Indus Valley Times

କନ୍ଧମାଳ :ଲାଇନ ମ୍ୟାନ ଲାଞ୍ଚ ନେଉଥିବାବେଳେ ଧରିଲା ଭିଜିଲାନ୍ସ

 Breaking News

କନ୍ଧମାଳ :ଲାଇନ ମ୍ୟାନ ଲାଞ୍ଚ ନେଉଥିବାବେଳେ ଧରିଲା ଭିଜିଲାନ୍ସ

କନ୍ଧମାଳ :ଲାଇନ ମ୍ୟାନ ଲାଞ୍ଚ ନେଉଥିବାବେଳେ ଧରିଲା ଭିଜିଲାନ୍ସ
November 18
20:36 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୮/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ଟିପିଏସଓ ଡିଏଲର ଲାଇନ ମ୍ୟାନ କାଳୁ ଚରଣ ପଲାଇ ନୂତନ ବିଦ୍ୟୁତ ସଂଯୋଗ ଦେବା ପାଇଁ ଶୁକ୍ରବାର ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ବିଭାଗ ଅଧିକାରୀ ମାନେ ଘଟଣା ସ୍ଥଳରେ ଟଙ୍କା ଜବତ କରିବା ସହ ଗିରଫ କରିଥିଲେ ।
ଲାଇନମ୍ୟାନ ପଲାଇ ଟିକାବାଲି ବ୍ଲକର ଛତିଝର ଗ୍ରାମର ରୀଙ୍କୁ ଭୁକ୍ତା ନାମକ ଜଣଙ୍କ ଠାରୁ ନୂତନ ବିଦ୍ୟୁତ ସଂଯୋଗ କରାଇଦେବାଲାଗି ଆଜି ରିଙ୍କୁଙ୍କ କିରାନା ଦୋକାନକୁ ଯାଇ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବାବେଳେ ସେଠାରେ ଲୁଚି କରି ରହିଥିବା ଭିଜିଲାନ୍ସ ଅଧିକାରୀ ମାନେ ମାଡ଼ିବସିଥିଲେ ।
ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯିବା ସହ ଅଧିକ ତଦନ୍ତ ଜାରି ରହିଥିବା ବିଷୟ ଫୁଲବାଣୀ ଭିଜିଲାନ୍ସ ଡିଏସପି ଅରୁଣ କୁମାର ନାୟକ ପ୍ରକାଶ କରିଛନ୍ତି ।

କନ୍ଧମାଳରେ ଆୟୁର୍ବେଦିକ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ରାଷ୍ଟ୍ରମନ୍ତ୍ରୀ ଙ୍କୁ ସ୍ମାରକପତ୍ର ପ୍ରଦାନ
କନ୍ଧମାଳ, ୧୮/୧୧: କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କ ପକ୍ଷରୁ ଏକ ସ୍ମାରକପତ୍ର ଆଦିବାସୀ ବ୍ୟାପାର କଲ୍ୟାଣ ଓ ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ଭାରତ ସରକାର ବିଶେଶ୍ଵର ଟୁଡୁଙ୍କୁ ପ୍ରଦାନ କରାଯାଇଛି ।
ଦାବି ହେଉଛି, କନ୍ଧମାଳ ଜିଲ୍ଲାର ବରିଷ୍ଠ ନାଗରିକ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଜାତି ଜନଜାତି ତଥା ସର୍ବସାଧାରଣଙ୍କ ପାଇଁ ସହରରେ ଥିବା ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରେ କୌଣସି ଆୟୁର୍ବେଦିକ ଚିକିତ୍ସାଳୟ ନଥିବା ଯୋଗୁଁ ସର୍ବସାଧାରଣ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଲୋପାଥିକ ଔଷଧ ଖାଇବା ଦ୍ବାରା ପାର୍ଶ୍ୱ ପ୍ରତିକ୍ରିୟା ବେଶୀ ଦେଖା ଯାଉଛି।
ତେଣୁ କନ୍ଧମାଳ ଜିଲ୍ଲାରେ ଥିବା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ଗୁଡିକ ଫୁଲବାଣୀ ସହର ଠାରୁ ଅତି ଦୂରରେ ଏବଂ ଅଗମ୍ୟ ଗ୍ରାମ୍ୟ ମାନଙ୍କରେ ଅବସ୍ଥିତ ହୋଇଥିବାରୁ ସେଠାକୁ ଚିକିତ୍ସା ପାଇଁ ଯିବା ଆସିବା ସମ୍ଭବ ହେଉନାହିଁ ।
ଓଡ଼ିଶାର ଥିବା ବିଭିନ୍ନ ପ୍ରତିଷ୍ଠିତ ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ଓ ଚିକିତ୍ସାଳୟଗୁଡିକ ଯଥା, କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦିକ ମହାବିଦ୍ୟାଳୟ, ଆଙ୍କୁଶପୁର, ଗଞ୍ଜାମ, ୧୫୫ କି.ମି. ଦୂରରେ ଥିବାବେଳେ ଧସରକୂଳ ଦରୀ ଆୟୁର୍ବେଦିକ ମହାବିଦ୍ୟାଳୟ, ବଲାଙ୍ଗିର- ୧୭୦ କି.ମି. ଏବଂ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ, ପୁରୀ ୨୩୦ କି.ମି. ଦୂରରେ ଅବସ୍ଥିତ ।
ସରକାରୀ ଅନୁଦାନରେ ଲକ୍ଷ ଲକ୍ଷ ଟଙ୍କାର ବହୁ ଦାମୀ ଆୟୁର୍ବେଦିକ ଔଷଧ ଚିକିତ୍ସାଳୟକୁ ଆସୁଥିଲେ ମଧ୍ୟ ଫୁଲବାଣୀ ସହରରେ ରହୁଥିବା ବରିଷ୍ଠ ନାଗରିକ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ତଥା ସହରରେ ରହୁଥିବା ଜାତି, ଜନଜାତି ତଥା ସର୍ବ ସାଧାରଣ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି ।
ତେଣୁ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି ଯେ, ଫୁଲବାଣୀ ସଦର ମହାକୁମା ଫୁଲବାଣୀ ଠାରେ ଏକ ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପ୍ରତିଷ୍ଠା କଲେ ସହରର ବରିଷ୍ଠ ନାଗରିକ ଏବଂ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ତଥା ଫୁଲବାଣୀ ସହରର ଜାତି ଜନଜାତି ତଥା ସର୍ବସାଧାରଣ ଉପକୃତ ହୋଇପାରିବେ।
ପ୍ରକାଶ ଥାଉ କି, ଏହାର ଏକ ନକଲ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏବଂ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କ ଜରିଆରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ମଧ୍ୟ ପ୍ରଦାନ କରାଯାଇଛି।
କଳିଙ୍ଗା ବିଏଡ କଲେଜ ପୁନଃ ଖୋଲିବା ଦାବିରେ ଧାରଣା: ତୁରନ୍ତ ଖୋଲାନ ଗଲେ ଆନ୍ଦୋଳନ କୁ ତୀବ୍ରତର କରାଯିବ
ବାଲିଗୁଡା,୧୮/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ କଳିଙ୍ଗା ଠାରେ ରାଜ୍ୟ ସରାକରଙ୍କ ପକ୍ଷରୁ ଖୋଲାଯାଇଥିବା କଳିଙ୍ଗା ବିଏଡ କଲେଜ ବର୍ତ୍ତମାନ ବନ୍ଦ ହୋଇଯାଇଥିବା ବେଳେ ଏନେଇ ସମଗ୍ର ଜିଲାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏ ନେଇ ଆଜି କନ୍ଧମାଳ ଜାଗରଣ ମଂଚ ପକ୍ଷରୁ ଉକ୍ତ ବିଏଡ କଲେଜ ପୁନଃ ଖୋଲିବା ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା।
ଏନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ପ୍ରଶାସନକୁ ଦିଆଯାଇଥିବା ବେଳେ ଦାବି ପୁରଣ ନହେଲେ ସମଗ୍ର ଜିଲାରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ମଧ୍ୟ ଚେତେଇ ଦିଆଯାଇଛି। ଦିଆଯାଇଥିବା ଦାବିପତ୍ର ଅନୁଯାୟୀ, କନ୍ଧମାଳ ଜିଲା ହେଉଛି ଓଡ଼ିଶାର ଏକ ଅନୁନ୍ନତ ଜିଲା।
ଏହି ଜିଲାରେ ଶିକ୍ଷା , ସ୍ୱାସ୍ଥ୍ୟ ଓ ଆର୍ଥିକ ସ୍ଥିତି ଅତି ଦୟନିୟ। ସ୍ୱାଧୀନତା ର ୭୫ ବର୍ଷ ପରେ ମଧ୍ୟ କନ୍ଧମାଳ ଜିଲାର ଉଚ୍ଚ ଶିକ୍ଷାର ସନ୍ତୋଷଜନକ ପ୍ରସାର ହୋଇ ନାହିଁ। ଫଳରେ ସବୁ ପ୍ରକାର ସରକାରୀ ଯୋଜନା ଆଜି ପର‌୍ୟ୍ୟନ୍ତ ଅନେକ ଅଞ୍ଚଳରେ ଅପହଞ୍ଚ ହୋଇ ରହିଛି। ଗତ ଦିନରେ ନିଜେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଏଡ କଲେଜ ଚଳିତ ଶିକ୍ଷାବର୍ଷ ଠାରୁ ତାହା ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଏଭଳି ସ୍ଥଳେ ଜିଲାର ଶହ ଶହ ଆଦିବାସୀ ଛାତ୍ରଛାତ୍ରୀ ମାନେ ବୃତ୍ତିଗତ ଶିକ୍ଷାରୁ ସଂପୂର୍ଣ୍ଣ ଭାବେ ବଞ୍ଚିତ ହେବେ।
ଶିକ୍ଷାନୁଷ୍ଠାନ ବନ୍ଦ ଯୋଗୁଁ ଜିଲାରେ ଅଭିଭାବକ ଓ ବୁଦ୍ଧଜୀବି ମହଲରେ ମଧ୍ୟ ଅସନ୍ତୋଷ ଦେଖାଯାଇଛି । ଅବସର ପ୍ରାପ୍ତ ପ୍ରଶାସକ ମହିରଚାନ୍ଦା ମଲିକ ଙ୍କ ନେତୃତ୍ୱରେ ଲିଇସିଂ ସରପଂଚ ସୁଦର୍ଶନ କହଁର, ଶ୍ରମିକ ନେତା ଜନକ ବଗର୍ତ୍ତିୀ, ଖଜୁରିପଡ଼ା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିରେନ୍ଦ୍ର କହଁର, ଆଦିବାସୀ ନେତା ଅବନି କହଁର, ପଞ୍ଚାନନ କହଁର, ଗୌତମ ପ୍ରଧାନ, ତ୍ରିବିକ୍ରମ ମଲିକ, ରମାକାନ୍ତ ମଲିକ, ସଦାନନ୍ଦ ଝାଙ୍କର, ମହାପାତ୍ର ପ୍ରଧାନ, ସୌଦାମିନି କହଁର ଆଦି ବହୁ ବ୍ୟକ୍ତି ବିଶେଷ ଏହି ଧାରଣାରେ ସାମିଲ୍ ହୋଇଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031