Indus Valley Times

କୋଟିଆ ପରେ ଏବେ ଦେଓମାଳି; ବଣଭୋଜି ବାହାନା, ଓଡ଼ିଶାରେ ପଶିଲେ ଆନ୍ଧ୍ରର ୬ ଆଇଏଏସଙ୍କ ସମେତ ୬୦ ଅଧିକାରୀ

 Breaking News

କୋଟିଆ ପରେ ଏବେ ଦେଓମାଳି; ବଣଭୋଜି ବାହାନା, ଓଡ଼ିଶାରେ ପଶିଲେ ଆନ୍ଧ୍ରର ୬ ଆଇଏଏସଙ୍କ ସମେତ ୬୦ ଅଧିକାରୀ

କୋଟିଆ ପରେ ଏବେ ଦେଓମାଳି; ବଣଭୋଜି ବାହାନା, ଓଡ଼ିଶାରେ ପଶିଲେ ଆନ୍ଧ୍ରର ୬ ଆଇଏଏସଙ୍କ ସମେତ ୬୦ ଅଧିକାରୀ
November 22
10:19 2021

କୋରାପୁଟ, ୨୨/୧୧: କୋଟିଆ ବିବାଦ ସମାଧାନ ହୋଇ ନ ଥିବା ବେଳେ ପୁଣି ପଟାଙ୍ଗି ବ୍ଲକର ଦେଓମାଳି ଉପରେ ପଡ଼ିଲାଣି ଆନ୍ଧ୍ରର ନଜର। ଗତକାଲି ବଣଭୋଜି ବାହାନାରେ ଦେଓମାଳିରେ ପହଞ୍ଚିଥିଲେ ଆନ୍ଧ୍ରର ଦଳ ଦଳ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୁଲିସ୍।
ଆନ୍ଧ୍ରରୁ ଦଳବଳ ଧରି ସୀମାନ୍ତ ଓଡ଼ିଶାର ଦେଓମାଳି ପର୍ବତରେ ପହଞ୍ଚିଥିଲେ ବିଜୟନଗରମ୍ ଜିଲ୍ଲାପାଳ । ୧୫ଟି ସରକାରୀ ଗାଡ଼ିରେ ବିରାଟ ପଟୁଆର ଧରି ପହଞ୍ଚିଗଲେ ଜିଲ୍ଲାପାଳଙ୍କ ସମେତ ସମଗ୍ର ଜିଲ୍ଲା ପ୍ରଶାସନିକ ଅଧିକାରୀ ।
ଗତକାଲି ଦିନ ପ୍ରାୟ ୧୧ଟାରେ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ । ବୁଲିଲେ, ଭୋଜିଭାତ କଲେ, ଖିଆପିଆ ସାରି ପୁଣି ବାହୁଡ଼ିଗଲେ । ଏସବୁ ଭିତରେ କିନ୍ତୁ ଆନ୍ଧ୍ରପ୍ରଦେଶ ବିଜୟନଗରମ୍ ଜିଲ୍ଲାପାଳଙ୍କ ଗତିବିଧିକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା ।
କୋରାପୁଟ ଜିଲ୍ଲା କୁନ୍ଦୁଲିରୁ ଏହି ଗାଡିଗୁଡିକ କୋଟିଆ ଆଡକୁ ମୁହାଁଇଥଇଲା । ପରେ ମଝି ରାସ୍ତାରେ ଦେଓମାଳି ଆଡକୁ ମୁହାଁଇଥିଲା ସମସ୍ତ ସରକାରୀ ଗାଡ଼ି । ଏଭଳି ଗତିବିଧି ଉପରେ କଡ଼ା ନଜର ରଖିଥିଲେ ସ୍ଥାନୀୟ ଲୋକେ ଓ କୋରାପୁଟ୍ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ।
ତେବେ ବିଜୟନଗରମ୍ ଜିଲ୍ଲାପାଳ ସୂର୍ଯ୍ୟାକୁମାରୀ ଏବଂ ୬୦/୭୦ ଜଣ ପ୍ରଶାସନିକ ଅଧିକାରୀ ଦେଓମାଳି ପରେ ପଟ୍ଟାଙ୍ଗି ବ୍ଲକ ଗଲିଗବଦର ଜଳପ୍ରପାତ ଯାଇଥିଲେ ।
ସେଠାରୁ ପୁଣି ପଟାଙ୍ଗି ବାଟ ଦେଇ ଆନ୍ଧ୍ରପ୍ରଦେଶକୁ ଫେରିଯାଇଥିଲେ । ତେବେ ଦେଓମାଳିରେ ଅତିରିକ୍ତ ଜିଲାପାଳ ଏବଂ ଗାଲିଗବଦରରେ ପଟାଙ୍ଗି ପୁଲିସ ଓ ବିଡ଼ିଓ ଜଗି ରହିଥିଲେ।
ବିଜୟନଗରମ୍ ଜିଲ୍ଲାପାଳଙ୍କ ସମେତ ଆନ୍ଧ୍ର ସରକାରୀ କର୍ମଚାରୀଙ୍କ ଏଭଳି ଆକସ୍ମିକ ଗସ୍ତକୁ ନେଇ ଅଞ୍ଚଳରେ ନାନା ଚର୍ଚ୍ଚା ହେଉଛି । ଏଯାଏ କୋଟିଆ ବିବାଦର ସମାଧାନ ହୋଇ ନ ଥିବା ବେଳେ ପୁଣି ନୂଆ ବିବାଦ ସୃଷ୍ଟି କରିବାକୁ ଆନ୍ଧ୍ର ଅଧିକାରୀ ଏଭଳି ଅଚାନକ ଗସ୍ତ କରିଥିବା ଆଲୋଚନା ହେଉଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031