Indus Valley Times

କନ୍ଧମାଳ: ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ ଗୁରୁତର, ଜଣେ ଆହତ

 Breaking News

କନ୍ଧମାଳ: ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ ଗୁରୁତର, ଜଣେ ଆହତ

କନ୍ଧମାଳ: ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ ଗୁରୁତର, ଜଣେ ଆହତ
March 21
19:36 2023

ସଞ୍ଜୟ ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା,୨୧/୩: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି ।
ଘଟଣା ପ୍ରକାରେ ଆଜି ସକାଳେ ପ୍ରାୟ ୧୧ଟା ସମୟରେ ତୁମୁଡ଼ିବନ୍ଧ ପଟୁ ଜଣେ ମଦ୍ୟପ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ମୋଟରସାଇକେଲ ଯୋଗେ ଦୃତ ଗତିରେ ଆସୁଥିବା ବେଳେ ତୁମୁଡ଼ିବନ୍ଧ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଦୁଇ ବାଇକ୍ ମୁହାଁମୁହିଁ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ବାଲିଗୁଡ଼ା ଥାନା କତେରୀଭଟ୍ଟା ଗ୍ରାମର ଆସିଷ୍ଟାଣ୍ଟ ପ୍ରଫେସର ଡ଼ଃ କୈଳାସଚନ୍ଦ୍ର ମଲ୍ଲିକ ଜେକେପୁର,ରାୟଗଡ଼ା ମଡେଲ ଡିଗ୍ରୀ କଲେଜରେ କାର୍ଯ୍ୟ ରେ ଯୋଗଦେବାକୁ ମୋଟରସାଇକେଲ ଯୋଗେ ଯାଉଥିବା ବେଳେ ଭାରସାମ୍ୟ ହରାଇ ସାମ୍ନା ପଟୁ ଧକ୍କା ଦେଇଥିଲା ମଦ୍ୟପ ମୋଟରସାଇକେଲ ଚାଳକ ।
ଫଳରେ ମଦ୍ୟପ ମୋଟରସାଇକେଲ ଚାଳକ ଗୁରୁତର ହୋଇଥିବା ବେଳେ ଅନ୍ୟ ମୋଟରସାଇକେଲ ଚାଳକ ପ୍ରଫେସର ଡ଼ଃ କୈଳାସ ଚନ୍ଦ୍ର ମଲ୍ଲିକ ସାମାନ୍ୟ ଆହତ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ସେହି ସମୟରେ ବାଲିଗୁଡ଼ାର ଯୁବ ସମାଜସେବୀ ଅମିତ୍ କୁମାର ନାୟକ କୌଣସି କାମରେ ସେହି ରାସ୍ତା ଦେଇ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିବା ଦେଖି ଆମ୍ବୁଲାନ୍ସ ଡକାଇ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବା ବ୍ୟବସ୍ଥା କରିଥିବା ବେଳେ ଖବରପାଇ ଅଗ୍ନିଶମ କର୍ମଚାରୀ ଓ ତୁମୁଡ଼ିବନ୍ଧ ଥାନା ପୋଲିସ୍ ଘଟଣାସ୍ଥଳରେ ପହଁଚି ଉଭୟଙ୍କୁ ଉଦ୍ଧାର କରିଥିବା ବେଳେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
କନ୍ଧମାଳ : ଜଙ୍ଗଲ ନିଆଁକୁ ରୋକିବା ପାଇଁ ବନ ବିଭାଗ ଦ୍ବାରା ସାମିଲ୍ ହେଲେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ
ବାଲିଗୁଡ଼ା,୨୧/୩: ଜଙ୍ଗଲ ନିଆଁକୁ କେମିତି ଆୟତ୍ତ କରିହେବ ଏବଂ ମୂଲ୍ୟବାନ ଗଛ ସହ ଜୀବ ଜନ୍ତୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ସବୁ ବନଖଣ୍ଡରେ ସଚେତନତା କାର୍ଯ୍ୟକ୍ରମ ଜାରୀ ରହିଛି । ଏହାରି ଭିତରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନରେ ଥିବା କୋଟଗଡ଼ ବନାଞ୍ଚଳ ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା କିଛି ନିଆରା ପଦକ୍ଷେପ ନେଇଥିବା ସାମ୍ନାକୁ ଆସିଛି ।
ପୂର୍ବରୁ କୋଟଗଡ଼ ବନାଞ୍ଚଳର ବିଭିନ୍ନ ସ୍ଥାନରେ ନାଚ, ଗୀତ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ କରିଥିବା ବେଳେ ବର୍ତ୍ତମାନ ଅଞ୍ଚଳର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ତୃଣମୂଳ ସ୍ତରରୁ ଜନ ସଚେତନତା କାର୍ଯ୍ୟକ୍ରମ କରି ଜଙ୍ଗଲ ନିଆଁର ଭୟାବହତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ସହଯୋଗ ଲୋଡ଼ିଛନ୍ତି । ଏନେଇ କୋଟଗଡ଼ ବ୍ଲକର ୧୦ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ପ୍ରାୟ ୮୦ ମହିଳାଙ୍କୁ ନେଇ ବନାଞ୍ଚଳ ପକ୍ଷରୁ ଏକ ସ୍ବତନ୍ତ୍ର ସଚେତନତା କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜଙ୍ଗଲରେ ନିଆଁ ଲାଗିବା ଦ୍ବାରା କଣ,କଣ କ୍ଷତି ଘଟୁଛି ଏବଂ ଜୀବଜଗତ ଉପରେ କଣ ପ୍ରଭାବ ପଡୁଛି ସେନେଇ ମା ମାନଙ୍କୁ ଅବଗତ କରାଇବା ସହ ପ୍ରତ୍ୟେକ ମା ମାନେ କେମିତି ନିଜ ନିଜର ସାହି, ୱାର୍ଡ ଓ ପଞ୍ଚାୟତରେ ସଭା ମାଧ୍ୟମରେ ଲୋକଙ୍କୁ କିଭଳି ବୁଝାଇବେ ଏବଂ ଜଙ୍ଗଲ ସୁରକ୍ଷା କିଭଳି କରାଯାଇପାରିବ ସେନେଇ କୋଟଗଡ଼ ବନାଞ୍ଚଳ ତରଫରୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ମା ମାନଙ୍କୁ ବିଭାଗ ପକ୍ଷରୁ ସହଯୋଗ ପାଇଁ ଅନୁରୋଧ କରାଯାଇଥିବା କହିଛନ୍ତି ବନାଞ୍ଚଳ ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031