Indus Valley Times

କୁଡୁମୀ ଜାତିର ରଣ ହୁଙ୍କାର- ଆଜି ରେଳରୋକ, ଆଗକୁ ବନ୍ଦ ହେବ ଅଖଚକ

 Breaking News

କୁଡୁମୀ ଜାତିର ରଣ ହୁଙ୍କାର- ଆଜି ରେଳରୋକ, ଆଗକୁ ବନ୍ଦ ହେବ ଅଖଚକ

September 20
10:56 2022

ବାରିପଦା, ୨୦/୯: କୁଡ଼ୁମୀମାନଙ୍କୁ ଅନୁସୂଚିତ ଜନଜାତିର ପୁନଃ ମାନ୍ୟତା ପ୍ରଦାନ ଦାବିରେ ଆଜି ମୟୂରଭଞ୍ଜ ଜିଲ୍ଲାର କେତେକ ଷ୍ଟେସନରେ ରେଳରୋକ କରାଯାଇଥିବାର ଖବର ହସ୍ତଗତ ହୋଇଛି। କୁଡ଼ୁମୀ ସଂଗଠନ ପକ୍ଷରୁ ବାରିପଦା, ରାଇରଙ୍ଗପୁର ଓ ବେତନଟୀ ଷ୍ଟେସନରେ ରେଳରୋକ କରାଯାଇଛି।
ଏହାଫଳରେ ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ୍ ଓ ବାରିପଦା-ସାଲିମାର ଅଧାରେ ଅଟକି ରହିଥିବା ଜଣାଯାଇଛି। ଏଣେ ରେଳ ଧାରଣା ଉପରେ ଶହଶହ ସମର୍ଥକ ବସିଥିବାର ବି ଦେଖିବାକୁ ମିଳୁଛି।
ସୂଚନାଯୋଗ୍ୟ, କୁଡ଼ୁମୀମାନଙ୍କୁ ଅନୁସୂଚିତ ଜନଜାତିର ମାନ୍ୟତା ପ୍ରଦାନ ଦାବିରେ ପୂର୍ବରୁ ଏକାଧିକବାର ଓଡ଼ିଶା କୁଡ଼ୁମୀ ସେନା ନବୀନ ନିବାସ ଘେରାଉ କରିଥିଲା।
୨୦୧୮ରେ ଓଡ଼ିଶା କୁଡ଼ୁମୀ ସେନା ସଭାପତି ଜୈମୁନୀ ମହନ୍ତଙ୍କ ନେତୃତ୍ବରେ ଏହି ସମ୍ପ୍ରଦାୟର ପାଖାପାଖି ହଜାର ହଜାର ଲୋକ ନବୀନ ନିବାସ ଅଭିମୁଖେ ପଦଯାତ୍ରା କରିଥିଲେ। ଏହା ପୂର୍ବରୁ ୨୦୦୪ରେ ସେନା ନବୀନ ନିବାସ ଘେରାଉ କରିଥିଲା। ଏବେ ଏହି ଘଟଣାକୁ ୧୮ ବର୍ଷ ପୂରିଥିଲେ ମଧ୍ୟ ଦାବି ପୂରଣ ହୋଇ ନାହିଁ।
୧୯୫୦ରେ କୁଡ଼ମୀମାନେ ଏହି ମର୍ଯ୍ୟାଦା ପାଉଥିଲେ। କେନ୍ଦ୍ର ସରକାର ବିନା କାରଣରେ କୁଡ଼ମୀମାନଙ୍କ ଠାରୁ ଏହି ଷ୍ଟାଟସ୍ ଛଡ଼ାଇ ନେଲେ। ୨୦୧୬ ଓ ୨୦୧୭ ମସିହାରେ ଏ ନେଇ ଆନ୍ଦୋଳନ ହୋଇଥିଲା। ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। କିନ୍ତୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଅଭିଯୋଗ ହୋଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031