Indus Valley Times

କୁଆଖିଆ ପୋଲିସର ସଫଳତା :୯ କେଜି ୮ଶହ ଗ୍ରାମ ଗଞ୍ଜେଇ ଜବତ କଲା

 Breaking News

କୁଆଖିଆ ପୋଲିସର ସଫଳତା :୯ କେଜି ୮ଶହ ଗ୍ରାମ ଗଞ୍ଜେଇ ଜବତ କଲା

August 20
21:01 2020

ଯାଜପୁର,୨୦/୮ : ଯାଜପୁର ଜିଲ୍ଲା କୁଆଖିଆ ପୋଲିସ ଦ୍ୱାରା ୯ କେଜି ୮ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରିବାରେ ମଧ୍ୟ ସକ୍ଷମ ହୋଇଛି। ମିଳିଥିବା ସୂଚନା ମୁତାବକ, ବିଶେଷ ସୂତ୍ରରୁ ଖବର ପାଇ କୁଆଖିଆ ବଜାର ନିକଟ ୨୦ନଂ ଜାତୀୟ ରାଜପଥ ମୁଗୁପାଳ ଛକରେ ଏହି ଦୁଇ ଜଣଙ୍କୁ ପେଟ୍ରୋଲିଂ ସମୟରେ ପୋଲିସ ଗିରଫ କରିଥିଲା।
ଗିରଫ ସମୟରେ ସେମାନଙ୍କ ନିକଟରୁ ୯ କେଜି ୮ଶହ ଗ୍ରାମ ଗଞ୍ଜେଇ, ନଗଦ ୧୧ହଜାର ୪୧୦ଟଙ୍କା, ଗୋଟିଏ ବାଇକ ଓ ୨ଟି ମୋବାଇଲକୁ ପୋଲିସ ଜବତ କରିଛି। ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031