Indus Valley Times

କନ୍ଧମାଳ : ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ଆୟୋଜିତ

 Breaking News

କନ୍ଧମାଳ : ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ଆୟୋଜିତ

କନ୍ଧମାଳ : ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ଆୟୋଜିତ
January 25
22:30 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୫/୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଉପଖଣ୍ଡ ଉତ୍ସବ ପାଳନ କମିଟି ଆନୁକୂଲ୍ୟରେ ଉପଖଣ୍ଡ ପ୍ରଶାସନ ଓ ସୂଚନା ଲୋକ ସମ୍ପର୍କ ବିଭାଗ ତରଫରୁଏକ ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ବୁଧବାର ପ୍ରତ୍ୟୁଷରେ ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତା କୁ ସ୍ଥାନୀୟ ଉପଜିଲ୍ଲାପାଳ ଏମ.ଏସ. ମଧୁମିତା କ୍ରୀଡା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଏହି ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ମୁଖ୍ୟ ରାସ୍ତା ଦେଇ ମହାଲକ୍ଷ୍ମୀ ଫିଲିଙ୍ଗ ଷ୍ଟେସନ ପର୍ଯ୍ୟନ୍ତ ଯାଇ ପୁଣି ସେଠାରୁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ହୋଇଥିଲା । ଏଥିରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ର କର୍ମଚାରୀ ଙ୍କ ସମେତ ଛାତ୍ର, ଛାତ୍ରୀ ଓ ସବୁ ବର୍ଗର ଜନସାଧାରଣ ଭାଗ ନେଇଥିଲେ ।
ଏଥିରେ କୃତିତ୍ୱ ଲାଭ କରିଥିବା ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ୱାରା ପ୍ୟାରେଡ ଉତ୍ସବ ରେ ପୁରସ୍କୃତ କରାଯିବ ।
ଏହି ପ୍ରତିଯୋଗିତାକୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ଅଭିମନ୍ୟୁ ପ୍ରଧାନ, ଉପଖଣ୍ଡ ଉତ୍ସବ ପାଳନ କମିଟି ର ଯୁଗ୍ମ ସମ୍ପାଦକ ତୀର୍ଥବାସୀ ଘଡାଇ, ଙ୍କ ସମେତ ମେଡିକାଲ କର୍ମଚାରୀ, ପୋଲିସ କର୍ତ୍ତୃପକ୍ଷ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।
କନ୍ଧମାଳ : ମା ପାଟଖଣ୍ଡା ବାରିକ ସମିତିର ୩୪ ତମ ବାର୍ଷିକ ଉତ୍ସବ
ବାଲିଗୁଡା,୨୫/୧: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ମା ପାଟଖଣ୍ଡା ବାରିକ ସମିତିର ୩୪ ତମ ବାର୍ଷିକ ଉତ୍ସବ ନିକଟସ୍ଥ ଶ୍ରୀ ଶ୍ରୀ ଖଡେଗଶ୍ୱର ମନ୍ଦିର ପରିସରରେ କାର‌୍ୟ୍ୟକାରୀ ସଭାପତି ଅଲେଖ କୁମାର ମୁଦୁଲି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା ।
ପ୍ରଥମେ ସମିତି ର ୫ ଜଣ ସଦସ୍ୟ ଙ୍କ ଦେହାନ୍ତ ହୋଇଥିବା ଯୋଗୁଁ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବା ପରେ ସଭା କାର‌୍ୟ୍ୟ ଆରମ୍ଭ ହୋଇଥିଲା କ୍ଷ ୧୯୮୮ ମସିହା ରେ ସ୍ଥାପିତ ହୋଇଥିବା ଆମର ଏହି ସଂଘ ଆଜି ବହୁ ବାଧା ବିଘ୍ନକୁ ପାଥେୟ କରି ଦୀର୍ଘ ୩୪ବର୍ଷ ରେ ପଦାର୍ପଣ କରିଥିଲେ ମଧ୍ୟ ସମିତି ର ଏକ ନିଜସ୍ୱ ସ୍ଥାୟୀ ଗୃହ ନାହିଁ, ଏଣୁ ଏ ସମ୍ପର୍କ ରେ ସ୍ଥାନୀୟ ଉପଜିଲ୍ଲାପାଳ ଓ ତହସିଲଦାର ଙ୍କୁ ଏକ ସ୍ଥାୟୀ ଗୃହ ନିମନ୍ତେ ଜାଗା ଯୋଗାଇ ଦେବା ପାଇଁ ଲିଖିତ ଭାବେ ଜଣାଯାଇଥିବା ସହ ଆମର ଏହି ସମିତି ଓଡିଶା ରେଜିଷ୍ଟ୍ରସନ ପାଇବା ପାଇଁ ଅନୁମୋଦନ ପତ୍ର ପାଇଥିବା ଏବଂ ସମସ୍ତ ଆୟ ବ୍ୟୟ ହିସାବ ବିଷୟ ଉପସ୍ଥିତ ସମସ୍ତ ସଦସ୍ୟ ଙ୍କୁ ସମ୍ପାଦକ ଶ୍ରୀ ପଶାୟତ ଜଣାଇଥିଲେ ।
ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘର ଆଇନ ପରାମର୍ଶ ଦାତା ପ୍ରଦୀପ କୁମାର ପାଣିଗ୍ରାହୀ, ସଭାପତି ନିରଞ୍ଜନ ଡାକୁଆ, ଉପସଭାପତି ସୂର୍ଯ୍ୟ ଚରଣ ବେହେରା(କ. ନୂଆଗାଁ), ସମ୍ପାଦକ ମନୋଜ କୁମାର ପଶାୟତ(ବାଲିଗୁଡା), ରାଜ୍ୟ ବେହେରା କୈଳାଶ ଚନ୍ଦ୍ର ପଶାୟତ, କୋଟଗଡ଼ ବ୍ଲକ ସଭାପତି ସନ୍ୟାସୀ ଡାକୁଆ, ତୁମୁଡିବନ୍ଧ ବ୍ଲକ ସଭାପତି ସୁଦାମ ଡାକୁଆ ,କୁଳ ବେହେରା ସୁରେନ୍ଦ୍ର ଡାକୁଆ, ପାଇକ ପଞ୍ଚାନନ ଡାକୁଆଙ୍କ ସମେତ ଅନ୍ୟ ସମସ୍ତ ବ୍ଲକର ସଭ୍ୟ ଓ ସଭ୍ୟାମାନେ ଯୋଗ ଦେଇ ପରିଚାଳନା ରେ ସହଯୋଗ କରିଥିଲେ । ଏହି ସଭାଟି ସଫଳତାର ସହ ଆୟୋଜନ ହୋଇଥିବାରୁ ସମିତି ର ସମସ୍ତ ସଦସ୍ୟ ମାନଙ୍କୁ କୃତଜ୍ଞତା ଜଣାଯାଇଥିଲା । ଶେଷରେ ସମ୍ପାଦକ ଶ୍ରୀ ପଶାୟତ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031