Indus Valley Times

କରୋନା ସଂକ୍ରମଣ ପାଇଁ ଏ ବର୍ଷ ବି ବୋଲବମ୍ ଉପରେ ରୋକ୍ ଲଗାଇଲେ SRC

 Breaking News

କରୋନା ସଂକ୍ରମଣ ପାଇଁ ଏ ବର୍ଷ ବି ବୋଲବମ୍ ଉପରେ ରୋକ୍ ଲଗାଇଲେ SRC

କରୋନା ସଂକ୍ରମଣ ପାଇଁ ଏ ବର୍ଷ ବି ବୋଲବମ୍ ଉପରେ ରୋକ୍ ଲଗାଇଲେ SRC
July 13
20:04 2021

ଭୁବନେଶ୍ୱର,୧୩/୭ : କରୋନା ସଂକ୍ରମଣ ପାଇଁ ଗତବର୍ଷ ଭଳି ଏ ବର୍ଷ ବୋଲବମ୍ ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର। ଏଥିପାଇଁ SRCଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ନିର୍ଦ୍ଦେଶନାମା ଅନୁସାରେ କୌଣସି ଧାର୍ମିକ ସ୍ଥାନରୁ ଜଳ ଉଠାଇ ପାରିବେନି କାଉଡ଼ିଆ। ସର୍ବସାଧାରଣ ରାସ୍ତାରେ ପାଣିଧରି ଯାଇପାରିବେନି କାଉଡିଆ। ପାଣି ନେଇ କାଉଡିଆମାନେ କୌଣସି ଶିବ ମନ୍ଦିରକୁ ଯାଇପାରିବେନି। ମହାମାରୀ କରୋନାକୁ ଦେଖି ରାଜ୍ୟ ସରକାର ଏପରି କଟକଣା ଜାରି କରିଛନ୍ତି।
ଦ୍ୱିତୀୟ ଲହର ସରିବା ଆଗରୁ ତୃତୀୟ ଲହରର ଆଶଙ୍କା ପ୍ରକାଶ କରିଛନ୍ତି ବିଶେଷଜ୍ଞ। ଶ୍ରାବଣ ମାସରେ କାଉଡିଆମାନେ ବିଭିନ୍ନ ଶିବ ମନ୍ଦିରକୁ ଯାଇ ପାଣି ଢାଳିଥାନ୍ତି। କିନ୍ତୁ ସେ ସମୟରେ କରୋନା ଦୂର ହୋଇଥିବାରୁ ବୋଲବମ୍ ଉପରେ ରୋକ ଲଗାଇଛନ୍ତି ରାଜ୍ୟ ସରକାର।
କରୋନାର ଦ୍ୱିତୀୟ ଲହର ଯାଇ ସମ୍ଭାବ୍ୟ ତୃତୀୟ ଲହର ଆସିବାକୁ ଯାଉଛି। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କିଛି କଟକଣା କରିଛନ୍ତି ରାଜ୍ୟ ସରକାର। ସଂକ୍ରମଣ ବଢୁଥିବା ରାଜ୍ୟ ଗୁଡ଼ିକରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ଗୁରୁତ୍ୱ ଦିଆଯାଇଛି। କେନ୍ଦ୍ର ସରକାର ମଧ୍ୟ ଏହା ଉପରେ ଆବଶ୍ୟକ ପଦକ୍ଷେପ ନେବା ଦରକାର ବୋଲି ଡିଏମ୍ଇଟି କହିଛନ୍ତି। କାରଣ ଦ୍ୱିତୀୟ ଲହର ବେଳେ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ ହିଁ ପ୍ରଥମେ ପଜିଟିଭ୍ କେସ୍ ସଂଖ୍ୟା ବଢ଼ିଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031