Indus Valley Times

କନ୍ଧମାଳ: ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବନ ମହୋତ୍ସବ ପାଳିତ

 Breaking News

କନ୍ଧମାଳ: ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବନ ମହୋତ୍ସବ ପାଳିତ

କନ୍ଧମାଳ: ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବନ ମହୋତ୍ସବ ପାଳିତ
July 08
19:14 2022

ବାଲିଗୁଡ଼ା,୮/୭: କଥାରେ ଅଛି ଜଳ ବହୁଳେ ସୃଷ୍ଟି ନାଶ ଜଳ ବିନା ସୃଷ୍ଟି ନାଶ, । କିନ୍ତୁ ଆଜି ସମାଜ ଜାଣିପାରୁନାହିଁ ସେ ଜଳ ଆସୁଛି କୋଉଠୁ ଓ ଜଳ ବୁନ୍ଦା ସୃଷ୍ଟି ହେଉଛି କିପରି। ତା ପଛରେ ଯଦି ଦେଖିବା ଗଛ, ବୃକ୍ଷ ଠାରୁ ହିଁ ଜାତ ହୋଇଥାଏ।
ଆଜି ଏହି ବୃକ୍ଷ ପାଇଁ ଦିନ ଟିଏ ଉତ୍ସର୍ଗ କରିଛନ୍ତି ବାଲିଗୁଡ଼ା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ ମାନେ। ବାଲିଗୁଡ଼ା ବନାଞ୍ଚଳ ର ଫରେଷ୍ଟର ମାନସ ରଞ୍ଜନ ସାହୁ, ବନବାସୀ ସେବା ସମିତିର ସହ ସଂପାଦକ ରବିନ୍ଦ୍ର କୁମାର ପଣ୍ଡା , ଅନୁଷ୍ଠାନ ର ସଂପାଦକ ମାନସ ରଞ୍ଜନ ଆଚାର୍ଯ୍ୟ ଓ ଶିଶୁ ମନ୍ଦିର ର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚଦ୍ର ପଣ୍ଡା , ଆଚାର୍ଯ୍ୟ ବିଶ୍ଵନାଥ ସାହୁ ଓ ଆଚାର୍ଯ୍ୟ ଆଚାର୍ଯ୍ୟା ଙ୍କ ସହଯୋଗ ରେ ବିଦ୍ୟାଳୟ ପରିସରରେ ଏକାଧିକ ବୃକ୍ଷ ରୋପଣ କରାଯାଇଛି ।
ଏହି ବୃକ୍ଷର ଉପକାରୀ ଓ ଔଷଧୀୟ ଗୁଣ ବିଷୟରେ ଆଲୋଚନା କରାଯାଇ ଛାତ୍ର ଛାତ୍ରୀ ଙ୍କୁ ବୃକ୍ଷ ରୋପଣ କରିବା ପାଇଁ ଉତ୍ସକ୍ଷହିତ କରାଯାଇଥିଲା ।
କନ୍ଧମାଳ ଜ଼ିଲ୍ଲା ରେ କଳାକାର ଚୟନ ପ୍ରକ୍ରିୟା ଶେଷ
ବାଲିଗୁଡା,୮/୭: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ କନ୍ଧମାଳ ଜ଼ିଲ୍ଲା ରେ କଳାକାର ଚୟନ ପ୍ରକ୍ରିୟା ଶେଷ ହୋଇଛି ।
ପୂର୍ବରୁ ଲୋକକଳା ଦଳ ଇ-ରେଜିଷ୍ଟେସନ ମାଧ୍ୟମ ରେ ପଞ୍ଜିକରଣ କରିଥିଲେ । ଫୁଲବାଣୀ ଗାନ୍ଧୀ ସ୍ମୁତି ଭବନ ରେ ଆୟୋଜିତ ଦୁଇ ଦିନିଆ ଅଡିସନ ରେ ସମୁଦାୟ ୩୪ ଟି ଲୋକ ସଂସ୍କୃତି ଦଳ ଅଂଶ ଗ୍ରହଣ କରି ନିଜ ନିଜର କଳା ନପୂଣ୍ୟ ପ୍ରଦର୍ଶନ କରିଥିଲେ ।
ଅଡିସନ ରେ ଆଦିବାସୀ ନୃତ୍ୟ ଡାକୁଲ ନୃତ୍ୟ, ପାଲା, ଦାସ କାଠିଆ, ରାଧା ପ୍ରେମଲୀଳା, କୀର୍ତ୍ତନ ସଚେତନ ଆଦି ନାଟକ ସ୍ଥାନ ପାଇଥିଲା ।
ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଏବଂ ଜ଼ିଲ୍ଲା କଳା ସଂସ୍କୃତି ସଂଘ ର ଉପ ସଭାପତି ଅକ୍ଷୟ କୁମାର କର୍ଣ୍ଣ ସଫଳ ଭାବେ କାର୍ଯ୍ୟକ୍ରମକୁ ଆୟୋଜିତ କରିଥିଲେ ।
ବିଚାରକ ଭାବେ କୁଇ ସଂସ୍କୃତି ଗବେଷକ ପ୍ରଦୀପ କୁମାର କହଁର,ମହେଶ୍ୱର ପ୍ରଧାନ, ଶରତ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଥିବା ବେଳେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ରମେଶ ଚନ୍ଦ୍ର ସାହୁ ।
କନ୍ଧମାଳ ଜିଲ୍ଲାର ପାରମ୍ପରିକ ଲୋକ କଳା ସଂସ୍କୃତି ସଂଘ ର ଡାକୁଲ ନୃତ୍ୟ ଦର୍ଶକ ଓ ବିଚାରକ ଙ୍କ ମନକୁ ମୋହିତ କରିପାରିଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031