Indus Valley Times

କେବିସି ଲଟେରୀ ଜିତିଥିବା କହି ଠକି ନେଇଥିଲେ ୨.୪୩ ଲକ୍ଷ, ଧରାପଡ଼ିଲେ ୭

 Breaking News

କେବିସି ଲଟେରୀ ଜିତିଥିବା କହି ଠକି ନେଇଥିଲେ ୨.୪୩ ଲକ୍ଷ, ଧରାପଡ଼ିଲେ ୭

December 05
19:21 2022

ଦେବଗଡ଼ ,୫/୧୨: ଗିରଫ ହେଲେ ସାଇବର ଲୁଟେରା ଗ୍ୟାଙ୍ଗ। ସେମାନଙ୍କ ଠାରୁ ପୋଲିସ ଆଧାର କାର୍ଡ, ଚେକ୍ ବୁକ୍, ଏଟିଏମ୍ କାର୍ଡ, ମୋବାଇଲ୍ ଫୋନ୍, ପାନ୍କାର୍ଡ ଜବତ କରିଛି। ଏଭଳି ଏକ ଅନଲାଇନ୍ ଅପରାଧ ଦେବଗଡ଼ ଜିଲ୍ଲା ରାଇତାଲ ଅନ୍ତର୍ଗତ ରାଇତାଲ ଗାଁରେ ଦେଖିବାକୁ ମିଳିଛି। ସାଇବର ଲୁଟେରାମାନେ କେବିସି ଲଟେରି ନାଁରେ ୨ ଲକ୍ଷ ୪୩ ହଜାର ୨୦୦ ଟଙ୍କା ଠକିନେଇଥିବା ଅଭିଯୋଗ କାରି କହିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ୭ ଜଣ ସାଇବର ଅପରାଧିଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ଖବର ଅନୁସାରେ, ରାଇତାଲ ଗାଁର ବିସ୍ମୟ ବେହେରା ନାମକ ଯୁବକଙ୍କୁ କେବିସି ଲଟେରିରେ ବାହାନାରେ ଅଭିଯୁକ୍ତମାନେ ଠକିବା ଆରମ୍ଭ କରିଥିଲେ। ପୁରସ୍କାର ରାଶି କହି ବିଭିନ୍ନ ବାହାନା କରି ୨ ଲକ୍ଷ ୪୩ ହଜାର ୨୦୦ ଟଙ୍କା ସାଇବର ଠକମାନେ ଠକି ନେଇଥିଲେ। ଏନେଇ ବିସ୍ମୟ ଦେବଗଡ଼ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଦେବଗଡ଼ ଆଦର୍ଶ ଥାନା ପୋଲିସ ତତ୍ପରତା ଦେଖାଇ ସଙ୍ଗେସଙ୍ଗେ ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତରେ ଏଥିରେ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ର ୭ ଜଣଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା। ଫଳରେ ଏହି ଅଭିଯୋଗରେ ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଅଭିଯୁକ୍ତମାନଙ୍କ ଠାରୁ ୧ ଲକ୍ଷ ୪୦ହଜାର ଟଙ୍କା ଜବତ ହୋଇଛି। ସମ୍ପୃକ୍ତ ଯୁବକମାନଙ୍କ ଠାରୁ ପୋଲିସ ଗୋଟିଏ ବ୍ୟାଙ୍କ ପାସ ବୁକ୍, ୧୮ଟି ଏଟିଏମ କାର୍ଡ, ୧୦ଟି ଚେକ ବୁକ୍, ୭ଟି ମୋବାଇଲ ଫୋନ, ୭ଟି ଆଧାର କାର୍ଡ ଏବଂ ଗୋଟିଏ ପାନକାର୍ଡ ମଧ୍ୟ ଜବତ କରିଛି। ଏହି ଅପରାଧ ମାଷ୍ଟର ମାଇଣ୍ଡ ବିହାର୍ର ବୋଲି ଜଣାପଡ଼ିଛି। ମୁଖ୍ୟ ଅଭିଯୁକ୍ତ ଫେରାର ହୋଇ ଯାଇଥିବା ବେଳେ ତାକୁ ଧରିବାକୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି। ଗିରଫ ଯୁବକମାନଙ୍କ ପରିଚୟ ଲଖନ ସାହୁ, ପବନ କୁମାର ପ୍ରସାଦ, ରୋଶନ କୁମାର ସା, ଉଦୟ ସାହୁ, କିଶୋର ଓରାମ ବିକାଶ ଓରାମ, ଭୁଷଣ ଓରଫ ରାଜୀବ ରଞ୍ଜନ ଗୁପ୍ତା ବୋଲି ଜଣାପଡ଼ିଛି।
ସେମାନେ ଯଥାକ୍ରମେ ଝାରସୁଗୁଡ଼ା ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଚୌକିପଡ଼ା, ୫ ନମ୍ବର ୱାର୍ଡ ତଳିଭଟାର, ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନବରଙ୍ଗପୁର ଗାଁ, ଲେମଲେମା ଗାଁ, ନବରଙ୍ଗପୁର ଅଞ୍ଚଳର ରହୁଥିବା ବିହାର ରାଜ୍ୟ ସମସ୍ତିପୁର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ଏବେ ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଦେବଗଡ଼ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି। ଏନେଇ ଦେବଗଡ଼ ଆଦର୍ଶ ଥାନାରେ ଦେବଗଡ଼ ଆରକ୍ଷି ଅଧିକ୍ଷକ ପ୍ରମୋଦ କୁମାର ରଥ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930