Indus Valley Times

ବୌଦ୍ଧରେ ବିଶ୍ବ ଧରିତ୍ରୀ ଦିବସ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ବୌଦ୍ଧରେ ବିଶ୍ବ ଧରିତ୍ରୀ ଦିବସ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୌଦ୍ଧରେ ବିଶ୍ବ ଧରିତ୍ରୀ ଦିବସ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
April 23
18:46 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୩/୪: (ମଙ୍ଗଳବାର) ଅପରାହ୍ନ ଘ. ୪.୩୦ ମି. ସମୟରେ ବିଶ୍ବ ଧରିତ୍ରୀ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
ଜ଼ିଲ୍ଲା ସଂଗ୍ରହାଳୟ ପରିସରରେ ବୃକ୍ଷ ରୋପଣ ର ଶୁଭାରମ୍ଭ ପରେପରେ ଜିଲ୍ଲା ପରିଷଦ ପଂଚାୟତ ଭବନ ପରିସର, ଅତିରିକ୍ତ ଜିଲ୍ଲାପାଳଙ୍କ ବାସଭବନ, ଜ଼ିଲ୍ଲାପାଳ ଙ୍କ ରେସ ଅଫିସ ଆଦି ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଚାର୍ଲ୍ସ୍ ନାଏକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତୀ ବଳିୟାର ସିଂହ, ଜିଲ୍ଲା ସଂସ୍କୃତି ଅଧିକାରୀ ଅକୃର କୁମାର ଜାନୀ, ନିର୍ବାହୀ ଯନ୍ତ୍ରୀ, ଟିପିଏସ ଓ ଡି ଏଲ ଅମରେନ୍ଦ୍ର କୁମାର ସାହୁ, ଚି଼ଫ ଏଜ୍ୟୁକୁଟିଭ, ଓରମାସ ଶିବାଶିଷ ଦାସ, ଏ ପି ଡି ଅମ୍ରିତା ପଣ୍ଡା,ଗୌରହରି ସାହୁ,ଅମିତ ପାଣି,ଜ୍ୟୋ ସ୍ନା ରାଣୀ ପୁରୋହିତ, ଏମ.ଜି.ଏ ନ. ଆର. ଇ. ଜି. ଏ. କୋ ଅର୍ଡନେଟର ସତ୍ୟଜିତ ସେନାପତି, ସହକାରୀ ନିର୍ବାହୀ ଯନ୍ତ୍ରୀ ମନୋଜ ପାଣିଗ୍ରାହୀ, ସହକାରୀ ନିର୍ଦେଶକ, ଉଦ୍ୟାନ ବିଭାଗ ଯୋଗେନ୍ଦ୍ର ନାଥ ମହପାତ୍ର, ଉଦ୍ୟାନ ବିଭାଗ ର ଅଧିକାରୀ ଏବଂ ଜ଼ିଲ୍ଲା ପରିଷଦ କାର୍ଯ୍ୟାଳୟ ର ଅନ୍ୟାନ୍ୟ ଅଧିକାରୀ ଏବଂ କର୍ମଚାରୀ ମାନେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଜ଼ିଲ୍ଲାପାଳ ଏହି ଶୁଭ ଅବସରରେ ସମସ୍ତଙ୍କୁ ଗଛ ଟିଏ ଲଗାଇ ତାର ଯତ୍ନ କରିବା ପାଇଁ ଆହ୍ୱାନ କରିଥିଲେ । ଏହି ଅବସରରେ ଆମ୍ବ, ବଉଳ, ଲେମ୍ବୁ, ପିଜୁଳି ଆଦି ଗଛ ଲଗାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930