Indus Valley Times

କନ୍ଧମାଳ : ମିଡିଆକିଆରେ ଜାତୀୟ କ୍ରୀଡା ଦିବସ ପାଳିତ

 Breaking News

କନ୍ଧମାଳ : ମିଡିଆକିଆରେ ଜାତୀୟ କ୍ରୀଡା ଦିବସ ପାଳିତ

August 30
20:55 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୩୦/୮:କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ମିଡ଼ିଆକିଆ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ କ୍ରୀଡା ଦିବସ ତଥା ବିଶିଷ୍ଟ ହକି ତାରକା ଧ୍ୟାନଚାନ୍ଦଙ୍କର ଜୟନ୍ତୀ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁବାସ ଚନ୍ଦ୍ର ମଲିକ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଶିକ୍ଷାବିତ ତଥା ବର୍ଷୀୟାନ ସମାଜସେବୀ ଗୌରଚନ୍ଦ୍ର ପୂଜାରୀ ମୁଖ୍ୟବକ୍ତା ଓ ପୂର୍ବତନ ସରପଞ୍ଚ ରାଜୀବ ମଲ୍ଲିକ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କ୍ରୀଡା ପ୍ରତି ଆଗ୍ରହ ସମ୍ପର୍କରେ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ଖେଳ ଶିକ୍ଷକ ତଥା ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହଯୋଗରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟାଙ୍କ ତରଫରୁ ପ୍ରଦାନ କରାଯାଇଥିବା ଅର୍ଥରାଶି ମାଧ୍ୟମରେ ପୁରସ୍କାର ମାନ ପ୍ରଦାନ କରାଯାଇଥିଲା । ଶେଷରେ ଖେଳ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ବିଶୋୟୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031