Indus Valley Times

କୋଟିଆ ବିଷୟରେ ତଥ୍ୟ ନାହିଁ: ପ୍ରମିଳା

 Breaking News

କୋଟିଆ ବିଷୟରେ ତଥ୍ୟ ନାହିଁ: ପ୍ରମିଳା

କୋଟିଆ ବିଷୟରେ ତଥ୍ୟ ନାହିଁ: ପ୍ରମିଳା
February 24
11:06 2023

କୋରାପୁଟ,୨୪/୨: କୋରାପୁଟ ଜିଲ୍ଲାର ସୀମାବର୍ତ୍ତୀ କୋଟିଆ ପଂଚାୟତରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ବ୍ୟାପକ କାର‌୍ୟ୍ୟକ୍ରମ ସହ ନିୟମିତ ଭାବେ ଅନୁପ୍ରବେଶ ହେଉଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ ପାଖରେ ଏନେଇ କୌଣସି ତଥ୍ୟ ନାହିଁ ।
ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଶୁକ୍ରବାର ବିଧାନସଭାରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଅଫିସରମାନେ କୋଟିଆରେ ରାସନ କାର୍ଡ କିମ୍ବା ଭତ୍ତା ବଂଟନ କରିବାର ତଥ୍ୟ ଜିଲ୍ଲା ପ୍ରଶାସନ ପାଖରେ ଉପଲବ୍ଧ ନାହିଁ ବୋଲି କହି ପରୋକ୍ଷରେ ଆନ୍ଧ୍ରପ୍ରଦେଶର ମନମାନୀକୁ ଲୁଚାଇବାକୁ ଉଦ୍ୟମ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।
ସୀମାବର୍ତ୍ତୀ କୋଟିଆ ପଂଚାୟତରେ ଆନ୍ଧ୍ରପ୍ରଦେଶ ସରକାର ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ସରକାରୀ କାର‌୍ୟ୍ୟକ୍ରମ ଜାରି ରହିଥିଲେ ମଧ୍ୟ ଓଡ଼ିଶା ସରକାର ଏହାକୁ ନେଇ ବେପରୁୱା ମନୋଭାବ ପୋଷଣ କରିଛନ୍ତି । ଆଜି ରାଜସ୍ୱ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକଙ୍କ ବିଧାନସଭାରେ ଲିଖିତ ଉତ୍ତର ଓଡ଼ିଶା ସରକାରଙ୍କ କୋଟିଆକୁ ନେଇ ଆଭିମୁଖ୍ୟକୁ ପଦାରେ ପକାଇଛି ।
ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶ ସରକାରଙ୍କ ଅଧିକାରୀମାନେ ୨୦୨୧ ମସିହାରେ କୋଟିଆ ଗ୍ରାମପଂଚାୟତରେ ଅନୁପ୍ରବେଶ କରିବା ସହିତ ଏଠାରେ ରାସନ କିମ୍ବା ଭତ୍ତା ବଂଟନ କରିବାର ତଥ୍ୟ ଜିଲ୍ଲା ପ୍ରଶାସନ ନିକଟରେ ଉପଲବ୍ଧ ନାହିଁ । କୋଟିଆରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ତରଫରୁ ରାସ୍ତା ନିର୍ମାଣ ହୋଇନାହିଁ । ସେଭଳି କିଛି କାର‌୍ୟ୍ୟକଳାପ ଦୃଷ୍ଟି ଗୋଚର ହେଲେ ରାଜ୍ୟ ସରକାର ତୁରନ୍ତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ।
ମାତ୍ର ୨୦୧୯ ମସିହାରୁ କୋଟିଆ ପଂଚାୟତରେ ଆନ୍ଧ୍ରପ୍ରଦେଶ ପ୍ରଶାସନର ବିଭିନ୍ନ କାର‌୍ୟ୍ୟକ୍ରମ କରାଯିବା ଓ ଏହାକୁ ନେଇ ବିଧାନସଭାରେ ଅନେକ ଥର ଆଲୋଚନା ହେବା ସହ ଖୋଦ୍ ମୁଖ୍ୟମନ୍ତ୍ରୀ ନିଜେ ବାରମ୍ବାର ସମୀକ୍ଷା କରିଥିବା ସତ୍ତ୍ୱେ ଆନ୍ଧ୍ରର ଅନୁପ୍ରବେଶ ଖବରକୁ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ତଥ୍ୟ ଉପଲବ୍ଧ ନାହିଁ କହି ଏଡ଼ାଇଯିବା ଭବିଷ୍ୟତରେ ଓଡ଼ିଶା ପାଇଁ ବୁମେରାଂ ସାବ୍ୟସ୍ତ ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି

 

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031