Indus Valley Times

କନ୍ୟାଯାତ୍ରୀର ବାଟବରଣ ବେଳେ ଚଢ଼ିଗଲା ସ୍କର୍ପିଓ; ୩ ମୃତ, ୧୨ ଆହତ

 Breaking News

କନ୍ୟାଯାତ୍ରୀର ବାଟବରଣ ବେଳେ ଚଢ଼ିଗଲା ସ୍କର୍ପିଓ; ୩ ମୃତ, ୧୨ ଆହତ

କନ୍ୟାଯାତ୍ରୀର ବାଟବରଣ ବେଳେ ଚଢ଼ିଗଲା ସ୍କର୍ପିଓ; ୩ ମୃତ, ୧୨ ଆହତ
February 15
11:06 2023

ଗଞ୍ଜାମ,୧୫/୨: ବିବାହ ସରିଥିଲା। ଚାଲିଥିଲା ବାଟବରଣ। ଆଉ କିଛି ସମୟରେ ଶାଶୁ ଘରେ ପାଦ ଦେଇଥାନ୍ତା କନିଆ। ଆରମ୍ଭ କରିଥାନ୍ତା ନୂଆ ଜୀବନ । ହେଲେ ତା’ ପୂର୍ବରୁ ଘଟିଗଲା ଅଘଟଣ ।
ବାଟବରଣ ବେଳେ କନିଆ ଯାତ୍ରୀଙ୍କ ଉପରେ ମାଡ଼ିଗଲା ସ୍କର୍ପିଓ । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି। ଏପରି ମର୍ମନ୍ତୁଦ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ମାଣ୍ଡିଆପଲ୍ଲୀ ଗାଁରେ ଗତକାଲି ବିଳମ୍ବିତ ରାତିରେ ଘଟିଛି।
ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର ଥାନା ଅଧୀନ ମାଣ୍ଡିଆପଲ୍ଲୀ ଗାଁର ଜଣେ ଯୁବକଙ୍କର ଲାଞ୍ଜିପଲ୍ଲୀ ଅଞ୍ଚଳର କେଶବନଗର ଅଞ୍ଚଳର ଜଣେ ଯୁବତୀଙ୍କ ସହ ବିବାହ ସ୍ଥିର ହୋଇଥିଲା।
ଯୁବତୀଜଣକ ନିଜ ପରିବାର ଓ ସମ୍ପର୍କୀୟଙ୍କ ସହ ବିବାହ ନିମନ୍ତେ ଗତକାଲି ବର ଘରେ ପହଞ୍ଚିଥିଲେ। ବିବାହ ଶେଷ ପରେ ବାଟବରଣ ଚାଲିଥିଲା। ଏହାପରେ ନିଜ ଶାଶୁ ଘରେ ପାଦ ଦେଇଥାନ୍ତା ବୋହୂ । ହେଲେ ତା’ ପୂର୍ବରୁ ଘଟିଗଲା ଅଘଟଣ ।
ଯୁବକଙ୍କ ଘର ରାସ୍ତା ପାର୍ଶ୍ୱରେ ହୋଇଥିବା ବେଳେ ସେଠାରେ ବାଟବରଣ ଚାଲିଥିଲା ଓ ବହୁ ସଂଖ୍ୟାରେ ଲୋକେ ଉପସ୍ଥିତ ଥିଲେ। ଏହି ସମୟରେ ଦ୍ରୁତ ଗତିରେ ଛତିଶଗଡ଼ ପଟୁ ଆସୁଥିବା ଏକ ସ୍କର୍ପିଓ ବାଟବରଣ କରୁଥିବା ଲୋକଙ୍କ ଉପରେ ଚଢ଼ି ଯାଇଥିଲା।
ଘଟଣାସ୍ଥଳରେ ୧୫ ଜଣ ଗୁରୁତର ହୋଇଥିବା ବେଳେ ତୁରନ୍ତ ସେମାନଙ୍କୁ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ଲାଞ୍ଜିପଲ୍ଲୀ ଅଞ୍ଚଳର ବୋଲି ଜଣାପଡିଛି । ଅବସ୍ଥା ସଙ୍କଟାପନ୍ନ ହେବାରୁ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣାରୁ ବରକନ୍ୟା ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ପୁଲିସ୍ ସ୍କର୍ପିଓକୁ ଜବତ କରି ଡ୍ରାଇଭରଙ୍କୁ ଅଟକ ରଖିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031