Indus Valley Times

କନ୍ଧମାଳ : ଡାଲି ଜାତୀୟ ବିହନ ବିଶୋଧନ ପ୍ରଦର୍ଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

 Breaking News

କନ୍ଧମାଳ : ଡାଲି ଜାତୀୟ ବିହନ ବିଶୋଧନ ପ୍ରଦର୍ଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

କନ୍ଧମାଳ : ଡାଲି ଜାତୀୟ ବିହନ ବିଶୋଧନ ପ୍ରଦର୍ଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
September 16
18:58 2021

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୬/୯ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ କୃଷି ଜିଲା ଅଧିକାରୀଙ୍କ ଆନୁକୂଲ୍ୟରେ ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସିମନବାଡ଼ି ପଞ୍ଚାୟତ ସଭାଗୃହ ଠାରେ ବିହନ ବିଶୋଧନ ପ୍ରଦର୍ଶନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏହି ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମକୁ ଭ୍ରମରବାଡ଼ି ଅନ୍ତର୍ଗତ ନୂଆସାହିର ଆନନ୍ଦମୟୀ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତିଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ଜଣାପଡ଼ିଛି । ଏହି ପ୍ରଶିକ୍ଷଣ ଶିବିରରେ ବ୍ଲକ କୃଷି ଅଧିକାରୀ ବୃନ୍ଦାବନ ବେହେରା ବିହନ ବିଶୋଧନ କାହିଁକି କରିବା ଓ କରିବା ଦ୍ୱାରା ତାର ଉପକାରିତା କଣ ସେନେଇ କୃଷକଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ।
ଏଥିରେ ସିମନବାଡ଼ି ପଞ୍ଚାୟତ ଅଞ୍ଚଳର ୫୦ ଜଣ ଚାଷୀ ଭାଗ ନେଇଥିଲେ । ଏହି ବିହନ ବିଶୋଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଡାଲି ଜାତୀୟ ଫସଲ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ଶିବିରରେ କୃଷି ବିଭାଗର କୃଷି ଵୈଷୟିକ ପରିଚାଳକ ଅରୁଣ ପଟନାୟକ, କୃଷି ଅଧି ଦର୍ଶକ କାଳିନ୍ଦୀ ଚରଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031