Indus Valley Times

କାଉଣ୍ଟର ଖୋଲିବା ପରେ ଟିକେଟ୍ କିଣିବାକୁ ଉତ୍ସାହ, ବାରବାଟୀରେ ଅସମ୍ଭାଳ ଭିଡ଼

 Breaking News

କାଉଣ୍ଟର ଖୋଲିବା ପରେ ଟିକେଟ୍ କିଣିବାକୁ ଉତ୍ସାହ, ବାରବାଟୀରେ ଅସମ୍ଭାଳ ଭିଡ଼

କାଉଣ୍ଟର ଖୋଲିବା ପରେ ଟିକେଟ୍ କିଣିବାକୁ ଉତ୍ସାହ, ବାରବାଟୀରେ ଅସମ୍ଭାଳ ଭିଡ଼
December 05
12:48 2025

କଟକ, ୫/୧୨ : ଆଜିଠାରୁ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍ ପାଇଁ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ମୋଟ ପାଞ୍ଚଟି କାଉଣ୍ଟରରେ ଟିକେଟ୍ ମିଳୁଛି । ଅଫଲାଇନ୍ ଟିକେଟ୍ ଆଜି ଓ ଆସନ୍ତାକାଲି ବିକ୍ରି ହେବେ । ପ୍ରାୟ ୧୦ ହଜାର ଟିକେଟ୍ ବିକ୍ରି କରାଯିବ ।
ସେପଟେ ଟିକେଟ୍ କିଣିବାକୁ କାଉଣ୍ଟର ଆଗରେ ହଜାର ହଜାର ସଂଖ୍ୟାରେ କ୍ରିକେଟ୍ ପ୍ରେମୀ ଗତକାଲିଠାରୁ ଅସମ୍ଭାଳ ଭିଡ଼ ଲଗାଇଛନ୍ତି । ଆଜି ସକାଳେ ଧାଡ଼ିରେ ଛିଡ଼ା ହେବା ଥିଲା । କିନ୍ତୁ ବଢ଼ୁଥିବା କ୍ରିକେଟ ପ୍ରେମୀଙ୍କ ଭିଡ଼କୁ ଦେଖି କମିଶନରେଟ୍ ପୋଲିସ ବାଧ୍ୟ ନିଜର ନିଷ୍ପତି ବଦଲାଇଥିଲା । ଗତକାଲି ରାତିରୁ ବାରିକେଡରେ ଲୋକମାନଙ୍କୁ ଧାଡ଼ି ଛିଡ଼ା କରାଯାଇଥିଲା । ତେବେ ଆଜି ସକାଳ ୯ଟାରେ ଟିକେଟ୍ ବିକ୍ରି ହେବାକୁ ଥିବା ବେଳେ ଘଣ୍ଟାଏ ବିଳମ୍ବରେ କାଉଣ୍ଟର୍ ଖୋଲିଥିଲା ।
ଟିକେଟ୍ ପାଇବା ପରେ ଲୋକମାନଙ୍କ ମଧ୍ୟରେ ଖୁସିର ଲହିରି ଖେଳି ଯାଇଛି । ତେବେ ଏହି ସମୟରେ ଠେଲାପେଲାରେ ମଧ୍ୟ କିଛି ବ୍ୟକ୍ତି ସାମାନ୍ୟ ଆହତ ହୋଇଛନ୍ତି ।
ଗ୍ୟାଲେରୀ ନମ୍ବର ୨ ଓ ୪ ପାଇଁ ୯୦୦ ଟଙ୍କା, ଗ୍ୟାଲେରୀ ନମ୍ବର ୭ ପାଇଁ ୭୦୦ ଟଙ୍କା, ସ୍ପେଶାଲ ଏନ୍‌କ୍ଲୋଜର୍ ପାଇଁ ୬,୦୦୦ ଟଙ୍କା ଏବଂ ଏସି ବକ୍ସ ପାଇଁ ୮,୦୦୦ ଟଙ୍କା ରହିଛି ।
ଏହା ପୂର୍ବରୁ ଅନଲାଇନ୍ ଟିକେଟ୍ ବିକ୍ରି ଶେଷ ହୋଇଛି । ଅନଲାଇନ୍ ଟିକେଟ କ୍ରେତାମାନଙ୍କ ପାଇଁ ଡିସେମ୍ବର ୮ ଏବଂ ୯ ତାରିଖରେ କେମ୍ବ୍ରିଜ ସ୍କୁଲରେ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯିବ । ସେଠାରୁ ସେମାନେ ନିଜ ବୁକିଂ ଦେଖାଇ ଟିକେଟ୍ ସଂଗ୍ରହ କରିବେ । ସେହିପରି ଓସିଏଲ ଅନୁବନ୍ଧିତ ସଂସ୍ଥାମାନଙ୍କୁ ମଧ୍ୟ ଟିକେଟ୍ ବିକ୍ରି ଶେଷ ହୋଇଛି । ଏଥର ମୋଟ୍ ୪୨ ହଜାର ଦର୍ଶକ ମ୍ୟାଚ୍ ଦେଖିପାରିବେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930