Indus Valley Times

କିଛି ରାଜଧାନୀବାସୀଙ୍କର ଅଳିଆ ମାନସିକତା ! ସ୍ୱଚ୍ଛତା ଏମାନଙ୍କୁ ଗନ୍ଧାଏ, ଆବର୍ଜନା ବାସେ

 Breaking News

କିଛି ରାଜଧାନୀବାସୀଙ୍କର ଅଳିଆ ମାନସିକତା ! ସ୍ୱଚ୍ଛତା ଏମାନଙ୍କୁ ଗନ୍ଧାଏ, ଆବର୍ଜନା ବାସେ

କିଛି ରାଜଧାନୀବାସୀଙ୍କର ଅଳିଆ ମାନସିକତା ! ସ୍ୱଚ୍ଛତା ଏମାନଙ୍କୁ ଗନ୍ଧାଏ, ଆବର୍ଜନା ବାସେ
November 10
22:16 2022

ସ୍ୱାଗତିକା ଭୂତିଆ
ସାଧାରଣରେ ସମସ୍ତେ ଭାବନ୍ତି ଯେ ରାଜଧାନୀରେ ବାସ କରୁଥିବା ଲୋକ ସ୍ୱଚ୍ଛ ଓ ପରିମଳ ପ୍ରତି ସଚେତନତା ଥିବେ । ଏଣେତେଣେ ଅଳିଆ ଆର୍ବଜନା ପକାଇବାରୁ ନିବୃତ ରହୁଥିବେ । କାରଣ ସାଧଣତଃ ଗ୍ରାମଞ୍ଚଳରେ ରହୁଥିବା ଲୋକ ଓ ରାଜଧାନୀରେ ରହୁଥିବା ଲୋକଙ୍କ ଭିତରେ ଏକ ଭିନ୍ନ ଚଳଣି ରହିଥାଏ । ପ୍ରାୟତଃ, କିଛି ଲୋକଙ୍କ ଭିତରେ ଧାରଣା ଥାଏ ଯେ ରାଜଧାନୀରେ ସେଇମାନେ ରୁହନ୍ତି ଯେଉଁମାନେ ବଡ଼ ଚାକିରି କରିଥାନ୍ତି । ସେମାନେ ଜ୍ଞାନି ଗୁଣି ହୋଇଥିବେ ସେମାନଙ୍କ ଭିତରେ ସତେଚନା ଥିବ । ପରିବେଶକୁ ସୁସ୍ଥ ରଖୁଥିବେ । ସୁସ୍ଥ ବାତାବରଣରେ ସେମାନେ ରହୁଥିବେ ।
ରାଜଧାନୀରେ ଆବର୍ଜନା କଥା କହିଲେ ପ୍ରଥମେ ସମସ୍ତଙ୍କ ମନରେ ଆସେ ଯଦି ଅପରିସ୍କାର, ଅସ୍ୱାସ୍ଥ୍ୟକର ପରିବେଶ ବା ଅଳିଆ ଆବର୍ଜନା କଥା ଉଠେ ତାହା ସାଧାରଣତଃ କିଛି ବସ୍ତି ଅଞ୍ଚଳକୁ ବୁଝିଥାଉ । କିନ୍ତୁ ପ୍ରକୃତ ରାଜଧାନୀ କଥା କିଛି ଭିନ୍ନ ।
ରାଜଧାନୀ ଭୁବନେଶ୍ୱରରେ ଏମିତି ଅନେକ ସମ୍ଭାନ୍ତ ଅଞ୍ଚଳ ଅଛି ଯେଉଁଠି ସାଧାରଣ ଲୋକେ ଚଳପ୍ରଚଳ କରିବା କଷ୍ଟକର ହୋଇପଡିଛି । ଭୁବନେଶ୍ୱରରେ ଅନେକ ଶିକ୍ଷିତ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ଭିତରେ ସୁସ୍ଥ ପରିବେଶକୁ କିଭଳି ଅସୁସ୍ଥକର କରିବାର ମାନସିକତା ଭରି ରହିଛି । ପରିବେଶକୁ ଦୁଷିତ କରିବାରେ ସେମାନେ କୁଣ୍ଠା କରନ୍ତିନି । ନିଜର ଘରର ଅଳିଆକୁ ରାସ୍ତାକଡରେ ଫୋପାଡିବା ହେଉ ବା ଡଷ୍ଟପିନ୍ ଥିବା ସତ୍ତ୍ୱେ ଅଳିଆକୁ ଡଷ୍ଟବିନ୍ ରେ ନପକାଇ ତଳେ ପକାଇ ଚାଲି ଯାଆନ୍ତି ।
ଭୁବନେଶ୍ୱରରେ ଭୁବନେଶ୍ୱର ମହାନଗର ନିଗମ ବା ବିଏଏମ୍‌ସି ର ଗାଡ଼ି ପ୍ରତ୍ୟେକ ଦିନ ସକାଳେ ତା’ର ସ୍ୱଚ୍ଚତାର ବାର୍ତ୍ତା ବାଣ୍ଡିବାଣ୍ଡି ସମସ୍ତଙ୍କ ଦୁଆର ମୁହରେ ଛିଡା ହୋଇ ଅଳିଆ ଗୋଟାଏ । ତଥାପି ଲୋକଙ୍କ ଋଗ୍ଣ ମାନସିକତାର ଅଳିଆ ସେଇ ସଫେଇ ଗାଡ଼ିରେ ପଡିପାରେନି । ଫଳରେ ପରିବେଶ ଦୂଷିତ ହେବା ସହ ଅନେକ ଜୀବଜନ୍ତୁଙ୍କ ପାଇଁ ମାରାତ୍ମକ ସାଜିଥାଏ । ଖାଦ୍ୟ ଅନ୍ୱେଷଣରେ ବୁଲିଥିବା ଜୀବଜନ୍ତୁ ଅଳିଆ ଗଦାରୁ ଖାଦ୍ୟଖୋଜିବା ବେଳେ ଅଜାଣତରେ ଜରି ଖାଇଦେଇଥାନ୍ତି । ଏହା ସହ ଅନେକ ଅଖାଦ୍ୟ ଖାଇ ମୃତ୍ୟୁ ମୁଖରେ ପଡିଥାନ୍ତି । ସେହି ରାସ୍ତା ଦେଇ ଅଫିସ୍ ବା ଅନ୍ୟାନ୍ୟ କାମରେ ଯାଉଥିବା ଲୋକଙ୍କ ନାକ ଦୁର୍ଗନ୍ଧରେ ଫାଟିଯାଏ । କିନ୍ତୁ ବିଡମ୍ବନାର କଥା, ଏହା ସମସ୍ତଙ୍କର ଦୃଷ୍ଟି ଗୋଚର ହେଉଥିଲେ ମଧ୍ୟ ସମସ୍ତେ ନିରବ ଦ୍ରଷ୍ଟ୍ରା ସାଜି ନାକରେ କପଡା ଦେଇ ଚାଲି ଯାଆନ୍ତି । ବିଏଏମ୍‌ସି ମଧ୍ୟ ସବୁ ଦେଖି ନଦେଖିବାର ଅଭିନୟ କରି ଚୁପ୍ ରହିବା ରାସ୍ତା ଆପଣାଇଛି ।
ଏହି ଅବର୍ଜନାର କଥା ଯେତେବେଳେ ସାଧାରଣ ଲୋକଙ୍କ ଭିତରେ ଆଲୋଚନା ହୁଏ ସେମାନେ କୁହନ୍ତି, କାହାକୁ କହିବା ଶୁଣିବ କିଏ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930