Indus Valley Times

କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବୃଦ୍ଧି କରୁଛି ଟିପିଏନ୍‌ଓଡ଼ିଏଲ୍ ଏଚଓଟିଟି ସେଣ୍ଟର

 Breaking News

କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବୃଦ୍ଧି କରୁଛି ଟିପିଏନ୍‌ଓଡ଼ିଏଲ୍ ଏଚଓଟିଟି ସେଣ୍ଟର

କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବୃଦ୍ଧି କରୁଛି ଟିପିଏନ୍‌ଓଡ଼ିଏଲ୍ ଏଚଓଟିଟି ସେଣ୍ଟର
May 05
21:51 2025

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ୱର, ୫/୫: ବାଲେଶ୍ୱର, ବେତନଟୀ, ଯୋଡ଼ା, ଭଦ୍ରକ ଓ ଯାଜପୁରର ପାଂଚଟି ଅତ୍ୟାଧୁନିକ ତାଲିମ କେନ୍ଦ୍ର ୪୫୦୦ରୁ ଅଧିକ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଶିଳ୍ପ ପାଇଁ ପ୍ରସ୍ତୁତ ଦକ୍ଷତା ପ୍ରଦାନ, ଯୁବପିଢ଼ିଙ୍କ ସଶକ୍ତୀକରଣ ଏବଂ ଶ୍ରମଶକ୍ତି କ୍ଷମତାରେ ଉନ୍ନତି ଆଣିଛି ।
ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ଏହାର ପାଂଚଟି ପୂର୍ଣ୍ଣ କାର୍ଯ୍ୟକ୍ଷମ ଥିବା ହାଣ୍ଡ୍‌ସ-ଅନ୍ ଟେକ୍ନିକାଲ୍ ଟ୍ରେନିଂ (ଏଚ୍‌ଓଟିଟି) କେନ୍ଦ୍ରର ନେଟ୍‌ୱର୍କ ଜରିଆରେ କର୍ମଚାରୀଙ୍କ ବିକାଶ ଓ ଗୋଷ୍ଠୀ ସଶକ୍ତୀକରଣ ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଏହି କେନ୍ଦ୍ରଗୁଡ଼ିକ ବାଲେଶ୍ୱର, ତେବନଟୀ, ରାହାଞ୍ଜ (ଭଦ୍ରକ) ଓ ପାଣିକୋଇଲି (ଯାଜପୁର)ରେ ରହିଛି। ସମଗ୍ର ଉତର ଓଡ଼ିଶାରେ ବୈଷୟିକ ଦକ୍ଷତାକୁ ସୁଦୃଢ଼ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।
ଟିପିଏନ୍‌ଓଡିଏଲ୍‌ର ପ୍ରତିଟି ପରିଚାଳନା ସର୍କଲ୍‌ରେ ସ୍ଥାପନ କରାଯାଇଥିବା ଏହି କେନ୍ଦ୍ରଗୁଡ଼ିକ ବାସ୍ତବ ବିଦ୍ୟୁତ ଶକ୍ତି ବ୍ୟବସ୍ଥାରେ ପ୍ରତ୍ୟକ୍ଷ ତାଲିମ ସହିତ ଥିଓରିକୁ ମିଶାଇ ଏକ ଚମତ୍କାର ଶିକ୍ଷଣୀୟ ପରିବେଶ ପ୍ରଦାନ କରୁଛନ୍ତି।
କେନ୍ଦ୍ରଗୁଡ଼ିକରେ ସ୍ୱିଚ୍‌ଗିୟର ୱାର୍କସପ୍‌, ଟ୍ରାନ୍ସଫରମର ୟୁନିଟ୍‌, ଆର୍‌ଏମ୍‌ୟୁ, ସିଟି, ପିଟି, ଏଲ୍‌ଏ, ସ୍କାଡା ବ୍ୟବସ୍ଥା ଏବଂ ସିମୁଲେଟରର ନେଟୱର୍କ ଭଳି ଅତ୍ୟାଧୁନିକ ଭିତିଭୂମି ରହିଛି।
କେନ୍ଦ୍ରଗୁଡ଼ିକରେ ବାସ୍ତବ ଦୁନିଆର ଆବଶ୍ୟକତା ଅନୁସାରେ ତାଲିମ ପ୍ରଦାନ କରାଯାଉଥିବାରୁ ଶ୍ରେଣୀଗୃହ ଶିକ୍ଷା ଓ କାର୍ଯ୍ୟକ୍ଷେତ୍ର ମଧ୍ୟରେ ରହିଥିବା ଅନ୍ତର ଦୂର ହୋଇପାରିଛି।
ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରଠାରୁ କେନ୍ଦ୍ରଗୁଡ଼ିକ ସଫଳତାର ସହିତ ଟିପିଏନ୍‌ଓଡିଏଲ୍ ଓ ବିଜନେସ୍ ଆସୋସିଏଟ୍ (ବିଏ) ମାନଙ୍କ ୪,୧୯୦ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରି ସେମାନଙ୍କ ପରିଚାଳନା, ରକ୍ଷଣାବେକ୍ଷଣ ଓ ସୁରକ୍ଷା ଦକ୍ଷତାରେ ଉନ୍ନତି ଆଣିପାରିଛନ୍ତି। କେବଳ ବାଲେଶ୍ୱରରେ ୩୩୯୬ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି।
ବେତନଟୀର ୫୬୧ ଓ ଯୋଡ଼ାର ୨୩୩ ଜଣ କର୍ମଚାରୀଙ୍କୁ ମଧ୍ୟ ତାଲିମ ପ୍ରଦାନ କରାଯାଇଛି। ଆର୍ଥିକ ବର୍ଷ ଶେଷ ଆଡ଼କୁ ଭଦ୍ରକ ଓ ଯାଜପୁର କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ସହିତ ଏମ୍‌ଓୟୁ ଅଧୀନରେ ସେଗୁଡ଼ିକ ସରକାରୀ ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ ଆରମ୍ଭ କରିଛନ୍ତି।
ଓଡ଼ିଶା ସରକାରଙ୍କ ସହ ସ୍ୱାକ୍ଷରିତ ହୋଇଥିବା ଏମ୍‌ଓୟୁ ଅନୁସାରେ ଏଚଓଟିଟି କେନ୍ଦ୍ରଗୁଡ଼ିକରେ ତାଲିମ ହାସଲ କରିବା ପାଇଁ ଟିପିଏନଓଡିଏଲ୍‌ର ନିୟମିତ କର୍ମଚାରୀ, ବିଜନେସ୍ ଆସୋସିଏଟ୍ (ବିଏ) କର୍ମଚାରୀ ଓ ସରକାରୀ ଆଇଟିଆଇରେ ଇଲେକ୍ଟିସିଆନ୍ ଟ୍ରେଡ୍‌ର ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ଯୋଗ୍ୟ ଅଟନ୍ତି।
ଏଥି ସହିତ ଟିପିଏନ୍‌ଓଡିଏଲ୍‌ର ଗ୍ରାହକମାନଙ୍କୁ ମଧ୍ୟ ତାଲିମ ପାଇଁ ବିଚାରକୁ ନିଆଯାଉଛି। ଭବିଷ୍ୟତରେ ଏଥିରେ ଡିପ୍ଲୋମା ଓ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବାକୁ ଆଶା ରହିଛି, ଯାହା ଏହି ଅଂଚଳରେ ବୈଷୟିକ ଶିକ୍ଷା ଓ କ୍ୟାରିୟର ପ୍ରସ୍ତୁତି ପାଇଁ ଏକ ବ୍ୟାପକ ପ୍ଲାଟଫର୍ମ ପ୍ରଦାନ କରିବ।
ଏହି ଅଭିଯାନ ସ୍ଥାନୀୟ ଯୁବପିଢ଼ି, ବିଶେଷ କରି ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ପାଇଁ ଉଲ୍ଲେଖନୀୟ ଲାଭ ଆଣିଦେଇଛି। ୧୧୫ ଜଣ ଯୁବ ମହିଳାଙ୍କୁ ମିଶାଇ ମୋଟ ୩୫୧ ଜଣ ଇଲେକ୍ଟ୍ରିସିଆନ୍ ଟ୍ରେଡ୍‌ର ଛାତ୍ରଛାତ୍ରୀ ଏକ ୧୯ ଦିନିଆ ପ୍ରତ୍ୟକ୍ଷ ଦକ୍ଷତା ବିକାଶ ପାଠ୍ୟକ୍ରମ ଶେଷ କରିଛନ୍ତି ଯାହା ଦ୍ୱାରା ଏକ ସୁରକ୍ଷିତ ଓ ନିୟନ୍ତ୍ରିତ ପରିବେଶରେ ଚଳନ୍ତୀ ବିଦ୍ୟୁତ୍ ବ୍ୟବସ୍ଥା ଏବଂ ଉପକରଣ ବିଷୟରେ ସେମାନେ ଜାଣିପାରିଛନ୍ତି। ଏହା ସେମାନଙ୍କ ନିଯୁକ୍ତି ହାସଲ କରିବାର କ୍ଷମତାରେ ଉନ୍ନତି ଆଣିଥିବା ବେଳେ ବିଦ୍ୟୁତ ଶକ୍ତି କ୍ଷେତ୍ରରେ କ୍ୟାରିୟର ଗଢ଼ିବାର ବିଶ୍ୱାସ ବଢ଼ାଇଛି।
ଏହି କେନ୍ଦ୍ରଗୁଡ଼ିକର ପ୍ରଭାବ ଦକ୍ଷତା ବିକାଶଠାରୁ ଅଧିକ କିଛି ରହିଛି। ସୁରକ୍ଷିତ କର୍ମ ସଂସ୍କୃତି, ନବସୃଜନକୁ ଗ୍ରହଣ କରିବା ଏବଂ କର୍ମଚାରୀଙ୍କୁ ଯୋଡ଼ିବାରେ ଇନ୍‌କୁବେଟର୍ ଭାବେ ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକ କାର୍ଯ୍ୟ କରୁଛି। ଆଚରଣ ଆଧାରିତ ସୁରକ୍ଷା, ସ୍କାଡା ପ୍ରଯୁକ୍ତି, ଜିଆଇଏସ୍ ବ୍ୟବସ୍ଥା ଓ ଅଟୋମେସନ୍ ଭଳି ମଡ୍ୟୁଲ୍‌କୁ ସାମିଲ କରି ଏହି ଏଚ୍‌ଓଟିଟି କେନ୍ଦ୍ରଗୁଡ଼ିକ ନୂତନ କର୍ମଚାରୀଙ୍କୁ ପ୍ରସ୍ତୁତ କରିବା ଏବଂ ବିଶ୍ୱ ମାନକ ଅନୁସାରେ ପୁରୁଣା ଶ୍ରମଶକ୍ତିର ଦକ୍ଷତା ବଢାଇବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିଛି।
ଓଡ଼ିଶାର ଗ୍ରାମୀଣ ଯୁବପିଢ଼ିଙ୍କ ପାଇଁ ଏହି କେନ୍ଦ୍ରଗୁଡ଼ିକ ଆତ୍ମନିର୍ଭର ଓ ଅର୍ଥପୂର୍ଣ୍ଣ ନିୟୋଜନ ପାଇଁ ପ୍ରବେଶ ପଥ ଭାବେ କାର୍ଯ୍ୟକରୁଛି। ଟିପିଏନ୍‌ଓଡିଏଲ୍‌ର ଅନ୍ତର୍ଭୁକ୍ତୀକରଣ ଆଭିମୁଖ୍ୟ ବିକାଶକୁ ବ୍ୟାପକ କରିବା ଏବଂ କେବଳ ବ୍ୟକ୍ତିବିଶେଷ ନୁହେଁ ବରଂ ବ୍ୟାପକ ଅର୍ଥନୀତିକୁ ସମର୍ଥନ କରିବାକୁ ନିଶ୍ଚିତ କରୁଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031