Indus Valley Times

କନ୍ଧମାଳ: ଦୁଷ୍କର୍ମ ମାମଲା , ଉପଯୁକ୍ତ ପ୍ରମାଣ ଅଭାବରୁ ନିର୍ଦୋଷ ରେ ଖଲାସ

 Breaking News

କନ୍ଧମାଳ: ଦୁଷ୍କର୍ମ ମାମଲା , ଉପଯୁକ୍ତ ପ୍ରମାଣ ଅଭାବରୁ ନିର୍ଦୋଷ ରେ ଖଲାସ

କନ୍ଧମାଳ: ଦୁଷ୍କର୍ମ ମାମଲା , ଉପଯୁକ୍ତ ପ୍ରମାଣ ଅଭାବରୁ ନିର୍ଦୋଷ ରେ ଖଲାସ
July 06
19:54 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୬/୭:କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀ ଗାଁ ଥାନା ପୋଇଗୁଡ଼ା ଗ୍ରାମ ରେ ଜୈନକ ମହିଳାଙ୍କୁ ଉକ୍ତ ଗ୍ରାମର ଜହନ ମୁଠା ମାଝୀ ଦୁଷ୍କର୍ମ କରିବା ସହ ଘରର ବିଭିନ୍ନ ଆସବାବ ପତ୍ର ଫିଙ୍ଗା ଫୋପଡ଼ା କରି ଚୋରୀ କରିଥିବା ନେଇ ବ୍ରାହ୍ମଣୀ ଗାଁ ଥାନାରେ ଉକ୍ତ ମହିଳାଙ୍କ ପକ୍ଷରୁ ଏତଲା ଦାଏର ହୋଇଥିଲା ।
ଏତଲାକୁ ଭିର୍ତ୍ତି କରି ବ୍ରାହ୍ମଣୀ ଗାଁ ପୋଲିସ କେଶ ନଂ.୨୨/୧୯ ଓ ତା, ୦୩.୦୪.୨୦୧୯ ରିଖ ଏବଂ ୟୁ /ଏସ-୪୫୦/୩୭୬ (୧)୩୮୦/୫୦୬ ଭାରତୀୟ ଦଣ୍ଡଵିଧି ଆଇନ ରେ ଏକ ମକଦ୍ଦମା ରୁଜୁ ହୋଇ ଦାରିଙ୍ଗବାଡି କୋର୍ଟ କୁ ପଠାଇଥିଲେ ।
ଦାରିଙ୍ଗବାଡି କୋର୍ଟ ବାଲିଗୁଡା କୋର୍ଟ କୁ ବିଚାରଣ ପାଇଁ ଆସିବା ପରେ ଉକ୍ତ ମହିଳା ଙ୍କ ସମେତ ୧୩ଜଣ ସାକ୍ଷୀ ସେମାନେ ସମସ୍ତେ ଜହନ ମୁଠା ମାଝୀଙ୍କ ବିରୁଦ୍ଧରେ କୋର୍ଟ ରେ ଜମାନ ବନ୍ଦୀ ଦେଇଥିଲେ ।
କିନ୍ତୁ ମିଥ୍ୟା କେଶ ହୋଇଥିବାରୁ ଓ ଡାକ୍ତରଙ୍କ ବୟାନ ଏବଂ ସାକ୍ଷୀ ମାନଙ୍କର ସମସ୍ତ ସାକ୍ଷ୍ୟକୁ ଭିର୍ତ୍ତି କରିବା ପରେ ବାଲିଗୁଡା ଅତିରିକ୍ତ ଜିଲ୍ଲା ଦୌରାଜଜ ଦିଲ୍ଲୀପ କୁମାର ବିଶ୍ୱାଳ ଉପଯୁକ୍ତ ପ୍ରମାଣ ଅଭାବ ରୁ ଜହନ ମୁଠା ମାଝୀ ଙ୍କୁ ନିର୍ଦୋଷ ରେ ଖଲାସ କରିଛନ୍ତି । ଏହି ମକଦ୍ଦମାକୁ ବାଲିଗୁଡା ର ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର କୁମାର ପାତ୍ର ପରିଚାଳନା କରୁଥିଲେ ।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930