Indus Valley Times

କାହା ସ୍ୱାର୍ଥରେ, ଦୀର୍ଘବର୍ଷ ଧରି ଟିଟିଲାଗଡ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ

 Breaking News

କାହା ସ୍ୱାର୍ଥରେ, ଦୀର୍ଘବର୍ଷ ଧରି ଟିଟିଲାଗଡ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ

କାହା ସ୍ୱାର୍ଥରେ, ଦୀର୍ଘବର୍ଷ ଧରି ଟିଟିଲାଗଡ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ
July 08
08:08 2020

By Jyoti Prakash Purohit
ଟିଟିଲାଗଡ, ୮/୭/ ବଲାଙ୍ଗିରଜିଲ୍ଲ୍‌ା ଅନ୍ତର୍ଗତଟିଟିଲାଗଡ ଉପଖଣ୍ଡ ଡାକ୍ତରଖାନାରେବହୁବର୍ଷ ଧରି ଖାଲି ଥିବା ଡାକ୍ତର ପଦବୀ ପୂରଣ ପାଇଁ ଦାବି ହୋଇଆସୁଅଛି । ତାସହିତ ଆନ୍ଦୋଳନ ଓ ଗଣଧାରଣା ମଧ୍ୟ କରାଯାଇଅଛି । କାହାସ୍ୱାର୍ଥରେ ଆଜି ଯାଏଁ ସ୍ଥାନୀୟ ଡାକ୍ତରଖାନାରେ ବିଭିନ୍ନ ବିଭାଗ ଗୁଡିକରେ ବର୍ଷବର୍ଷ ଧରି ପଦବିଖାଲି ପଡିରହିଛି ? ପ୍ରକୃତରେ କଣ ଏହା ନେତାମାନଙ୍କର ସାଲିସ୍ ନା ରୋଗୀସେବାକୁ ବ୍ୟବସାୟ ମନୋଭାବ ରଖିଥିବା ସ୍ଥାନୀୟ ଘରୋଇ ଚିକିସ୍‌ôାଳୟମାନଙ୍କର ସାଜିସ, ଏକ ବଡ ପ୍ରଶ୍ନବାଚୀ ? ପ୍ରାୟୋଜିତ ଦୁର୍ନିତି ନୁହେଁ ତ?
ଟିଟିଲାଗଡ ଉପଖଣ୍ଡ ଡାକ୍ତର ଖାନା ଉପରେ ଆଖପାଖ ଅଂଚଳରେ ଲୋକେ ନିର୍ଭର କରିଥାନ୍ତି । କିନ୍ତୁ ଏହି ଡାକ୍ତରଖାନାର ସ୍ୱାସ୍ଥ୍ୟସେବା ବିଷୟରେ କିଛି ନକହିବା ଭଲ ।
ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟସେବାକୁନେଇସ୍ଥାନୀୟଡାକ୍ତରଖାନା ପ୍ରାୟତଃଚର୍ଚ୍ଚା ର ବିଷୟଏବଂବିଭିନ୍ନଖବରକାଗଜ ଓ ଟିଭିରେଖବର ପ୍ରକାଶିତହେଉଥିବାଜଣାପଡିଛି । ଅପର ପକ୍ଷରେ ଡାକ୍ତରଖନାର କର୍ମଚାରୀ କେତେକ ଘରୋଇସଂସ୍ଥାମାନଙ୍କରେ ସେବା ଦେଉଥିବା ସୂଚନାମିଳିଛି । କେତେକ କର୍ମଚାରୀ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ବ୍ୟବସାୟ କରୁଥିବାର ମଧ୍ୟ ଜଣାପଡିଛି । ଏଭଳି ପରିସ୍ଥତିରେ ସରକାରଙ୍କ ଦ୍ୱାରା ପ୍ରଦାନ୍ୟ ବିଭିନ୍ନ ମାଗଣାସେବା ଓ େଓ÷ାଷଧ କିଭଳି ଭାବରେ ରୋଗୀମାନଙ୍କୁ ଉପଲବ୍ଧ ହେଉଥିବ ଅନୁମାନ କରାଯାଏ ! ଟିଟିଲାଗଡରେଏତେସୁନାମଧନ୍ୟ ଓ ଟାଣୁଆନେତା, ଛାତ୍ରନେତା,ବଭିନ୍ନମହଲରବଡବଡବ୍ୟକ୍ତିବି÷ଶେଷ, ଅନେକରାଜ୍ୟ ଓ ଜାତୀୟସ୍ତରସଂଘ ର ସଦସ୍ୟଏବଂବିଭିନ୍ନଗଣମାଧ୍ୟମ ର ପ୍ରଚେଷ୍ଟା ଫୁସହୋଇଥିବାରଜଣାପଡିଛି । ଏଣେସ୍ଥାନୀୟଡାକ୍ତରଖାନାକୁସପ୍ତାହରେ ଦିନେ ଦୁଇଦିନ ପାଇଁଡେପୁଟେସନରେଡାକ୍ତର ଆସୁଥିବାରସୂଚନା ପ୍ରାପ୍ତ ହୋଇଛି ।
ଟିଟିଲାଗଡବା ଆଖପାଖ ଅଂଚଳରେ ନିଯୁକ୍ତ ଥିବାସ୍ୱାସ୍ଥସେବୀଙ୍କ ଅନ୍ୟତ୍ର ବଦଳିହେବା ପରେ ମଧ୍ୟ ଟିଟିଲାଗଡମୋହଛାଡୁନି । ସେମାନେ ସପ୍ତାହକୁ ଥରେଛୁଟିଦିନ ମାନଙ୍କରେ ନିର୍ଦ୍ଦିଷ୍ଟକ୍ଲିନିକକିମ୍ବା ନିଜରସ୍ଥାୟୀ/ଅସ୍ଥାୟୀଘରୋଇକ୍ଲିନିକକୁ ଆସିସେବା ଦେଉଥିବାରଜଣାପଡିଛି । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ହେଲେବେଳେବେଳେଉକ୍ତସ୍ୱାସ୍ଥସେବୀମାନେ ଚତୁରତାରସହିତରୋଗୀଙ୍କୁସେମ୍ପଲଔଷଧ ଦେଇ ଅର୍ଥ ଆଦାୟକରୁଥିବାରସୂଚନାମିଳିଛି । ତାସହିତଏହିସହୃଦୟ ଦୟାଳୁସ୍ୱାସ୍ଥ୍ୟସେବୀଙ୍କସମ୍ଫର୍କସ୍ଥାନୀୟଗଣମାଧ୍ୟମରବିଶିଷ୍ଟବ୍ୟକ୍ତିବିଶେଷଙ୍କସହିତ ଥିବାରୁତାଙ୍କବିରୁଦ୍ଧରେ ଅଭିଯୋଗମୁତାବକଖବର ପ୍ରକାଶ ପାଇନଥିବାଜଣାପଡିଛି ।
ଏଣୁ ଅଧିକାଂଶ ଲୋକେ ଚିକିସ୍‌ôା ପାଇଁ ସହର ବାହାରକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି ଓ ହଇରାଣ ହୋଇ ଖର୍ଚ୍ଚାନ୍ତ ହେଉଛନ୍ତି । ଟିଟିଲାଗଡର ସ୍ୱାସ୍ଥ୍ୟସେବାକୁ କେନ୍ଦ୍ରକରି ସାଧାରଣରେତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଡାକ୍ତର ପଦବୀ ପୂରଣ ପାଇଁ ଆଶାତୀତ ଜନସାଧାରଣ ସ୍ଥାନୀୟ ବିଧାୟୀକା ତଥା ମନ୍ତ୍ରୀଙ୍କହସ୍ତକ୍ଷେପକୁ ଅନିଶ୍ଚିତତାର ସହିତ ଚାହିଁରହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031