Indus Valley Times

କୂଳଡିହା ଅଭୟାରଣ୍ୟରେ ପଡିଛି ଗୁଳିବିଦ୍ଧ ଦନ୍ତାର ମୃତଦେହ, ବନବିଭାଗର କାର୍ଯ୍ୟଦକ୍ଷତା ନେଇ ଉଠିଲା ପ୍ରଶ୍ନ

 Breaking News

କୂଳଡିହା ଅଭୟାରଣ୍ୟରେ ପଡିଛି ଗୁଳିବିଦ୍ଧ ଦନ୍ତାର ମୃତଦେହ, ବନବିଭାଗର କାର୍ଯ୍ୟଦକ୍ଷତା ନେଇ ଉଠିଲା ପ୍ରଶ୍ନ

କୂଳଡିହା ଅଭୟାରଣ୍ୟରେ ପଡିଛି ଗୁଳିବିଦ୍ଧ ଦନ୍ତାର ମୃତଦେହ, ବନବିଭାଗର କାର୍ଯ୍ୟଦକ୍ଷତା ନେଇ ଉଠିଲା ପ୍ରଶ୍ନ
March 24
09:26 2023

ନୀଳଗିରି,୨୪/୩ : ଦନ୍ତା ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରୀ। ଏଭଳି ଅଭିଯୋଗ ଆସିଛି କୁଳଡିହା ଅଭୟାରଣ୍ୟରୁ। କୁଳଡିହାର କଳମଚତୁରୀ ଜଙ୍ଗଲରୁ ଏକ ହାତୀର ମୃତଦେହ ଠାବ ହୋଇଛି।
ହାତୀର ମୃତଦେହ କଳମଚତୁରୀ ଜଙ୍ଗଲରେ ପଡ଼ିଥିବା ବନ ବିଭାଗ କର୍ମଚାରୀ ଗତକାଲି ପାଟ୍ରୋଲିଂ କରୁଥିବା ସମୟରେ ଦେଖିଥିଲେ। ହାତୀଟିକୁ ଶିକାର କରାଯାଇ ତାର ଦାନ୍ତକୁ କାଟି ନେଇଯାଇଥିବା ଜଣାପଡ଼ିଥିଲା।
ଏନେଇ ଡିଏଫ୍ଓ ଖୁସୱନ୍ତ ସିଂ କହିଛନ୍ତି, କୁଳଡିହାର କଳମଚତୁରୀ ଜଙ୍ଗଲରୁ ଏକ ହାତୀର ମୃତଦେହ ଠାବ ହୋଇଥିବା ମୁଁ ଖବର ପାଇଛି। ଘଟଣାର ତଦନ୍ତ ପରେ ପ୍ରକୃତ ସତ୍ୟାସତ ଜଣାପଡ଼ିବ।
ମିଳିଥିବା ସୂଚନା ଅନୁଯାୟୀ, କୁଳଡିହା ଅଭୟାରଣ୍ୟରେ ଗତ ବର୍ଷକ ଭିତରେ ୭ଟି ହାତୀର ଜୀବନ ଯାଇଛି। ତା’ମଧ୍ୟରୁ ୫ଟି ହାତୀର ମୃତ୍ୟୁ ହୋଇଛି ପଞ୍ଚଲିଙ୍ଗେଶ୍ୱର ଫରେଷ୍ଟ ଅଞ୍ଚଳରେ। ତେବେ ଏଭଳି ହାତୀ ମୃତ୍ୟୁ ପଛର ନିର୍ଦ୍ଦିଷ୍ଟ କାରଣ କ’ଣ ସେନେଇ ଜଣାପଡ଼ି ନଥିବା ବେଳେ ବନବିଭାଗର ଦାୟିତ୍ୱ ହୀନତାକୁ ନେଇ ବି ପ୍ରଶ୍ନ ଉଠିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031