Indus Valley Times

କୁଜଙ୍ଗରେ ଡବଲ ମର୍ଡର; ଖଣ୍ଡା ଚୋଟରେ ୨ ମହିଳା ମୃତ

 Breaking News

କୁଜଙ୍ଗରେ ଡବଲ ମର୍ଡର; ଖଣ୍ଡା ଚୋଟରେ ୨ ମହିଳା ମୃତ

କୁଜଙ୍ଗରେ ଡବଲ ମର୍ଡର; ଖଣ୍ଡା ଚୋଟରେ ୨ ମହିଳା ମୃତ
June 18
10:09 2023

କୁଜଙ୍ଗ,୧୮/୬: ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ଚାଞ୍ଚଲ୍ୟ। ଜଣେ ଉନ୍ମତ୍ତ ଯୁବକର ଆକ୍ରମଣରେ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ, ତିନିଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ସକାଳ ପ୍ରାୟ ସାଢେ ୭ଟା ବେଳେ ସ୍ଥାନୀୟ ଏକ୍ସପ୍ରେସ ଓ୍ବେ କଲୋନିରେ ଚିଣ୍ଟୁଆ ନାଥ(୩୫) ନାମକ ଜଣେ ଯୁବକ ସେହି କଲୋନିର ଅନୀତା ରାଉତ(୪୨) ନାମକ ଜଣେ ମହିଳାଙ୍କୁ ଏକ କଟୁରି ଓ ଜିଆଇ ପାଇପରେ ପ୍ରଥମେ ଆକ୍ରମଣ କରିଥିଲା।
ଏହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନୀତାଙ୍କ ଚିତ୍କାର ଶୁଣି ନିର୍ମଳା ଲେଙ୍କା (୫୪) ଘର ବାହାରକୁ ଆସିଥିଲେ। ତାଙ୍କୁ ମଧ୍ୟ ଚିଣ୍ଟୁଆ ଆକ୍ରମଣ କରିଥିଲା। ତତକ୍ଷଣାତ୍ ନିର୍ମଳାଙ୍କୁ ଉଦ୍ଧାର କରାଯାଇ କୁଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏଣେ ଚିଣ୍ଟୁଆ ନାଥ ନିର୍ମଳାଙ୍କ ପୁଅ ଓ ଅନ୍ୟ ଦୁଇଜଣଙ୍କୁ ବି ଆକ୍ରମଣ କରିଥିଲା। ସେମାନଙ୍କୁ ମଧ୍ୟ କୁଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉନ୍ମତ୍ତ ଯୁବକ ଚିଣ୍ଟୁଆ ନାଥକୁ ଧରି ଥାନାରେ ଅଟକ ରଖିଛି। ଏହାଛଡ଼ା ଆକ୍ରମଣରେ ବ୍ୟବହୃତ କଟୁରିକୁ ବି ଜବତ କରିଛି ପୁଲିସ। ତେଣେ ଦୁଇ ମୃତକଙ୍କ ଶବବ୍ୟବଚ୍ଛେଦ ଲାଗି ବ୍ୟବସ୍ଥା କରିଛି। ବାବାଜି ନାଥଙ୍କ ପୁଅ ଚିଣ୍ଟୁଆ ନାଥ ଗତ କିଛି ଦିନ ହେବ ମାନସିକ ଅବସାଦଗ୍ରସ୍ତ ଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ଚିଣ୍ଟୁଆ ନାଥ ବିବାହିତ ବୋଲି ମଧ୍ୟ ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031