Indus Valley Times

କନ୍ଧମାଳ ଦଙ୍ଗା ଘଟଣାରେ ପ୍ରମାଣ ଅଭାବରୁ ୩୨ଜଣ ନିର୍ଦୋଷ ରେ ଖଲାସ

 Breaking News

କନ୍ଧମାଳ ଦଙ୍ଗା ଘଟଣାରେ ପ୍ରମାଣ ଅଭାବରୁ ୩୨ଜଣ ନିର୍ଦୋଷ ରେ ଖଲାସ

କନ୍ଧମାଳ ଦଙ୍ଗା ଘଟଣାରେ ପ୍ରମାଣ ଅଭାବରୁ ୩୨ଜଣ ନିର୍ଦୋଷ ରେ ଖଲାସ
June 04
09:47 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୪/୬:କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଜଳେଶପଟ୍ଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ସମେତ ଚାରି ଜଣ ସହଯୋଗୀ ଅଜଣା ଆତତାୟୀ ଙ୍କ ଗୁଳିରେ ନିହତ ହୋଇଥିଲେ । ଏହାକୁ ନେଇ ପରବର୍ତ୍ତୀ ସମୟରେ ସମଗ୍ର କନ୍ଧମାଳ ରେ ଦଙ୍ଗା ଭଳି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା ।
ଏହି ଘଟଣା ରେ ସଂଶ୍ଲିଷ୍ଟ ଥିବା ଅଭିଯୋଗ ରେ ବହୁ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଏକ ମାମଲାର ବିଚାର କରି ବାଲିଗୁଡା ଅତିରିକ୍ତ ସେସନ ଜଜ୍ ଦୀପଙ୍କର ପଟ୍ଟନାୟକ କନ୍ଧମାଳ ଦଙ୍ଗା ଘଟଣା ରେ ଗିରଫ ହୋଇଥିବା ୩୨ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦୋଷ ରେ ଖଲାସ କରିଛନ୍ତି ।
ପ୍ରକାଶ ଯେ, ଦାରିଙ୍ଗବାଡି ଥାନା କେଶ ନଂ.୫୭/ତା.୦୨.୦୯.୨୦୦୮ ପ୍ରକାରେ ଏକ ମକଦ୍ଦମା ରୁଜୁ ହୋଇଥିଲା । ଉକ୍ତ ମକଦ୍ଦମା କୁ ଭିର୍ତ୍ତି କରି କେଶ ଚାଲିଥିଲା ।
ତାହାର ଶୁଣାଣୀ ରେ କନ୍ଧମାଳ ଦଙ୍ଗା ଘଟଣା ରେ ଗିରଫ ହୋଇଥିବା ୩୨ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦୋଷ ରେ ଖଲାସ କରିଛନ୍ତି । ଏହି ମକଦ୍ଦମାକୁ ବାଲିଗୁଡାର ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର କୁମାର ପାତ୍ର ପରିଚାଳନା କରୁଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031