Indus Valley Times

କ୍ରାଇମବ୍ରାଞ୍ଚ କବଜାରେ ଜମତରା ଗ୍ୟାଙ୍ଗର ୩ ସଦସ୍ୟ, KYC ଅପଡେଟ୍ ନାଁରେ କରୁଥିଲେ ଲୁଟ୍

 Breaking News

କ୍ରାଇମବ୍ରାଞ୍ଚ କବଜାରେ ଜମତରା ଗ୍ୟାଙ୍ଗର ୩ ସଦସ୍ୟ, KYC ଅପଡେଟ୍ ନାଁରେ କରୁଥିଲେ ଲୁଟ୍

January 29
12:18 2022

ଭୁବନେଶ୍ବର, ୨୯/୧: ଝାଡ଼ଖଣ୍ଡର ଜାମତାରା ଗ୍ୟାଙ୍ଗର ପର୍ଦାଫାଶ କରିଛି ପୁଲିସ। ଓଡ଼ିଶା କ୍ରାଇମବ୍ରାଞ୍ଚର ସାଇବର ଟିମ୍ ହାତରେ ଜାମତାରା ଗ୍ୟାଙ୍ଗର ୩ ଜଣ ସଦସ୍ୟ ଧରାପଡ଼ିଛନ୍ତି। କ୍ରାଇମବ୍ରାଞ୍ଚ ଏହି ୩ଜଣଙ୍କୁ ରାଜଧାନୀରୁ ଗିରଫ କରିଥିବାର ସୂଚନା ମିଳିଛି।
ଭୁବନେଶ୍ୱରରେ ହବ୍ କରି ଜାମତାରା ଗ୍ୟାଙ୍ଗ ପିଲାଙ୍କୁ ନିଯୁକ୍ତି ଦେବା ପାଇଁ ମସୁଧା କରୁଥିଲା। ତେବେ ଏହି ଚଢ଼ାଉ ସମୟରେ ଗ୍ୟାଙ୍ଗର କିଛି ସଦସ୍ୟ ଖସି ପଳାଯାଇଥିବା ଜଣାଯାଇଛି।
ସାରା ଦେଶରେ ଫୋନ କରି ଲୋକଙ୍କୁ ଠକେଇ କରିବାରେ ଜାମତାରା ଗ୍ୟାଙ୍ଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦେଶର ଅଧିକାଂଶ ସାଇବର ଠକେଇ ମାମଲା ଝାଡ଼ଖଣ୍ଡର ଏହି ଜିଲ୍ଲା ସହ ଜଡିତ ଥିବା ବେଳେ ଜାମତାରାରେ ଜଣେ ନାବାଳକ ମଧ୍ୟ ଶିକ୍ଷିତ ଲୋକଙ୍କୁ ଠକାମିର ଶିକାର କରିଥାଏ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଅନେକ ରାଜନେତା ଜାମତାରା ଗ୍ୟାଙ୍ଗର ଶିକାର ହୋଇଛନ୍ତି। ଆଉ ଏବେ ଏହି ଠକେଇ ଘଟଣା ବାବଦରେ ଆମେରିକା ପାଖରେ ଖବର ପହଞ୍ଚିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031