Legatus

କଣ୍ଟାବାଞ୍ଜିରେ ଲକ୍ଷ୍ଣଣ-ସାଲୁଜାଙ୍କ ଚିନ୍ତା ବଢ଼ିଲା: ମୁଖ୍ୟମନ୍ତ୍ରୀ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ

 Breaking News

କଣ୍ଟାବାଞ୍ଜିରେ ଲକ୍ଷ୍ଣଣ-ସାଲୁଜାଙ୍କ ଚିନ୍ତା ବଢ଼ିଲା: ମୁଖ୍ୟମନ୍ତ୍ରୀ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ

କଣ୍ଟାବାଞ୍ଜିରେ ଲକ୍ଷ୍ଣଣ-ସାଲୁଜାଙ୍କ ଚିନ୍ତା ବଢ଼ିଲା: ମୁଖ୍ୟମନ୍ତ୍ରୀ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ
April 17
15:04 2024

ଭୁବନେଶ୍ବର, ୧୭/୪ : ବିଜେଡ଼ିର ପଞ୍ଚମ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ତାଲିକାରେ ୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। କଣ୍ଟାବାଞ୍ଚିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢ଼ିବେ ବୋଲି ଘୋଷଣା କରାଯାଇଛି।
ଏପରି କରି ବିଜେଡ଼ି କଣ୍ଟାବାଞ୍ଜିରେ ବିଜେପି ଏବଂ କଂଗ୍ରେସକୁ କଡ଼ା ଟକ୍କର ଦେବା ସହିତ ନୂଆ ରଣନୀତି ଆପଣେଇଛି।ନବୀନ ହିଞ୍ଜିଳି ସହ କଣ୍ଟାବାଞ୍ଜିରେ ଲଢ଼ିବା ନେଇ ଘୋଷଣା କରିବା ପରେ ରାଜ୍ୟରେ ସାଧାରଣ ନିର୍ବାଚନ ପରେ ଆଉ ଏକ ଉପନିର୍ବାଚନ ହେବାର ସମ୍ଭାବନା ସୃଷ୍ଟି ହୋଇଛି।
ଏହି ବିଧାନସଭା ଆସନରେ କଂଗ୍ରେସ ପକ୍ଷରୁ ସନ୍ତୋଷ ସିଂ ସାଲୁଜାଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ବିଜେପି ପକ୍ଷରୁ ଲକ୍ଷ୍ମଣ ବାଗ୍ଙ୍କୁ ପ୍ରାର୍ଥୀ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆସନରୁ ଲଢ଼ିବା ନେଇ ଘୋଷଣା ପରେ ଲକ୍ଷ୍ମଣ ଏବଂ ସାଲୁଜାଙ୍କ ଚିନ୍ତା ବଢ଼ିଯାଇଛି। ସେମାନଙ୍କର ବିଜୟ ନେଇ ଏବେ ଆଶଙ୍କା ପ୍ରକାଶ ପାଇଛି। ସେମାନଙ୍କ ଆଗରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭାବେ ଛିଡ଼ା ହୋଇଛନ୍ତି।
ପଶ୍ଚିମ ଓଡ଼ିଶା ଭୋଟକୁ ହାତେଇବା ପାଇଁ ବିଜେଡି ଏହି ରଣନୀତି ପ୍ରସ୍ତୁତ କରିଛି। ଦଳର ଜଣେ ଆଗ ଧାଡ଼ିର ନେତ୍ରୀଙ୍କୁ ସେଠାରେ ଥଇଥାନ କରିବା ପାଇଁ ବିଜେଡି ଏହି କାର୍ଡ ଖେଳିଥିବା ଚର୍ଚ୍ଚା ହେଉଛି।
୨୦୧୯ ବିଧାନସଭା ନିର୍ବାଚନରେ ନବୀନ ହିଞ୍ଜିଳି ସହ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ।
କିନ୍ତୁ ପରେ ବିଜେପୁର ଛାଡ଼ିବାରୁ ସେଠାରେ ରୀତା ସାହୁ ଦଳୀୟ ପ୍ରାର୍ଥୀ ହୋଇ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଥିଲେ। ସମାନ ଢଙ୍ଗରେ ଜଣେ ଦଳୀୟ ନେତ୍ରୀଙ୍କୁ ଆଖି ଆଗରେ ରଖି ବିଜେଡି ଏହି କାର୍ଡ ଖେଳିଛି।
କଣ୍ଟାବାଞ୍ଜିରୁ ମୁଖ୍ୟମନ୍ତ୍ରୀ ଲଢ଼ିପାରନ୍ତି ବୋଲି କିଛିଦିନ ତଳେ ଚର୍ଚ୍ଚା ହେଉଥିଲା। କଣ୍ଟାବାଞ୍ଜିରୁ ନବୀନ ପ୍ରାର୍ଥୀ ହୋଇ ଏହି ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।
ଅନ୍ୟପକ୍ଷରେ କିଛି ଦିନ ତଳେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା।
ଏହା ସହ ଦଳ ତାଙ୍କୁ କଣ୍ଟାବାଞ୍ଜିରୁ ପ୍ରାର୍ଥୀ କରିବ ବୋଲି କଳ୍ପନାଜଳ୍ପନା ଜୋର ଧରିଥିଲା। ଗଣିତ ନ ଛିଡ଼ିବାରୁ ସନ୍ତୋଷ ସିଂହ ସାଲୁଜା ବିଜେଡିରେ ସାମିଲ ହୋଇନଥିଲେ। ଏସବୁ ଭିତରେ ନବୀନ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930