Indus Valley Times

କାଳ ସାଜିଲା କଳିଙ୍ଗା ଘାଟି, ଟୁରିଷ୍ଟ ବସ୍ ଓଲଟି ଚାଲିଗଲା ୬ ଜୀବନ

 Breaking News

କାଳ ସାଜିଲା କଳିଙ୍ଗା ଘାଟି, ଟୁରିଷ୍ଟ ବସ୍ ଓଲଟି ଚାଲିଗଲା ୬ ଜୀବନ

May 25
10:04 2022

ଭଞ୍ଜନଗର,୨୫/୫: ଗଞ୍ଜାମ -କନ୍ଧମାଳ ସୀମାନ୍ତ ଦୁର୍ଗାପ୍ରସାଦ ନିକଟ କଳିଙ୍ଗା ଘାଟିରେ ରାତି ପ୍ରାୟ ଗୋଟାଏରେ ଏକ ଟୁରିଷ୍ଟ ବସ ଓଲଟି ୬ଜଣଙ୍କ ଜୀବନ ଯାଇଛି। ସେମାନଙ୍କ ମଧ୍ୟରେ ୪ ପୁରୁଷ ଓ ୨ ମହିଳା ଥିବା ପୁଲିସ କହିଛି।
ପୁଲିସ ଓ ଦମକାଳବାହିନୀ ସହାୟତାରେ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇଛି। ୪୨ ଜଣ ଆହତ ହୋଇଥିବାବେଳେ ୧୪ ଜଣଙ୍କୁ ଗୁରୁତର ଅବସ୍ଥାରେ ମେକେସିଜିରେ ଭର୍ତ୍ତି କରାଯାଇଥିବାବେଳେ ୧୬ଜଣଙ୍କୁ ଭଞ୍ଜନଗର ହସପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟମାନେ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି।
ପଶ୍ଚିମବଙ୍ଗର ଏକ ଟୁରିଷ୍ଟ ବସ ୭୭ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିଲା। ଉକ୍ତ ବସଟି ଦାରିଙ୍ଗବାଡିରେ ପହଞ୍ଚିବା ପରେ ଲୋକେ ସେଠାରେ ବୁଲାବୁଲି କରି ବିଶାଖାପାଟଣା ଅଭିମୁଖେ ବାହାରିଥିଲେ। ତେବେ କଳିଙ୍ଗା ଘାଟିରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ବସଟି ଓଲଟି ପଡିଥିଲା।
କ୍ସଦୁର୍ଘଟଣା ପରେ ରାସ୍ତା ଜାମ ହୋଇଯାଇଥିଲା। ଦମକଳବାହିନୀ ଓ ପୁଲିସ ସହ ଦୁର୍ଗାପ୍ରସାଦର ଯୁବକ ସଂଘ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ସମସ୍ତ ଯାତ୍ରୀ ପଶ୍ଚିମବଙ୍ଗର ବୋଲି ପୁଲିସ ସୂଚନା ଦେଇଛି। ମୃତକଙ୍କ ପରିଚୟ ଜଣାପଡିନାହିଁ। ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930