Indus Valley Times

କୁଏତରୁ ଓଡିଶା ଫେରିଲା ଦୁଇ ମୃତଦେହ, ଅଗ୍ନିକାଣ୍ଡରେ ଯାଇଥିଲା ଜୀବନ

 Breaking News

କୁଏତରୁ ଓଡିଶା ଫେରିଲା ଦୁଇ ମୃତଦେହ, ଅଗ୍ନିକାଣ୍ଡରେ ଯାଇଥିଲା ଜୀବନ

କୁଏତରୁ ଓଡିଶା ଫେରିଲା ଦୁଇ ମୃତଦେହ, ଅଗ୍ନିକାଣ୍ଡରେ ଯାଇଥିଲା ଜୀବନ
June 15
11:13 2024

ଭୁବନେଶ୍ବର,୧୫/୬: ଭୁବନେଶ୍ବରରେ ପହଞ୍ଚିଲା କୁଏତ୍ ଅଗ୍ନିକାଣ୍ଡରେ ମୃତ ଦୁଇ ଓଡ଼ିଆଙ୍କ ମର ଶରୀର। ସ୍ବତନ୍ତ୍ର ବିମାନ ଯୋଗେ ମୃତ ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼ଙ୍କର ମର ଶରୀର ପହଞ୍ଚିଛି।
ଏହି ଅବସରରେ ଶେଷ ଦର୍ଶନ କରିଛନ୍ତି ଓଡ଼ିଶାର ଦୁଇ ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓଏବଂ ପ୍ରଭାତୀ ପରିଡ଼ା ଓ କ୍ୟାବିନେଟ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ଏତଦବ୍ୟତୀତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ ଓ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ୟ ଶେଷ ଦର୍ଶନ କରିଛନ୍ତି।
ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଉଭୟଙ୍କ ପରିବାରର ନିକଟତମ ସଂପର୍କୀୟଙ୍କୁ ୪ ଲକ୍ଷର ଅନୁକମ୍ପା ରାଶି ଦିଆଯିବା ନେଇ ଘୋଷଣା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଦୁଇ ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା।
ଏଠାରୁ ଦୁଇ ମୃତକଙ୍କ ମର ଶରୀର ସେମାନଙ୍କ ଗାଁକୁ ପଠଯିବ। ଗତକାଲି ବାୟୁସେନାର ହର୍କ୍ୟୁଲସ୍ ବିମାନରେ ଭାରତର ୪୫ ଜଣ ମୃତକଙ୍କ ପାର୍ଥିବ ଶରୀରକୁ ଭାରତ ଅଣାଯାଇଥିଲା। କୋଚି ବିମାନ ବନ୍ଦରରୁ ଆଜି ଜନ୍ମମାଟିକୁ ପଠାଯାଉଛି। କଟକରେ ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବ ମୃତ ମହମ୍ମଦ ଜହୁର ଓ ଆସିକାରେ ସାଂସଦ ଅନୀତା ଶୁଭଦର୍ଶିନୀ ଓ ମନ୍ତ୍ରୀ ବିଭୂତିଭୂଷଣ ଜେନା ସନ୍ତୋଷ ଗୌଡ଼ଙ୍କର ମର ଶରୀରକୁ ନେଇ ନିଜ ନିଜ ଗାଁକୁ ନେବେ ବୋଲି ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930