Indus Valley Times

କନ୍ଧମାଳ : ବିଦ୍ୟାଳୟରେ ଅବସର ଓ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

 Breaking News

କନ୍ଧମାଳ : ବିଦ୍ୟାଳୟରେ ଅବସର ଓ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

କନ୍ଧମାଳ : ବିଦ୍ୟାଳୟରେ ଅବସର ଓ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା
July 02
08:47 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାଟାଗୁଡ଼ା ପଞ୍ଚାୟତ ପୁଷାଙ୍ଗିଆ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବସର ଓ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷୟିତ୍ରୀ ରେବତୀ କୁମାରୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ବିଦ୍ୟାଳୟରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ରାଧିକା ପ୍ରଧାନ ଅବସର ଗ୍ରହଣ କରିଥିବା ବେଳେ ସହକାରୀ ଶିକ୍ଷୟତ୍ରୀ କୁନ୍ତଳା କହଁର ବଦଳି ହୋଇ ଅନ୍ୟ ବିଦ୍ୟାଳୟକୁ ଚାଲିଯାଇଛନ୍ତି ।
ଏହି ଦୁଇ ଶିକ୍ଷୟତ୍ରୀଙ୍କୁ ହରାଇ ବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଗ୍ରାମବାସୀ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଂଶୀଧର ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସିଆରସିସି ଚନ୍ଦ୍ରଭାନୁ ଭୋଇ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଉତ୍କଳ କେଶରୀ ବିବବାର ସଂଯୋଜନା କରିଥିବା ବେଳେ ବିଦ୍ୟାଳୟ ତରଫରୁ ଦୁଇ ଶିକ୍ଷୟତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି ସଭାରେ ବିଦ୍ୟାଳୟର ଗାୟତ୍ରୀ ମଲ୍ଲିକ, ତନୁଶ୍ରୀ ସାହୁ, ବିଦ୍ୟୁତ ପ୍ରଭା ନାୟକ, ସୌଦାମିନୀ ସାହୁ , ଅଶୋକ ପଟ୍ଟନାୟକ, ବିଦ୍ୟୁତ କୁମାର ନାୟକ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି ଦୁଇ ଶିକ୍ଷୟତ୍ରୀ ବିଦ୍ୟାଳୟରେ ନିଜ କାର‌୍ୟ୍ୟକାଳ ସମୟରେ ସୁପରିଚାଳନା, ଶିକ୍ଷକ,ଶିକ୍ଷୟତ୍ରୀ,କର୍ମଚାରୀ, ଓ ଛାତ୍ରଛାତ୍ରୀ ଙ୍କ ସହ ସୁ ସମ୍ପର୍କ ରକ୍ଷା କରି ସମସ୍ତ ଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ ବୋଲି ମତ ପ୍ରକାଶ ପାଇଥିଲା ।
ବାସ୍ତବରେ ଏହି ବିଦାୟ କାଳୀନ ସଭା ଅତି ଦୁଃଖ ପୂର୍ଣ୍ଣ ଓ ହୃଦୟ ବିଦାରକ ଥିଲା କ୍ଷ ଶେଷରେ ଅବସର ଓ ବଦଳି ହେଉଥିବା ଦୁଇ ଶିକ୍ଷୟତ୍ରୀଙ୍କ ଜୀବନର ଶୁଭକାମନା କରିବା ସହ ଅନେକ ଉପହାର ପ୍ରଦାନ କରି ସଭା ସାଙ୍ଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930