Indus Valley Times

ହ୍ୟୁମାନ ସାଗରଙ୍କ ସମାଧି ସ୍ଥଳରେ କାନ୍ଦିଲେ ଶ୍ରେୟା ମିଶ୍ର, ଦେଲେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

 Breaking News

ହ୍ୟୁମାନ ସାଗରଙ୍କ ସମାଧି ସ୍ଥଳରେ କାନ୍ଦିଲେ ଶ୍ରେୟା ମିଶ୍ର, ଦେଲେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ହ୍ୟୁମାନ ସାଗରଙ୍କ ସମାଧି ସ୍ଥଳରେ କାନ୍ଦିଲେ ଶ୍ରେୟା ମିଶ୍ର, ଦେଲେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
December 07
19:53 2025

ବଲାଙ୍ଗୀର ,୭/୧୨ : ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ । ଟିଟିଲାଗଡ଼ ବଏଜ୍ ହାଇସ୍କୁଲ୍ ପଡ଼ିଆରେ ଓଡିଶା କଳାକାର ଏକତା ମଞ୍ଚ ପକ୍ଷରୁ ଆୟୋଜିତ ଏହି ସଭାରେ ଯୋଗ ଦେଇ ହ୍ୟୁମାନଙ୍କ ମାଆ କହିଛନ୍ତି, ସେ ଗଣମାଧ୍ୟମରେ ଯାହା କହିଛନ୍ତି, ତାହା ନିରାଟ ସତ୍ୟ ।
ସେ ପୁତ୍ର ବିଚ୍ଛେଦରୁ ମୁକୁଳି ପାରି ନ ଥିବାରୁ ଏଯାଏଁ ୠଓଜ ଦେଇ ନାହାଁନ୍ତି କିମ୍ବା ଏ ବିଷୟରେ କୌଣସି ନିଷ୍ପତ୍ତି ନେଇ ପାରି ନାହାଁନ୍ତି । ତେବେ ତାଙ୍କର ଶେଷ ଭରସା ବୋହୂ ଓ ନାତୁଣୀ । ହ୍ୟୁମାନଙ୍କ ମୃତ୍ୟୁ ପାଇଁ ମାଆ ପୂର୍ବରୁ ଦୁଇ ଜଣ ମ୍ୟାନେଜର ଓ ଜଣେ ଗାୟିକାଙ୍କୁ ଦାୟୀ କରିଥିଲେ ।
ଏହି ଅବସରରେ ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର ମଧ୍ୟ ନିଜ ଦୁଃଖଭରା କାହାଣୀ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି, “ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି ଓ ୮ ବର୍ଷରେ ମୋ ଝିଅ ବାପାଙ୍କୁ ହରାଇଲା ।” ମାଆ ପୂର୍ବରୁ ଯାହା ସବୁ କହିଛନ୍ତି ଓ ଯେଉଁମାନଙ୍କ ନାଁ ନେଇଛନ୍ତି, ସେଥିରେ ସେ ଶତପ୍ରତିଶତ ଏକମତ ବୋଲି ଶ୍ରେୟା କହିଛନ୍ତି । ଅର୍ଥାତ୍ ମାଆ କରିଥିବା ସମସ୍ତ ଅଭିଯୋଗ ପୂରା ସତ ।
ଶ୍ରେୟା ମିଶ୍ର ଶ୍ରଦ୍ଧାଞ୍ଜଳି ସଭା ପୂର୍ବରୁ ସ୍ବାମୀ ହ୍ୟୁମାନଙ୍କ ସମାଧି ପୀଠକୁ ଯାଇ ଭୋ ଭୋ ହୋଇ କାନ୍ଦିଥିଲେ । ମାଆ ମଧ୍ୟ ପୁଅକୁ ବୋହୂ ଶ୍ରଦ୍ଧାଞ୍ଜଳି ଦେଇଥିବାରୁ ଏବଂ ବୋହୂ ଓ ନାତୁଣୀ ତାଙ୍କୁ ସମ୍ଭାଳିଥିବାରୁ ଭାବବିହ୍ବଳ ହୋଇ କାନ୍ଦିଥିଲେ । ସଭାରେ ଯୋଗଦେବା ପାଇଁ ଅଭିନେତା ଅନୁଭବ ମହାନ୍ତିଙ୍କ ସମେତ ଚଳଚ୍ଚିତ୍ର ଓ ସଂଗୀତ ଜଗତର ବହୁ ଜଣାଶୁଣା ବ୍ୟକ୍ତିବିଶେଷ ଟିଟିଲାଗଡ଼ରେ ପହଞ୍ଚିଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930