଧରଣର ସେକ୍ସ ରାକେଟ୍ ଠାବ, ୱେବ୍ ଚ୍ୟାନେଲ ଅଫିସ ଭିତରେ ଚାଲିଥିଲା ଦେହ ବ୍ୟବସାୟ

 Breaking News

କଟକରେ ବଡ଼ଧରଣର ସେକ୍ସ ରାକେଟ୍ ଠାବ, ୱେବ୍ ଚ୍ୟାନେଲ ଅଫିସ ଭିତରେ ଚାଲିଥିଲା ଦେହ ବ୍ୟବସାୟ

କଟକରେ ବଡ଼ଧରଣର ସେକ୍ସ ରାକେଟ୍ ଠାବ, ୱେବ୍ ଚ୍ୟାନେଲ ଅଫିସ ଭିତରେ ଚାଲିଥିଲା ଦେହ ବ୍ୟବସାୟ
January 24
18:35 2023

କଟକ,୨୪/୧ : କଟକ ସୂର୍ଯ୍ୟବିହାର ଅଞ୍ଚଳରେ ଚାଲିଥିଲା ଦେହ ବେପାର। କୌଣସି ସୂତ୍ରରୁ ଖବର ପାଇ ବାଦାମବାଡ଼ି ଥାନା ପୁଲିସ୍ ଅଚାନକ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ପୁଲିସ୍ ଅଟକ ଥିବା ୫ ଦେହଜୀବୀଙ୍କ ମଧ୍ୟରେ ଜଣେ ରାଣୀ ମହୁମାଛି ମଧ୍ୟ ରହିଛି। ସବୁଠାରୁ ବଡ଼ କଥା ୱେବ୍ ଚ୍ୟାନେଲ ଅଫିସ ଭିତରେ ଚାଲିଥିଲା ଏହି ସେକ୍ସ ରାକେଟ। ଏହି ମାମଲାରେ ପୁଲିସ୍ ଦୁଇ ଜଣ ଗ୍ରାହକଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ୍।
ଚଢ଼ଉ ସମୟରେ ପୁଲିସ୍ ସେଠାରୁ ମୋବାଇଲ ଓ ଡାଏରୀ ଜବତ କରିଛି। ଜବତ ହୋଇଥିବା ଡାଏରୀ କାହାର ଓ ସେଥିରେ କ’ଣ ଅଛି- ସେ ନେଇ ପୁଲିସ୍ ମୁହଁ ଖୋଲି ନାହିଁ। ଅନ୍ୟପକ୍ଷରେ ସେଠାରେ କେତେଦିନ ଧରି ଦେହ ବେପାର ଚାଲିଥିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। କମିଶନରେଟ୍ ପୁଲିସ୍ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031