Indus Valley Times

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ

 Breaking News

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ
September 28
19:40 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୮/୯ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ମିଡିଆକିଆ ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ସିଆରସିସି ପ୍ରଶାନ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଉଦଘାଟନ ଉତ୍ସବରେ ସିତାପଡି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ପାତ୍ର ଯୋଗଦେଇ ଦୀପଧୂପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ଏଥିରେ ମୁଖ୍ୟ ଅତିଥି ଭାବେ ଗୁମ୍ମା ହାଇସ୍କୁଲର ଶିକ୍ଷକ ଅସିତ କୁମାର ସାହୁ ଯୋଗ ଦେଇ ସୁରଭିର ମୁଖ୍ୟ ଉଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ବିଦ୍ୟାଳୟର ପ୍ରଧାନଶିକ୍ଷକ ସବୀର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏଥିରେ ୯ ଟି ବିଦ୍ୟାଳୟର ପ୍ରାୟ ୭୦୦ କ୍ଲଷ୍ଟର ସ୍ତରୀୟ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେଇ ନିଜ ନିଜର କୃତିତ୍ୱ ପ୍ରତିପାଦନ କରି ଅତିଥିଙ୍କ ଠାରୁ ମାନପତ୍ର ଓ ପୁରସ୍କାର ଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଓ ଗ୍ରାମବାସୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ରଜନୀ ମଳିକ ଧନ୍ୟବାଦ ଅର୍ପଣ କରିଥିଲେ ।
ଅସଦାଚରଣ ଓ ଆକ୍ରମଣ ମାମଲାରେ ୨ ଅଭିଯୁକ୍ତଙ୍କୁ ୭ବର୍ଷ ଜେଲ ଦଣ୍ଡାଦେଶ
କନ୍ଧମାଳ,୨୮/୯ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଏକ ଅସଦାଚରଣ, ଆକ୍ରମଣ ଏବଂ ଚୋରି ମାମଲାର ବିଚାର କରି ୨ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୭ ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ ଦେଇଛନ୍ତି।
ଅଭିଯୁକ୍ତ ଦ୍ଵୟ ହେଲେ ଫୁଲବାଣୀ ଟାଉନଥାନା ଅନ୍ତର୍ଗତ ଫୁଲବାଣୀ ସାହିର ସୁଜିତ୍ କୁମାର ମହାନ୍ତି (୩୪) ଏବଂ ରାଜୀବ ରଣା (୨୪)। ଏହା ସହିତ ସେମାନଙ୍କୁ ୧୪,୫୦୦ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଆଉ ଅଧିକ ୨ବର୍ଷ ୧୦ମାସ ୭ଦିନ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।
ମାମଲା ବିବରଣୀରୁ ପ୍ରକାଶ ଯେ, ତିନି ନାବାଳକ /ନାବାଳିକା ଭାଇ ଭଉଣୀ ଭଡ଼ା ଘରେ ଶୋଇଥିବାବେଳେ ଅଭିଯୁକ୍ତ ମାନେ ବିଭିନ୍ନ ମାରଣାସ୍ତ୍ର ଧରି ବିଳମ୍ବିତ ରାତ୍ରରେ କବାଟ ବାଡେଇ, ଝରକା ଭାଙ୍ଗି ଗୃହ ଭିତରେ ପ୍ରବେଶ କରି ସେମାନଙ୍କୁ ଅସଦାଚରଣ କରିବା ସହ ମାଡ଼ ମାରିଥିଲେ।
ସେମାନଙ୍କ କଥାରେ ରାଜି ନ ହେଲେ ଏସିଡ୍ ପକେଇ ଜୀବନରେ ମାରିଦେବୁ ବୋଲି ଧମକ ଦେଇଥିଲେ। ଏହି ସମୟରେ ଚତୁରତାର ସହିତ ଜଣେ ପୀଡ଼ିତା ଚାଇଲ୍ଡ ହେଲ୍ପ ଲାଇନ ୧୦୮୯କୁ ସାହାଯ୍ୟ ପାଇଁ ଫୋନ୍ କରିଥିଲେ।
କିଛି ସମୟ ମଧ୍ୟରେ ଚାଇଲ୍ଡ ହେଲ୍ପଲାଇନ ସଦସ୍ୟ ଏବଂ ପୁଲିସ ଆସି ପହଞ୍ଚି ଯାଇଥିଲେ।
ପୀଡ଼ିତା ଫୁଲବାଣୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ ହୋଇଥିଲା। ପୁଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସରକାରଙ୍କ ତରଫରୁ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ର ସ୍ଵତନ୍ତ୍ର ସରକାରୀ ଓକିଲ ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ।
ବେକରେ ଗାମୁଛା ଲଗାଇ ମହୁଲ ଗଛରେ ଝୁଲି ପଡ଼ିଲେ ଯୁବକ
ବାଲିଗୁଡା, ୨୮/୯: ପ୍ରେମିକାଙ୍କ ଆତ୍ମହତ୍ୟା ପରେ ପ୍ରେମିକଙ୍କ ଚରମ ପଦକ୍ଷେପ। ବେକରେ ଗାମୁଛା ଲଗାଇ ମହୁଲ ଗଛରେ ଝୁଲି ପଡ଼ିଲେ ଯୁବକ ।
ଏଭଳି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ଥାନା କଞ୍ଜାମେଣ୍ଡି ଅଞ୍ଚଳରେ । ମୃତକ କଞ୍ଜାମେଣ୍ଡି ଗ୍ରାମର ଯୁବକ ସଞ୍ଚୁସ୍ ଦିଗାଳ ହୋଇଥିବା ଜଣାପଡ଼ିଛି ।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ କଞ୍ଜାମେଣ୍ଡି ଗ୍ରାମର ଜଣେ ଯୁବତୀଙ୍କ ସହ ସଞ୍ଜୁସଙ୍କର ସମ୍ପର୍କ ଥିଲା । ଗତ ଅଗଷ୍ଟ ୧୫ ତାରିଖ ଦିନ ସମ୍ପୃକ୍ତ ଯୁବତୀ ଜଣକ ନିଜେ ଆତ୍ମହତ୍ୟା କରିଥିଲେ ।
ଘଟଣା ପରେ ସଞ୍ଚୁସ୍ ମାନସିକ ଚାପରେ ଥିଲେ ଏବଂ ଶୁକ୍ରବାର ରାତ୍ରରେ ଏଭଳି ଚରମ ନିଷ୍ପତି ନେଇ ନିଜ ଘର ଠାରୁ ୫୦୦ ମିଟର ଦୂରରେ ଥିବା ଗଜମାହା ଜଙ୍ଗଲରେ ଏକ ମହୁଲ ଗଛରେ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିବା କୁହାଯାଉଛି ।
ଗାଁ ଲୋକଙ୍କ ଠାରୁ ଖବରପାଇ କ.ନୁଆଗାଁ ପୋଲିସ୍ ଘଟଣା ସ୍ଥଳରେ ପହଁଚି ମୃତକଙ୍କ ସମ୍ପର୍କୀୟଙ୍କ ସହାୟତାରେ ଶବ ଉଦ୍ଧାର କରିବା ସହ ବ୍ୟବଛେଦ ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି ।
ତେବେ ବର୍ତମାନ ସୁଦ୍ଧା ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏକ ଅପମୃତ୍ୟୁ ମାମଲା କେଶ ନଂ.୦୫/୨୪ ପ୍ରକାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି କ.ନୁଆଗାଁ ପୋଲିସ୍ ।
ଖମଣଖୋଲ ସ୍ୱାସ୍ଥ୍ୟ କେନ୍ଦ୍ର ର ଏଏନଏମ ଙ୍କୁ ମରଣାନ୍ତକ ଆକ୍ରମଣ : ଥାନାରେ ଅଭିଯୋଗ
ବାଲିଗୁଡା,୨୮/୯: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଖମଣଖୋଲରେ ଘଟିଛି ଏକ ଅଭାବନୀୟ ଘଟଣା ।
ଶୁକ୍ରବାର ବିଳମ୍ବିତ ରାତ୍ରରେ ଘରେ ପଶି ଏଏନଏମ ଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ ଖମଣଖୋଲ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର‌୍ୟ୍ୟରତ ମହିଳା ଏଏନଏମ ଟିକିଲି ରାଜପୁତ ଙ୍କୁ ବିଳମ୍ବିତ ରାତିରେ ଚାରିରୁ ଉର୍ଦ୍ଧ ମହିଳା ଦଶରୁ ଉର୍ଦ୍ଧ ପୁରୁଷ ସଙ୍ଗବଦ୍ଧ ଭାବେ ଆକ୍ରମଣ କରିଥିଲେ ।
ଏଏନଏମ ଙ୍କୁ ଘରୁ ଘୋଷାରି ଆଣି ନିର୍ଧୁମ ଛେଚି ଥିଲେ ଏବଂ ଦେହ ରେ ଚକୁଡି ଥିଲେ । ଏଏନଏମ ଙ୍କ ମୁହଁ, ଛାତି ଓ ମୁଣ୍ଡ ରେ ଆଘାତ ଲାଗିଛି କ୍ଷ ଖବର ପାଇ ବାଲିଗୁଡା ଥାନା ପୋଲିସ ଉଦ୍ଧାର କରି ଚିକିତ୍ସା ପାଇଁ ବାଲିଗୁଡା ମେଡିକାଲ ରେ ଭର୍ତ୍ତି କରିଥିଲେ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରିଛି, ଏନେଇ ବାଲିଗୁଡା ଥାନା ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ସୂଚନା ମୁତାବକ ଏଏନଏମ ଙ୍କ ସହ ଜଣେ ଝିଅ ରହୁଥିଲେ । ସେ ଗୋଟିଏ ପୁଅକୁ ଭଲ ପାଉଥିବା ବେଳେ ପୁଅ ଘର ଲୋକ ରାତିରେ ଆସି ସେ ଝିଅକୁ ନ ପାଇ ଏଏନଏମ ଙ୍କୁ ଆକ୍ରମଣ କରିଥିବା କୁହାଯାଉଛି। କିନ୍ତୁ ଘଟଣା ର ତଦନ୍ତ ହେଲେ ସତ୍ୟା ସତ୍ୟ ଜଣାପଡ଼ିବ ବୋଲି ପୋଲିସ କହିଛି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30