Indus Valley Times

କରୋନାଠୁ ଭୟାନକ ପରିସ୍ଥିତି: ସ୍କୁଲ ବନ୍ଦଯୋଗୁଁ ପାଠ ଛାଡ଼ିଲେଣି ୩୦% ଛାତ୍ରଛାତ୍ରୀ଼ , ୨ ଗୁଣା ବଢ଼ିଲାଣି ଶିଶୁ ଶ୍ରମିକ

 Breaking News

କରୋନାଠୁ ଭୟାନକ ପରିସ୍ଥିତି: ସ୍କୁଲ ବନ୍ଦଯୋଗୁଁ ପାଠ ଛାଡ଼ିଲେଣି ୩୦% ଛାତ୍ରଛାତ୍ରୀ଼ , ୨ ଗୁଣା ବଢ଼ିଲାଣି ଶିଶୁ ଶ୍ରମିକ

କରୋନାଠୁ ଭୟାନକ ପରିସ୍ଥିତି: ସ୍କୁଲ ବନ୍ଦଯୋଗୁଁ ପାଠ ଛାଡ଼ିଲେଣି ୩୦% ଛାତ୍ରଛାତ୍ରୀ଼ , ୨ ଗୁଣା ବଢ଼ିଲାଣି ଶିଶୁ ଶ୍ରମିକ
July 22
19:57 2021

ନୂଆଦିଲ୍ଲୀ ୨୨/୭ : ଦେଶରେ ଏବେ କରୋନା ଦ୍ୱିତୀୟ ଲହର ପ୍ରକୋପ କରୁଛି। ଆଗାମୀ ୩ ମାସ ମଧ୍ୟରେ ତୃତୀୟ ଲହର ଆସିବାର ଆଶଙ୍କା କରାଯାଉଥିବା ବେଳେ କୋଭିଡ ଜନିତ କାରଣରୁ ଗତବର୍ଷରୁ ସରକାରୀ ଓ ଘରୋଇ ସ୍କୁଲସବୁ ବନ୍ଦ ରହିଛି। ଏଥି ଯୋଗୁ ଏବେ ଅନେକ ଛାତ୍ରଛାତ୍ରୀ ପାଠପଢା ଛାଡି ଦେଉଥିବା ନେଇ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଅଲ ଇଣ୍ଡିଆ ପ୍ୟାରେଣ୍ଟସ୍ ଆସୋସିଏସନ (ଏଆଇପିଏ) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଘରୋଇ ସ୍କୁଲମାନଙ୍କରେ ପଢୁଥିବା ପ୍ରାୟ ୧୫ ପ୍ରତିଶତ ଛାତ୍ରଛାତ୍ରୀ ପାଠପଢା ଛାଡିଥିବା ଜଣାପଡିଛି।
ଏଥିରେ ସରକାରୀ ସ୍କୁଲମାନଙ୍କୁ ହିସାବକୁ ନିଆଗଲେ ଅନୁନ୍ୟ ୩୦ ପ୍ରତିଶତ ଛାତ୍ରଛାତ୍ରୀ ହୁଏତ ସ୍କୁଲରୁ ନାମ କଟାଇସାରିଲେଣି ଅଥବା ସ୍କୁଲରେ ପଢିବା ମନବୃତ୍ତିରେ ଆଉ ନାହାନ୍ତି ବୋଲି ଜଣାପଡିଛି। ଏଆଇପିଏ ଅଧ୍ୟକ୍ଷ ତଥା ଆଡଭୋକେଟ ଅଶୋକ ଅଗରୱାଲ ସ୍କୁଲରେ ବଢୁଥିବା ଡ୍ରପଆଉଟ୍ ପରେ ଏବେ ଶିଶୁ ଶ୍ରମିକ ସମସ୍ୟା ଉଗ୍ର ରୂପ ନେଇଥିବା କହିଛନ୍ତି।
କରୋନା ଯୋଗୁ ସହର ଛାଡି ଗାଁକୁ ଚାଲିଯାଇଥିବା ପିଲାମାନେ ଓ ସହରରେ ରହି ମଧ୍ୟ ସ୍କୁଲକୁ ଆସୁନଥିବା ପିଲା ଶିଶୁ ଶ୍ରମିକ ହୋଇ ସାରିଥିବା ଆଶଙ୍କା କରାଯାଉଛି। ତଥ୍ୟରୁ ଦେଶରେ ଶିଶୁ ଶ୍ରମିଙ୍କ ସଂଖ୍ୟା ଇତିମଧ୍ୟରେ ୨ ଗୁଣାରୁ ଅଧିକ ହୋଇଗଲାଣି। ଯାହା କରୋନାଠାରୁ ମଧ୍ୟ ଏବେ ଭୟାନକ ପରିସ୍ଥିତି ସୃଷ୍ଟି କରିବ ବୋଲି ପ୍ୟାରେଣ୍ଟ ଆସୋସିଏସନ ଅଧ୍ୟକ୍ଷ ହିଛନ୍ତି। ଏପରି ପିଲାଙ୍କୁ ପୁଣି ସ୍କୁଲକୁ ଫେରାଇ ଆଣିବା ଏବେ ହୁଏତ ଆଉ ସମ୍ଭବ ବି ହୋଇ ନପାରେ।
ସେପଟେ ଘରୋଇ ସ୍କୁଲମାନଙ୍କରେ ପିଲାଙ୍କୁ ପଢାଉଥିବା ଲୋକଙ୍କ ଆଗରେ ଏବେ ସ୍କୁଲ ଫି ସବୁଠୁ ବଡ ସମସ୍ୟା ଭାବେ ଉଭା ହୋଇଛି। ସେମାନେ ସ୍କୁଲ ଆଡମିସନ ଫି ଓ ଟ୍ୟୁସନ ଫି ଦାଖଲ କରିପାରୁନଥିବାରୁ ପିଲାଙ୍କୁ ସ୍କୁଲରେ ଆଡମିସନ କରାଇ ନାହାନ୍ତି। ଏହା ଛଡା ଘରେ ଅନଲାଇନରେ ପିଲାଙ୍କୁ ପଢା ଯାଉଥିବା ପାଠ ସେମାନଙ୍କୁ ସେଲଫ ଷ୍ଟଡି ଭଳି ଲାଗୁଛି। ଏଣୁ ସେମାନେ ଏଥିପ୍ରତି ଆଗ୍ରହୀ ହେଉ ନାହାନ୍ତି। ଏଥିରେ ଛାତ୍ରଛାତ୍ରୀ ଉଭୟ ସ୍କୁଲ ଓ ପାଠ ପଢାରୁ ଦୂରେଇବାରେ ଲାଗିଛନ୍ତି।
ସେପଟେ କରୋନାରେ ସ୍କୁଲ ବନ୍ଦ ହେବା ଯୋଗୁ ଦେଶରେ ଥିବା ଅନେକ ବଜେଟ୍ ସ୍କୁଲ ମଧ୍ୟ ଇତିମଧ୍ୟରେ ଚୁପଚାପ ବନ୍ଦ ହୋଇଯାଇଛନ୍ତି। ଘରୋଇ ସ୍କୁଲମାନେ ପାଠପଢା ନଥିବାରୁ ସେମାନଙ୍କ ଅନ୍ୟ କର୍ମଚାରୀଙ୍କ ସମେତ ୩୦ ପ୍ରତିଶତ ଶିକ୍ଷକଙ୍କୁ ମଧ୍ୟ ବାହାର କରିଦେଇଛନ୍ତି। ବଳକା ଶିକ୍ଷକ ଓ କର୍ମଚାରୀମାନେ ୫୦ ପ୍ରତିଶତ ବେତନରେ କାମ କରିବାକୁ ବାଧ୍ୟ ହେଉଛନ୍ତି।
ଏହା ଛଡା ଅନଲାଇନ କ୍ଲାସ୍ କଥା ଯାହା କୁହାଯାଉଛି ତାହା ସବୁ ସ୍କୁଲମାନେ କରାଉ ନାହାନ୍ତି। କିଛି ହାତଗଣତି ସ୍କୁଲ ଏପରି ପାଠ ପଢାଉଥିବା ବେଳେ ଏଥିରେ ସରକାରୀ ସ୍କୁଲମାନଙ୍କ ପାଠପଢା ପରିସ୍ଥିତି ଅତ୍ୟନ୍ତ ଜଟିଳ। ସେପଟେ ସରକାର ମଧ୍ୟ ସାର୍ବଜନିନ ଶିକ୍ଷା ବ୍ୟବସ୍ଥାର ସୁଧାର ଲାଗି କରୋନାକାଳରେ ସେପରି କୌଣସି ଯୋଜନା ହାତକୁ ନେଇ ନାହାନ୍ତି। ଏଣୁ ଛାତ୍ରଛାତ୍ରୀଙ୍କ ଏକ ବିଶାଳ ସଂଖ୍ୟା ପାଠପଢାରୁ ଦୂରେଇ ଯାଇଥିବା ଅଗ୍ରବାଲ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031