Indus Valley Times

କନ୍ଧମାଳ : ବଣ୍ଡଗୁଡ଼ା ପଞ୍ଚାୟତବାସୀ ଭୋଟ ବର୍ଜନ କଲେ

 Breaking News

କନ୍ଧମାଳ : ବଣ୍ଡଗୁଡ଼ା ପଞ୍ଚାୟତବାସୀ ଭୋଟ ବର୍ଜନ କଲେ

କନ୍ଧମାଳ : ବଣ୍ଡଗୁଡ଼ା ପଞ୍ଚାୟତବାସୀ ଭୋଟ ବର୍ଜନ କଲେ
February 16
20:32 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୬/୨: କନ୍ଧମାଳ ଜିଲ୍ଲାର ବାଲିଗୁଡା ଓ କ. ନୂଆଗାଁ ବ୍ଲକ ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏପଟେ ଭୋଟ ବର୍ଜନ କରିଛନ୍ତି ଗ୍ରାମବାସୀ । ଏମିତି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ର ୪ ନମ୍ବର୍ ୱାର୍ଡବାସୀ ।
ଗ୍ରାମବାସୀଙ୍କ ଅଭିଯୋଗ ହେଲା କ.ନୂଆଗାଁ ବ୍ଲକର ଦୁଇଗୋଟି ଆଡ଼ମହା ଓ ଜିରିଡିକିଆ ପଞ୍ଚାୟତ ନୂତନ ଭାବେ ଗଠନ ହେଲା । ଆଜିକୁ ପୂର୍ବ ପଞ୍ଚାୟତ ନିର୍ବାଚନ ଠାରୁ ଗ୍ରାମବାସୀ ଏହାକୁ ବିରୋଧ କରି ଆସୁଛନ୍ତି ।
ପ୍ରଶାସନଙ୍କ ନିୟମ ଅନୁଯାୟୀ ପ୍ରତି ୧୦ କିଲୋମିଟର ରେ ଗୋଟିଏ ପଞ୍ଚାୟତ ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଏହି ବ୍ଲକରେ ଗୋଟିଏ କିଲୋମିଟର ଦୂରତା ୨ ଟି ପଞ୍ଚାୟତ ଗଠନ କରିଛନ୍ତି । ବାରମ୍ବାର ଜିଲ୍ଲା ପ୍ରଶାସନ , ନିର୍ବାଚନ କମିଶନର ଙ୍କ ପାଖରେ ଦ୍ବାରସ୍ଥ ହେବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।
ମଗଡିଙ୍ଗିଆ ଗ୍ରାମକୁ ପଞ୍ଚାୟତ ଘୋଷଣା କରାଯାଏ ତାହା ହେଲେ ଏହି ଗ୍ରାମକୁ ଲାଗି ରହିଥିବା ବହୁ ଗ୍ରାମ ଗୁଡ଼ିକ ମୌଳିକ ସୁବିଧା ପାଇପାରିବେ ।
ବର୍ତ୍ତମାନ ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । ଆଗକୁ ଏହାର କିଛି ସମାଧାନ କରାନଯାଏ ତାହା ହେଲେ ସାଧାରଣ ନିର୍ବାଚନ ମଧ୍ୟ ବର୍ଜନ କରିବୁ ବୋଲି ପଞ୍ଚାୟତ ବାସୀ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031