Indus Valley Times

କରୋନାର ୩ୟ ଲହର ଅକ୍ଟୋବର – ନଭେମ୍ବର ମଧ୍ୟରେ ଶୀର୍ଷରେ ପହଞ୍ଚିପାରେ : ଅଧ୍ୟୟନ

 Breaking News

କରୋନାର ୩ୟ ଲହର ଅକ୍ଟୋବର – ନଭେମ୍ବର ମଧ୍ୟରେ ଶୀର୍ଷରେ ପହଞ୍ଚିପାରେ : ଅଧ୍ୟୟନ

July 04
09:23 2021

ନୂଆଦିଲ୍ଲୀ, ୪/୭ : କୋଭିଡ-୧୯ ମହାମାରୀ ମଡେଲିଂ ସଂପର୍କିତ ଏକ ସରକାରୀ କମିଟିର ଜଣେ ବୈଜ୍ଞାନିକ କହିଛନ୍ତି ଯେ, ଯଦି କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆ ନଯାଏ, ତାହେଲେ କରୋନା ଭାଇରସର ୩ୟ ଲହର ଅକ୍ଟୋବର-ନଭେମ୍ବର ମଧ୍ୟରେ ଶୀର୍ଷ ସ୍ତରରେ ପହଂଚିପାରେ । କିନ୍ତୁ ୨ୟ ଲହର ସମୟରେ ରେକର୍ଡ ହୋଇଥିବା ମାମଲାର ୫୦ ପ୍ରତିଶତ ଦେଖିବାକୁ ମିଳିପାରେ । ‘ସୂତ୍ର ମଡେଲ’ ଅଥବା କୋଭିଡ-୧୯ର ଗଣିତୀୟ ଅନୁମାନ ଉପରେ କାର କରୁଥିବା ମଣିନ୍ଦ୍ର ଅଗ୍ରୱାଲ କହିଛନ୍ତି, ଯଦି ଭାଇରସର କୌଣସି ନୂଆ ପ୍ରାରୁପ ଉତ୍ପନ୍ନ ହୁଏ, ତା’ହେଲେ ୨ୟ ଲହର ଖୁବ ଶୀଘ୍ର ବ୍ୟାପିପାରେ ।
କୋଭିଡ-୧୯ରୁ ମୁକ୍ତି ପାଇବା ପାଇଁ ଟିକାର ଏକ ବା ୨ଟି ଡୋଜ ନେଇଥିବା ଲୋକଙ୍କୁ କରୋନା ଭାଇରସର ଡେଲ୍ଟା ସ୍ୱରୁପ ଠାରୁ ସୁରକ୍ଷା ମିଳିପାରେ । ଏହା ଏକ ଅଧ୍ୟୟନରେ ଦାବି କରାଯାଇଛି । ଅଧ୍ୟୟନର ଏବେ ସମୀକ୍ଷା କରାଯିବାର ଆବଶ୍ୟକତା ରହିଛି ଏବଂ ଶୁକ୍ରବାର ‘ବାୟୋରେକ୍ସିଭ ପ୍ରୀପିଣ୍ଟ ସର୍ଭର’ ଉପରେ ପୋଷ୍ଟ କରାଯାଇଥିଲା । ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ(ଆଇସିଏମଆର), ରାଷ୍ଟ୍ରୀୟ ବିଜାଣୁ ବିଜ୍ଞାନ ସଂସ୍ଥାନ ଓ ନ୍ୟୁରୋସର୍ଜରୀ ବିଭାଗ, କମାଣ୍ଡ ହସ୍ପିଟାଲ (ଦକ୍ଷିଣ କମାନ)ର ବୈଜ୍ଞାନିକମାନେ କୋଭିଡ-୧୯ ସଂପର୍କିତ କୋଭିଶିଲ୍ଡ ଡିକାକୁ ନେଇ ଅଧ୍ୟୟନ କରିଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031