Indus Valley Times

କରୋନାର ନୂଆ ଭାରିଆଣ୍ଡକୁ ପ୍ରତିହତ କରିପାରିବ ବୁଷ୍ଟୋର ଡୋଜ୍

 Breaking News

କରୋନାର ନୂଆ ଭାରିଆଣ୍ଡକୁ ପ୍ରତିହତ କରିପାରିବ ବୁଷ୍ଟୋର ଡୋଜ୍

କରୋନାର ନୂଆ ଭାରିଆଣ୍ଡକୁ ପ୍ରତିହତ କରିପାରିବ ବୁଷ୍ଟୋର ଡୋଜ୍
December 24
12:21 2022

ଭୁବନେଶ୍‌ଶ୍ୱର,୨୪/୧୨: ଛାନିଆ କଲାଣି ଚୀନ୍ ଭାଇରସ୍ । ଆଗକୁ ଆସୁଛି ଖ୍ରୀଷ୍ଟ ମାସ୍ । ତା’ ସାଙ୍ଗକୁ ହକି ବିଶ୍ୱ କପ । ତେଣୁ ରାଜ୍ୟରେ କୋଭିଡ୍ ମୁକାବିଲା ନେଇ ଆଗୁଆ ସଜାଗ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ବିରିଷ୍ଟ ଅଧିକାରୀଙ୍କୁ ନେଇ ବୈଠକ ପରେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଏବେଠୁ ମାକ୍ସ ପିନ୍ଧ, ଭିଡକୁ ଯାଅନି । ଲକ୍ଷଣ ଦେଖା ଦେଲେ ତୁରନ୍ତ ଟେଷ୍ଟିଙ୍ଗ କର । ପଜିଟିଭ୍ ଆସିଲେ ସାଂପଲ୍ ର ଜିନମ୍ ସିକ୍ୟେସିଂକୁ ବି ଗୁରୁତ୍ୱ ଦିଆଯାଇଛି । ଏଥି ସହ ହକି ଖେଳ ପାଇଁ ଓଡ଼ିଶାକୁ ବହୁ ବିଦେଶି ଖେଳାଳି, ବହୁ ବଡ଼ ବଡ଼ କୋଚଙ୍କ ସହ ବିଶ୍ୱର କୋଣ ଅନୁକୋଣରୁ ଫନ୍ସ ଆସିବେ ତେଣୁ ତାକୁ ବି ନଜରରେ ରଖାଯାଇଛି । ଖେଳ ପାଖେଇ ଆସିଲେ ସ୍ଥିତି ଦେଖି ନିଷ୍ପତି ନିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ତେଣେ ପୁର୍ବତନ ଡିଏମ୍‌ଇଡି କହିଛନ୍ତି, ଜିନମ୍ ସିକ୍ୟେନସିଂ ଉପରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱକୁ କାର୍ଯ୍ୟକାରୀ ଲାଗି ପ୍ରସୃତି ହୋଇଛି ।
ତେବେ କରୋନାର ନୂଆ ଭାରିଆଣ୍ଡକୁ ପ୍ରତିହତ କରିପାରିବ ବୁଷ୍ଟୋର ଡୋଜ୍ । ୨୮ ନଭେମ୍ବରରୁ ରାଜ୍ୟରେ ସରକରୀ ଟିକା କରଣ ବନ୍ଦ ଥିବା ବେଳେ ଟିକା ଯୋଗାଣ ପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ଲେଖାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ । ତା’ ସହ ସୂଚନା ଦେଇଛନ୍ତି ଓଡ଼ିଶାରେ ୮କୋଟି ୧୪ଲକ୍ଷ ଡୋଜ୍ ଟିକା ନିଆସରିଛି । ଯେଉଁମାନେ ପ୍ରିକଶନ ଡୋଜ୍ ନେଇଛନ୍ତି ସେମାନେ ସୁରକ୍ଷିତ । ଅନ୍ୟ ରାଜ୍ୟମାନଙ୍କ ଅପେକ୍ଷା ଓଡ଼ିଶାରେ ହଡ ୟୁମୁନିଟ୍ ଅଧିକ ରହିଛି । ଓଡ଼ିଶାର ଯେତିକି ସାଂପୁଲ୍ ଜିନମ୍ ସିକ୍ୟେନସିଂ ପାଇଁ ଯାଇଛି ସେଥିରେ ବିଫ ଭାରିଆଣ୍ଡର ପ୍ରମାଣ ମିଳିନାହିଁ । ସେପଟେ କରୋଭିଡ୍ ର ମୁକାବିଲା ଭିତରେ ଆଉ ଏକ ଆଉ ଏକ ବଡ଼ ଅସ୍ତ୍ରଭାବେ ଆସିଛି ନାଜାଲ ଭ୍ୟାକ୍ସିନ । ଯାହାର ନାଁ ରହିଛି ଇନକୋ ଭା । ଏହାକୁ ବୁଷ୍ଟର ଡୋଜ୍ ଭାବେ ବ୍ୟବହାର କରିବାକୁ କେନ୍ଦ୍ର ସରକାରବି ଅନୁମତି ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟର ଅନୁମୋଦନ ପରେ ଆଜିଠାରୁ ଦେଶବ୍ୟାପି କରୋନା ଟିକା କରଣରେ ସାମିଲ ହୋଇଛି ଭାରତ ବାୟୋଟେକ୍ ଦ୍ୱରା ପ୍ରସୃତ ଏହି ଇଟା ନାଜାଲ୍ ଭ୍ୟାକ୍ସିନ । ଆଗରୁ କୋଭିସିଡ ନେଇଥାନ୍ତୁ କି କୋଭାକ୍ସନ୍ ଟିକା ନେଇ ଥାନ୍ତୁ ଏହାକୁ ସମସ୍ତେ ନେଇ ପାରିବେ । ୨ରୁ ୮ଟିଗ୍ରି ମଧ୍ୟରେ ଏହାକୁ ସହଜରେ ସାଇତିକି ରଖି ହେବ । ୪ସପ୍ତାହ ବ୍ୟବଧାନରେ ଏହାକୁ ନେବକେୁ ପଡିବ । ପ୍ରତି ନାକପୁଡାରେ ୪ ଡ୍ରପ ଲେଖାଏଁ ମୋଟ୍ ୭ଟ୍ରପ୍ ଟିକା ଦିଆଯିବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031