Indus Valley Times

କରୋନା, ମଙ୍କିପକ୍ସ ପରେ ଡରାଇଲାଣି ଆଉ ଏକ ରୋଗ

 Breaking News

କରୋନା, ମଙ୍କିପକ୍ସ ପରେ ଡରାଇଲାଣି ଆଉ ଏକ ରୋଗ

August 21
16:50 2022

ନୂଆଦିଲ୍ଲୀ, ୨୧/୮ : କୋଭିଡ୍-୧୯ ମହାମାରୀ ପରେ ଆତଙ୍କ ସୃଷ୍ଟି କରିଛି ଆଉ ଏକ ନୂଆ ରୋଗ। ଯାହାର ନାଁ ଟମାଟୋ ଫ୍ଲୁ। କେରଳ ଓ ଓଡ଼ିଶାରୁ ଏହି ରୋଗର ମାମଲା ସାମ୍ନାକୁ ଆସିବା ପରେ ସମସ୍ତେ ଚିନ୍ତାରେ।
ଯାହାକୁ ନେଇ ଡାକ୍ତରମାନେ ସତର୍କ କରାଇଛନ୍ତି। ‘ଟମାଟୋ ଫ୍ଲୁ’, ଏକ ନୂଆ ରୋଗ ଯାହା ହାତ, ପାଦ ଏବଂ ମୁହଁରେ ଦେଖିବାକୁ ମିଳୁଛି।
ଲାନସେଟ୍ ରେସପିରୋଟୋରି ଜର୍ଣ୍ଣାଲ୍ ଅନୁଯାୟୀ, ‘ଟମାଟୋ ଫ୍ଲୁ’ ରୋଗ ପ୍ରଥମେ କେରଳର କୋଲାମରେ ଦେଖିବାକୁ ମିଳିଥିଲା। ରିପୋର୍ଟ ଅନୁଯାୟୀ ମେ ୬ ପର‌୍ୟ୍ୟନ୍ତ, ୮୨ ଜଣ ଶିଶୁ ଏଥିରେ ସଂକ୍ରମିତ ହୋଇଥିଲେ।
ଏହି ପିଲାମାନେ ୫ ବର୍ଷରୁ କମ୍ ବୋଲି ଲାନସେଟ୍ ରିପୋର୍ଟରେ କୁହାଯାଇଛି। ଲାନସେଟ୍ କହିଛନ୍ତି ଯେ, ଆମେ ଯେମିତି କୋଭିଡ୍ -୧୯ ର ଚତୁର୍ଥ ଲହର ସହ ମୁକାବିଲା କରିଛୁ, ଟମାଟୋ ଫ୍ଲୁ ବା ଟମାଟୋ ଜ୍ୱର ନାମକ ଏକ ନୂଆ ଜୀବାଣୁ କେରଳରେ ୫ ବର୍ଷରୁ କମ୍ ପିଲାମାନଙ୍କଠାରେ ଉତ୍ପନ୍ନ ହୋଇଛି।
ନାଲି ନାଲି ହୋଇ ଫଳିଯିବା ସହ ଏହା ଖୁବ୍ ଯନ୍ତ୍ରଣାଦାୟକ। ସେଥିପାଇଁ ଏହି ସଂକ୍ରମଣର ନାଁ ‘ଟମାଟୋ ଫ୍ଲୁ’ ରଖାଯାଇଛି। ଧୀରେ ଧୀରେ ଏହା ଟମାଟୋ ଆକାର ଭଳି ହୋଇଥାଏ।
ଏହାର ଲକ୍ଷଣ ବି ସେମିତି, ଖୁବ୍ ଯନ୍ତ୍ରଣାଦାୟକ । ଉଚ୍ଚ ଜ୍ୱର, ଶରୀର ଯନ୍ତ୍ରଣା, ଗଣ୍ଠି ଫୁଲା ଏବଂ ଥକାପଣ ଅନ୍ତର୍ଭୁକ୍ତ – ଚିକେନଗୁନିଆ ପରି ।କେତେକ ରୋଗୀଙ୍କ କ୍ଷେତ୍ରରେ ବାନ୍ତି, ଝାଡ଼ା, ଜ୍ୱର, ଡିହାଇଡ୍ରେସନ୍, ଗଣ୍ଠି ଫୁଲିଯିବା ଏବଂ ଶରୀରରେ ଯନ୍ତ୍ରଣା ଅନୁଭବ କରୁଥିବା ମଧ୍ୟ ଜଣାଯାଇଛି।
ଲାନସେଟଙ୍କ ଅନୁଯାୟୀ, କେରଳର ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳ ହେଉଛି ଆଞ୍ଚଲ, ଆର‌୍ୟ୍ୟଙ୍କାଭୁ ଏବଂ ନେଡୁଭାଥୁର। ପଡୋଶୀ ଦେଶ ତାମିଲନାଡୁ ଏବଂ କର୍ଣ୍ଣାଟକ ପାଇଁ ସତର୍କ ସୂଚନା ଜାରି କରାଯାଇଛି।
ଏଥିସହ ଭୁବନେଶ୍ୱରର ଆଞ୍ଚଳିକ ମେଡିକାଲ ରିସର୍ଚ୍ଚ ସେଣ୍ଟର ଅନୁଯୟୀ ଓଡ଼ିଶାରେ ୨୬ ଜଣ ଶିଶୁ ଏହି ରୋଗରେ ଆକ୍ରାନ୍ତ। ଆଜି ପର‌୍ୟ୍ୟନ୍ତ କେରଳ, ତାମିଲନାଡୁ ଏବଂ ଓଡିଶା ବ୍ୟତୀତ ଭାରତର ଅନ୍ୟ କୌଣସି ଅଞ୍ଚଳରେ ଏହି ଭାଇରସ୍ ପ୍ରଭାବିତ ହୋଇ ନାହିଁ।
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ଏହା ଏକ ଆତ୍ମ-ସୀମିତ ରୋଗ । ଏହାର ଚିକିତ୍ସା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔ ଷଧ ନାହିଁ। ସେମାନେ ଚେତାବନୀ ଦେଇଛନ୍ତି ଯେ ଟମାଟୋ ଫ୍ଲୁ ଭାଇରସ୍ ଅତ୍ୟନ୍ତ ସଂକ୍ରାମକ ଅଟେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031