Legatus

କେମିତି ମଲେ ଉଦିତ୍ ନଗର ଥାନା ମହିଳା ଏଏସ୍ଆଇ? ଆସିଷ୍ଟାଣ୍ଟ କଲେକ୍ଟରଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ

 Breaking News

କେମିତି ମଲେ ଉଦିତ୍ ନଗର ଥାନା ମହିଳା ଏଏସ୍ଆଇ? ଆସିଷ୍ଟାଣ୍ଟ କଲେକ୍ଟରଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ

October 02
14:06 2023

ରାଉରକେଲା,୨/୧୦: ଉଦିତନଗର ଥାନା ଏଏସଆଇ ଏଲିସା ଲୁଗୁନ ମୃତ୍ୟୁ ଘଟଣାକୁ ନେଇ ଆଜି ସ୍ୱାମୀ ସଞ୍ଜୟ ଲାକ୍ରା ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କ ପତ୍ନୀଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ରାଉରକେଲା ସରକାରୀ ଡାକ୍ତରଖାନାରୁ ଶବ ନ ନେବାକୁ ସେ ଚେତାବନୀ ଦେଇଛନ୍ତି। ଗତକାଲି ଦିଅର ସମାନ ଅଭିଯୋଗ ଆଣିଥିଲେ।
ପରିବାର ଓ ସମ୍ପର୍କୀୟ ଡାକ୍ତରଖାନାରେ ପହଞ୍ଚି ମୃତ୍ୟୁ ଘଟଣାର ନିରକ୍ଷେପ ତଦନ୍ତ ଦାବି କରିଛନ୍ତି। ଗତକାଲି ଉଦିତନଗର ଆରଏମସି ଅଫିସ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟ୍ୟରେ ଚାଲିଥିଲା ଗଣ୍ଡଗୋଳ ନିୟନ୍ତ୍ରଣ କରିବାକୁ ଯାଇଥିଲା ବେଳେ ତାଙ୍କର ମୃତ୍ୟୁ ହୋଉଥିଲା।
ବସ୍ ଓ କାର୍ ଧକ୍କାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ଚାଲିଥିବା ମାଡ଼ପିଟ୍ସ୍ଥଳରେ ଉଦିତନଗର ଥାନାର ମହିଳା ଏଏସ୍ଆଇ ଏଲିସା ଲୁଗୁନଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଏଲିସାଙ୍କ ମୃତ୍ୟୁ କାରଣ ସମ୍ପର୍କରେ ଉଦିତନଗର ଥାନା ଅଧିକାରୀ କିଛି କହିବାକୁ ମନା କରିଦେଇଛନ୍ତି।
କେବଳ ଥାନା ଅଧିକାରୀ ନୁହଁନ୍ତି ମୃତ ଏଏସ୍ଆଇ ଲୁଗୁନଙ୍କ ସହ ପିସିଆର୍ ଭ୍ୟାନ୍ରେ ଘଟଣାସ୍ଥଳକୁ ଯାଇଥବା ହାବିଲଦାର ଓ ଅନ୍ୟ ପୁଲିସ କର୍ମଚାରୀ ମଧ୍ୟ ମୁହଁ ଖୋଲିନାହାନ୍ତି। ଅନ୍ୟପଟେ ଘଟଣାସ୍ଥଳରେ କିଛି ଯୁବକଙ୍କ ମାଡ଼ରେ ଏଲିସାଙ୍କର ମୃତ୍ୟୁ ହୋଇଛି ବୋଲି ତାଙ୍କ ଦିଅର ଅଭିଯୋଗ କରିଛନ୍ତି।
ଉଦିତନଗର ପୁଲିସ ଏଏସ୍ଆଇ ଲୁଗୁନଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି। ସେପଟେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିବା ମାଡ଼ିପିଟ୍ରେ ବସ୍ର ଡ୍ରାଇଭର, କଣ୍ଡକ୍ଟର ମହମ୍ମଦ ସାହିଦ, ମହମ୍ମଦ ଜାଫିର ସମେତ ଅନ୍ୟ କିଛି ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930