Indus Valley Times

କେନ୍ଦୁପତ୍ର ଶ୍ରମିକଙ୍କ ପ୍ରତି ଅବିଚାର: କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସରକାର ବିରୋଧରେ ଆନ୍ଦୋଳନ ଡାକରା

 Breaking News

କେନ୍ଦୁପତ୍ର ଶ୍ରମିକଙ୍କ ପ୍ରତି ଅବିଚାର: କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସରକାର ବିରୋଧରେ ଆନ୍ଦୋଳନ ଡାକରା

କେନ୍ଦୁପତ୍ର ଶ୍ରମିକଙ୍କ ପ୍ରତି ଅବିଚାର: କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସରକାର ବିରୋଧରେ ଆନ୍ଦୋଳନ ଡାକରା
May 02
11:27 2023

ବରଗଡ,୨ ୵ ୫: ପଦ୍ମପୁର ଉପ ନିର୍ବାଚନ ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ ୧୨ ଲକ୍ଷ କେନ୍ଦୁପତ୍ର ତୋଳାଳୀ,ବନ୍ଧେଇ ଶ୍ରମିକ,ସିଜିନାଲ କର୍ମଚାରୀଙ୍କୁ ଅନେକ ପ୍ରତିଶୃତି ଦେଇଥିବା ସତ୍ତ୍ବେ ଆଜି ଯାଏ ଗୋଟିଏ ମଧ୍ୟ ପ୍ରତିଶୃତି ରାଜ୍ୟ ସରକାର ପୁରଣ କରି ନଥିବାରୁ ସାରା ରାଜ୍ୟରେ ବିଶ୍ଵ ଶ୍ରମିକ ଦିବସରେ କେନ୍ଦୁପତ୍ର ତୋଳାଳୀ,ସିଜିନାଲ କର୍ମଚାରୀ ମାନେ କଲା ବ୍ୟାଚ ପିନ୍ଧି ପ୍ରତିବାଦ କରିଛନ୍ତି ।
ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଆହ୍ବାନରେ ରାଜ୍ୟର ୧୮ ଟି କେନ୍ଦୁପତ୍ର ଡିଭିଜନରେ ଏ ଆନ୍ଦୋଳନ ଚାଳିଛି ।

ସୋମବାର ଦିନ ପଦ୍ମପୁର କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ପାଇକମାଲ କେନ୍ଦୁପତ୍ର ରେଞ୍ଜରେ ଶତାଧିକ କେନ୍ଦୁପତ୍ର ତୋଳାଳୀ,ସିଜିନାଲ କର୍ମଚାରୀ,ସିଜି ୱାଚର ମାନେ କଲା ବ୍ୟାଚ ପିନ୍ଧି ଆନ୍ଦୋଳନ କରିଛନ୍ତି । ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ନେତା ତଥା ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ମଧ୍ୟ କଲା ବ୍ୟାଚ ପିନ୍ଧି କେନ୍ଦୁପତ୍ର ଶ୍ରମିକଙ୍କ ସହ ଆନ୍ଦୋଳନ ସାମିଲ ହୋଇଥିଲେ ।
ଓଡ଼ିଶା ସରକାରଙ୍କ ଠାରେ ଆଜି ଆନ୍ଦୋଳନ ଜରିଆରେ କେନ୍ଦୁପତ୍ର ଶ୍ରମିକଙ୍କ ବିଭିନ୍ନ ଦାବୀ ଉପସ୍ଥିତ କରାଯାଇଛି । ଦାବୀ ଗୁଡିକ ମଧ୍ୟରେ କେନ୍ଦୁପତ୍ର ତୋଳାଳି ବନ୍ଧେଇ ଶ୍ରମିକ ସିଜିନାଲ କର୍ମଚାରୀ ମାନଙ୍କୁ ଅତିଶୀଘ୍ର ୨୦୨୨ ବୋନସ ପ୍ରଦାନ କରାଯାଉ,କେନ୍ଦୁପତ୍ର ତୋଳାଳୀଙ୍କ ପତ୍ର ଖରିଦି ଦର ବୃଦ୍ଧି କରିବା,ସିଜିନାଲ କର୍ମଚାରୀ ମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚ କରିବା,ସିଜିନାଲ କର୍ମଚାରୀ ମାନଙ୍କ ଚାକିରୀ ସର୍ତ୍ତାବଳୀ ଲାଗୁକରିବା,ସମସ୍ତ କେନ୍ଦୁପତ୍ର ତୋଳାଳୀ ଓ ସିଜିନାଲ କର୍ମଚାରୀ ମାନଙ୍କ ପୁଅ ଓ ଝିଅଙ୍କ ସକାଶେ ଶିକ୍ଷା ସହାୟତା ଓ କନ୍ୟା ବିବାହ ସହାୟତା ଦେବା ଦାବୀ ଉପସ୍ଥାପିତ କରା ଯାଇଛି । ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କରିଛନ୍ତି ଯେ,ଓଡ଼ିଶାର କେନ୍ଦୁପତ୍ର ତୋଳାଲୀ ଓ ଶ୍ରମିକ ମାନଙ୍କୁ ରାଜ୍ୟ ସରକାର ବାରମ୍ବାର ପ୍ରତାରିତ କରି ଘଆସୁଛନ୍ତି । ଖୋଦ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୧୩ ସମିହା ରେଢାଖୋଲ ଶ୍ରମିକ ସମାବେଶରେ ସିଜିନାଲ କର୍ମଚାରୀଙ୍କ ପାଇଁ ଚାକିରୀ ସର୍ତ୍ତାବଳୀ ଲାଗୁ କରାଯିବାର ଘୋଷଣା କରିଥିଲେ ମଧ୍ୟ ଆଜିଯାଏ ତାହାଲାଗୁ କରା ନଯିବା ଦୁଃଖର ବିଷୟ ବୋଲି ସେ ପ୍ରକାଶ କରିଛନ୍ତି । ପଦ୍ମପୁର ଉପ ନିର୍ବାଚନ ସମୟରେ କେନ୍ଦୁପତ୍ର ତୋଳାଳୀ ଓ ସିଜିନାଲ କର୍ମଚାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଯାହା ପ୍ରତିଶୃତି ଦେଇଥିଲେ ତାହା କେବେ ପୁରଣ ହେବ ବୋଲି ଶ୍ରୀ ପୁରୋହିତ ପ୍ରଶ୍ନ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031