Indus Valley Times

କେନ୍ଦୁଝର : ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା

 Breaking News

କେନ୍ଦୁଝର : ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା

କେନ୍ଦୁଝର : ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା
May 01
11:58 2023

କେନ୍ଦୁଝର,୧/୫ : କେନ୍ଦୁଝର ଜିଲ୍ଲା ବଡ଼ବିଲରେ ଚାଞ୍ଚଲ୍ୟ। ଆଜି ଏଠାରେ ସ୍ପଷ୍ଟ ଦିବାଲୋକରେ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ନାଁ ଭୋଳା ସିହ୍ନା।
ସକାଳ ପ୍ରାୟ ୯ଟା ବେଳେ ଭୋଳା ସିହ୍ନା ତାଙ୍କ ସ୍କୁଟିରେ ୬ ନମ୍ବର ୱାର୍ଡର ପୁରୁଣା ଏଲ୍ଆଇସି କଲୋନୀ ନିକଟସ୍ଥ ଘରକୁ ଫେରୁଥିବା ବେଳେ ମନି ଟାୱାର ନିକଟରେ ତାଙ୍କ ଉପରକୁ ଗୁଳି ମାଡ଼ କରାଯାଇଥିଲା। ଘଟଣାସ୍ଥଳରୁ ଗୋଟିଏ ଖୋକା ଜବତ କରାଯାଇଛି।
ଭୋଳା ସିହ୍ନା ଘଟଣାସ୍ଥଳରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଆସି ତାଙ୍କୁ ଡାକ୍ତରଖାନା ନେଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଭୋଳା ସିହ୍ନାଙ୍କୁ କିଏ ଓ କାହିଁକି ଗୁଳି କଲା, ତାହା ଜଣାପଡ଼ିନି। ପୁଲିସ ଘଟଣାର ତଦନ୍ତ କରୁଛି। ଘଟଣାସ୍ଥଳ ଆଖପାଖରେ ଲାଗିଥିବା ସିସିଟିଭି ଗୁଡ଼ିକୁ ପୁଲିସ୍ ଯାଞ୍ଚ କରୁଛି। ତା’ ସହିତ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି। ଏହି ଘଟଣା ଘଟିବା ବେଳେ ସେଠାରେ କେହି ଉପସ୍ଥିତ ଥିଲେ ନା ନାହିଁ, ତାହା ପୁଲିସ ଜାଣିବାକୁ ଚାହୁଁଛି।
ଭୋଳା ସିହ୍ନା ସହରର ଜଣେ ଜଣାଶୁଣା ବ୍ୟବସାୟୀ ଥିଲେ। ସ୍ଥାନୀୟ ନଗରପାଳଙ୍କର ମଧ୍ୟ ସେ ଘନିଷ୍ଠ ଥିଲେ। ବ୍ୟବସାୟିକ ଶତୃତା ଦୃଷ୍ଟିରୁ ତାଙ୍କୁ ହୁଏତ କେହି ହତ୍ୟା କରିଥାଇପାରନ୍ତି ବୋଲି କୁହାଯାଉଥିବା ବେଳେ ପୁଲିସ ତଦନ୍ତ ପରେ ଚିତ୍ର ସ୍ପଷ୍ଟ ହେବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031