Indus Valley Times

କାପ୍ତା ପଲ୍ଲୀ ରେ ବିଜୁ ଜନତା ଦଳ ତରଫରୁ ଜୀବନ ବିନ୍ଦୁ ଅଭିଯାନ କାର୍ଯ୍ୟକ୍ରମ

 Breaking News

କାପ୍ତା ପଲ୍ଲୀ ରେ ବିଜୁ ଜନତା ଦଳ ତରଫରୁ ଜୀବନ ବିନ୍ଦୁ ଅଭିଯାନ କାର୍ଯ୍ୟକ୍ରମ

August 12
20:35 2020

ନୂଆଗାଁ,୧୨/୮: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କାପ୍ତା ପଲ୍ଲୀ ,ଗୁମି , ଜାକେଡ଼ା ପଞ୍ଚାୟତ ବିଜୁଜନତା ଦଳ ତରଫରୁ କାପ୍ତା ପଲ୍ଲୀ ପଞ୍ଚାୟତ ରେ ଜୀବନ ବିନ୍ଦୁ ଅଭିଯାନ କାର‌୍ୟ୍ୟକ୍ରମ ମାଧ୍ୟମରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ କରୋନା ମହାମାରୀ ସମୟରେ ରକ୍ତର ଅଭାବ ଦୂରୀକରଣ ପାଇଁ ଏହି ରକ୍ତଦାନ ଶିବିର କେତେ ଗୁରୁତ୍ବ ପୂର୍ଣ୍ଣ ତାହା ବର୍ଣ୍ଣନା କରିଥିଲେ। ତତ୍ ସହିତ କରୋନା ସଚେତନତା କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷ ଅନ୍ତର‌୍ୟ୍ୟାମୀ ସ୍ୱାଇଁ,ଉପାଧ୍ୟକ୍ଷ ପୁଷ୍ପାଞ୍ଜଳି ସାହୁ,,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସାସମଲ୍, ବିଜେଡ଼ି ସଭାପତି ସନାତନ ସାମଲ ,ବିଡ଼ିଓ ପ୍ରମୋଦ କୁମାର ଦଳ ବେହେରା,ସ୍ଥାନୀୟ ସରପଞ୍ଚ ସୁଶ୍ରୀମୟୀ ସାମନ୍ତ ରାୟ,ସମିତି ସଭ୍ୟ ବିଭୂତି ଭୂଷଣ ବେହେରା,ପୂର୍ବତନ ସରପଂଚ ହାଡିବନ୍ଧୁ ସାମନ୍ତ ରାୟ, ଜାକେଡ଼ା ସରପଞ୍ଚ ତ୍ରିଲୋଚନ ସାହୁ, ଗୁମି ସରପଞ୍ଚ ପ୍ରତିନିଧି ରୋହିତ ନାଏକ, ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ତ୍ରିନାଥ ନାୟକ,ପୂର୍ବତନ ସରପଂଚ ମୁରଲୀ ଜେନା,ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ କୁମାର ଦଳ ବେହେରା,ଯୁବ ସଂଗଠକ ସଞ୍ଜୀବ କୁମାର ସାହୁ,ଜିତେନ୍ଦ୍ର ସାହୁ,ଯୁଗଳ କିଶୋର ସାହୁ,ବିମଳ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।ଏହି ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ରେ ୧୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।ସେହିପରି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ,ଭାବମୂର୍ତ୍ତି,ଏବଂ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଜନସାଧାରଣ ଙ୍କ ପ୍ରତି ସେବା ମନୋବୃତ୍ତି,ନିର୍ବାଚନ ମଣ୍ଡଳୀ ର ବିକାଶ ମନୋବୃତ୍ତିରେ ଅନୁପ୍ରାଣିତ ହୋଇ ବିଜେପି ର ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀ ନାରାୟଣ ବେହେରା,ଏବଂ ବରିଷ୍ଠ ବିଜେପି ନେତା ବଳରାମ ସାହୁ ବିଜୁଜନତା ଦଳ ରେ ଯୋଗ ଦେଇଥିଲେ।ନୂଆଗାଁ ବ୍ଲକ୍ ର ୨୨ ଟି ପଞ୍ଚାୟତ ର ବିଜୁ ଜନତା ଦଳ ସଭାପତି ଙ୍କ ନାମ ଘୋଷଣା କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031