Indus Valley Times

କମଳା ପୂଜାରୀଙ୍କ ବିୟୋଗରେ ନବୀନ ପଟ୍ଟନାୟକଙ୍କ ଶୋକ, କହିଲେ ସମାଜ ପାଇଁ ବଡ କ୍ଷତି

 Breaking News

କମଳା ପୂଜାରୀଙ୍କ ବିୟୋଗରେ ନବୀନ ପଟ୍ଟନାୟକଙ୍କ ଶୋକ, କହିଲେ ସମାଜ ପାଇଁ ବଡ କ୍ଷତି

July 20
11:56 2024

ଭୁବନେଶ୍ୱର,୨୦/୭: ପଦ୍ମଶ୍ରୀ କମଳା ପୂଜାରୀଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି, ଓଡ଼ିଶାର ଗର୍ବ ଓ ଗୌରବ, ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କମଳା ପୂଜାରୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ।
ବିଭିନ୍ନ କିସମର ଧାନ ସଂଗ୍ରହ କରିବା ସହ ଜୈବିକ ଚାଷକୁ ପ୍ରୋତ୍ସାହିତ କରିବା ଦିଗରେ ତାଙ୍କର ବିରଳ କୃତିତ୍ୱ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି ବୋଲି ନବୀନ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031