Indus Valley Times

କୂଅ ସଫା ବେଳେ ଅଘଟଣ : ଶ୍ବାସରୁଦ୍ଧ ହୋଇ ଗଲା ଦୁଇ ଜଣଙ୍କ ଜୀବନ

 Breaking News

କୂଅ ସଫା ବେଳେ ଅଘଟଣ : ଶ୍ବାସରୁଦ୍ଧ ହୋଇ ଗଲା ଦୁଇ ଜଣଙ୍କ ଜୀବନ

କୂଅ ସଫା ବେଳେ ଅଘଟଣ : ଶ୍ବାସରୁଦ୍ଧ ହୋଇ ଗଲା ଦୁଇ ଜଣଙ୍କ ଜୀବନ
July 21
16:50 2023

ଢେଙ୍କାନାଳ,୨୧/୭: କୂଅରେ ବ୍ଲିଚିଂ ପାୱଡର ପକାଉ ଥିଲେ। ଅସାବଧାନତା ଯୋଗୁ ଖସିଗଲା ଗୋଡ଼। କୂଅ ଭିତରେ ମାଲିକ ଓ ଶ୍ରମିକ ପଡ଼ି ପ୍ରାଣ ହରାଇଲେ। ଆଜି ଏପରି ହୃଦୟବିଦାରକ ଘଟଣା ଢେଙ୍କାନାଳ ଜିଲ୍ଲାରେ ଘଟିଛି।
ପରଜଙ୍ଗ ଥାନା ସରକିଶୋରପାଳ ଗାଁର ଶଶୀଭୂଷଣ ସାହୁ ନିଜ କୂଅରେ ବ୍ଲିଚିଂ ପାୱଡର ପକାଇବା ପାଇଁ ଭଜମନ ବେହେରାଙ୍କୁ ଡାକିଥିଲେ। ଭଜମାନ କୂଅ ଭିତରକୁ ଯାଇ ବ୍ଲିଚିଂ ପାୱଡର ପକାଉଥିଲେ। ହଠାତ୍ ତାଙ୍କ ଗୋଡ଼ ଖସି ଯାଇଥିଲା ଓ ସେ କୂଅ ପାଣିରେ ବୁଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ ଶଶୀଭୂଷଣ କୂଅ ଭିତରକୁ ଯାଇଥିଲେ। ହେଲେ ସେ ମଧ୍ୟ ବାହାରି ପାରିନଥିଲେ।
ପରିବାର ଲୋକେ ଜାଣିପାରି ପରଜଙ୍ଗ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ କରି କୂଅ ଭିତରୁ ଭଜମନ ଓ ଶଶୀଭୂଷଙ୍କ ମୃତଦେହ ଉଦ୍ଧାର କରିଥିଲେ। ଶ୍ୱାସରୁଦ୍ଧ ହୋଇ ଉଭୟଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031