Indus Valley Times

କାମୁଡ଼ି ଦେଲା ସାପ, ଚାଲିଗଲା ମା’-ଝିଅଙ୍କ ଜୀବନ

 Breaking News

କାମୁଡ଼ି ଦେଲା ସାପ, ଚାଲିଗଲା ମା’-ଝିଅଙ୍କ ଜୀବନ

September 09
16:54 2023

କେନ୍ଦୁଝର,୯/୯: କେନ୍ଦୁଝର ଜିଲ୍ଲାରେ ଥମୁନି ସର୍ପାଘାତ ଜନିତ ମୃତ୍ୟୁ। ଆଜି ବିଷାକ୍ତ ସାପ ଚୋଟରେ ଦୁଇ ଜୀବନ ଚାଲିଯାଇଛି।
ଜିଲ୍ଲାର ନୟାକୋଟ ଥାନା ଅନ୍ତର୍ଗତ ମୁଁରୁସଁଆ ରୁଗୁଡି ସାହିରେ ଶୁକ୍ରବାର ରାତିରେ ଖାଇପିଇ ଶୋଇଥିବା ସମୟରେ ଗ୍ରାମର ସୁଖମନି ମୁଣ୍ଡା ଏବଂ ତାଙ୍କର ୨ ବର୍ଷର ଶିଶୁ କନ୍ୟାକୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା।
ଭୋର ସକାଳ ସମୟରେ ମା ଓ ଶିଶୁ ଅସୁସ୍ଥ ହୋଇପଡ଼ିଥିବାବେଳେ କିଛି ସମୟ ମଧ୍ୟରେ ଶିଶୁ କନ୍ୟାର ମୃତ୍ୟୁ ହୋଇଯାଇଥିଲା ଏବଂ ଗୁରୁତର ଅବସ୍ଥାରେ ସୁଖମନିଙ୍କୁ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଙ୍କୁ ଅଣାଯାଇଥିଲା।
ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ପରିବାରରେ ରହିଥିବା ବର୍ଷକର ଶିଶୁ କନ୍ୟା ସମେତ ୩ ଶିଶୁ ମାତୃ ଶୂନ୍ୟ ହୋଇ ଯାଇଥିବାବେଳେ ସ୍ବାମୀ ସୁରେନ ମୁଣ୍ଡା ଭାଙ୍ଗିପଡିଛନ୍ତି। ଏହି ଘଟଣାକୁ ନେଇ ମୁରୁସୁଆଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣାସ୍ଥଳରେ ନୟାକୋଟ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930