Indus Valley Times

କନ୍ଧମାଳ : ବିସ୍ପୋରକ ସାମଗ୍ରୀ ଫୁଟି ସେଣ୍ଟ ଜାଭିଅର୍ ସ୍କୁଲର ତିନି ଜଣ ହଷ୍ଟେଲ ଛାତ୍ର ଆହାତ, ଦୁଇ ଗୁରୁତର

 Breaking News

କନ୍ଧମାଳ : ବିସ୍ପୋରକ ସାମଗ୍ରୀ ଫୁଟି ସେଣ୍ଟ ଜାଭିଅର୍ ସ୍କୁଲର ତିନି ଜଣ ହଷ୍ଟେଲ ଛାତ୍ର ଆହାତ, ଦୁଇ ଗୁରୁତର

କନ୍ଧମାଳ : ବିସ୍ପୋରକ ସାମଗ୍ରୀ ଫୁଟି ସେଣ୍ଟ ଜାଭିଅର୍ ସ୍କୁଲର ତିନି ଜଣ ହଷ୍ଟେଲ ଛାତ୍ର ଆହାତ, ଦୁଇ ଗୁରୁତର
February 01
19:22 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧/୨: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ରୁତୁଙ୍ଗିଆ ପଞ୍ଚାୟତର ସେଣ୍ଟ ଜାଭିଅର୍ ସ୍କୁଲରେ ଅଘଟଣ। ଉକ୍ତ ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢୁଥିବା ୭ମଶ୍ରେଣୀର ତିନି ଜଣ ଛାତ୍ର ବୁଧବାର ଦିନ ର ମଧ୍ୟାହ୍ନ ଏକ ଛୁଟିବେଳେ କେଉଁଠି ଥିବା ଏକ ବିସ୍ପୋରକ ଧରି ଥିବାବେଳେ କୈାଣସି କାରଣ ବଶତଃ ବିସ୍ପୋରକଟି ହଠାତ ଫୁଟିଯିବା ଫଳରେ ତିନି ଜଣ ଛାତ୍ର ଆହାତ ହୋଇଥିବା ବେଳେ ଦୁଇଜଣ ଗୁରୁତର ଥିବା ଜଣାପଡିଛି ।
ଖବର ପାଇ ବିଦ୍ୟାଳୟ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ଛାତ୍ର ମାନଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଆଣି ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ଜିଲ୍ଲା ଡାକ୍ତର ଖାନାକୁ ପଠାଇ ଦିଆଯାଇଥିବା ଜଣାପଡିଛି କ୍ଷ ଏଭଳି ଏକ ଅଭାବନୀୟ ଘଟଣା କୁ ନେଇ ସେଇ ସ୍କୁଲର କର୍ତ୍ତୃପକ୍ଷ ସଠିକ ଉତ୍ତର ଦେଉନଥିବା ବେଳେ ଯାହା କହୁଛନ୍ତି ସେଥିରେ କିଛି ସତ୍ୟତା ନଥିବା ଜଣା ପଡିଛି ।
ଛାତ୍ରମାନେ କେଉଁଠାରୁ ସ୍କୁଲ ପରିସରକୁ ନିଜ ପକେଟ୍ ଭିତରେ ଯେ କୌଣସି ଏକ ବିସ୍ପୋରକ ସାମଗ୍ରୀ ଆଣିଥିଲେ ତାହା ତଦନ୍ତ ସାପେକ୍ଷ। ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031