Indus Valley Times

କ୍ୟାଡର ପୁନର୍ବିନ୍ୟାସ ଦାବୀ :ଆନ୍ଦୋଳନକୁ ଓହ୍ଲେଇଲେ କୃଷି ବିଭାଗର ସମସ୍ତ ଅଧିକାରୀ

 Breaking News

କ୍ୟାଡର ପୁନର୍ବିନ୍ୟାସ ଦାବୀ :ଆନ୍ଦୋଳନକୁ ଓହ୍ଲେଇଲେ କୃଷି ବିଭାଗର ସମସ୍ତ ଅଧିକାରୀ

କ୍ୟାଡର ପୁନର୍ବିନ୍ୟାସ ଦାବୀ :ଆନ୍ଦୋଳନକୁ ଓହ୍ଲେଇଲେ କୃଷି ବିଭାଗର ସମସ୍ତ ଅଧିକାରୀ
September 01
12:12 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧/୯: ଓଡିଶା କୃଷି ସେବା ସଂଘ ଡାକରରାରେ କ୍ୟାଡର ପୁନର୍ବିନ୍ୟାସ ଦାବୀରେ ଗୁରୁବାର ସାରା ରାଜ୍ୟର କୃଷି ବିଭାଗର ସମସ୍ତ ଅଧିକାରୀମାନେ ସାମୁହିକ ଛୁଟି ସହିତ ଆନ୍ଦୋଳନକୁ ଓହ୍ଲେଇଛନ୍ତି । ବୌଦ୍ଧରେ ମଧ୍ୟ ବୌଦ୍ଦ ଶାଖା ପକ୍ଷରୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷି ବିଭାଗର ସମସ୍ତ ଅଧିକାରୀଙ୍କ ସହିତ ଉଦ୍ୟାନ କୃଷି ଏବଂ ମୃତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ଅଧିକାରୀ ମାନେ ଆନ୍ଦୋଳନରେ ବସିଥିବା ଜଣାପଡିଛି ।
କୃଷି ଅଧିକାରୀ ମାନେ ସରକାରଙ୍କ ସମସ୍ତ ଯୋଜନା ଗୁଡିକ ଠିକ ଭାବେ ପାଳନ କରି ଆସୁଥିବା ବେଳେ କିନ୍ତୁ ସେମାନଙ୍କ ଦାବୀ ପ୍ରତି ସରକାର ଆଦୌ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ।
ବିଗତ ତିନି ଦଶନ୍ଧି ଧରି ୧୩ ଗୋଟି ଯୋଜନାରୁ ବର୍ତ୍ତମାନ ସରକାରଙ୍କ ୩୯ ଗୋଟି ଯୋଜନାକୁ ବୃଦ୍ଧି ହୋଇଥିବା ବେଳେ କୃଷି ଅଧିକାରୀ ମାନଙ୍କ କିଛି ପରିବର୍ତ୍ତନ କରାଯାଇନାହି । କ୍ୟାଡରରେ ଦୁଇ ଦଶନ୍ଧି ପରେ ୨୦୧୩ ମସିହା ପରଠାରୁ ନିଯୁକ୍ତି ଦିଆଯାଇଅଛି । କୃଷି ଅଧିକାରୀ ମାନେ ରାଜ୍ୟସରକାରଙ୍କୁ ସମ୍ମାନ ପାଇ ବିଭିନ୍ନ ପଦକ୍ଷେପ ନେଇଅଛନ୍ତି ।
କିନ୍ତୁ ସେମାନଙ୍କ କ୍ୟାଡରେ ବହୁ ଅସଙ୍ଗିତ ଥାଇ ପଦୋନ୍ନତି ଦିଆଯାଇପାରୁନାହିଁ । ଏଣୁ ରାଜ୍ୟ ସରକାର ତୁରନ୍ତ ଏଥ ପ୍ରତି ପଦକ୍ଷେପ ନେବାକୁ ଦାବୀ କରିଛନ୍ତି । ଆନ୍ଦୋଳନରେ ସମସ୍ତ କୃଷି ଅଧିକାରୀ ସାମିଲ ଥିଲେ ।
ତାକୁଡ ଗ୍ରାମ ଦାଣ୍ଡରେ ଯୁବକର ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
ବୌଦ୍ଧ,୧/୯: ବୌଦ୍ଧ ଥାନା ହରଭଙ୍ଗା ବ୍ଳକର ତାକୁଡ ଗ୍ରାମ ଦାଣ୍ଡରେ ଗୁରୁବାର ସକାଳୁ ଜଣେ ଯୁବକର ମୃତ ଦେହ ପଡିଥିବାର ଦେଖିବାକୁ ମିଳିଥିଲା । ସକାକୁ ସକାଳୁ ଗ୍ରାମବାସୀ ମାନେ ମୃତ ଦେହକୁ ଦେଖି କେହି ହତ୍ୟା କରି ପକାଇ ଦେଇଥିବା ଗ୍ରାମବାସୀ ସନ୍ଦେହ କରିଥିଲେ । ଖବର ପ୍ରଘଟ ହେବା ପରେ ଅଞ୍ଚଳର ଲୋକମାନେ ଦେଖିବାକୁ ଭିଡ ଜମାଇଥିଲେ ।
ମୃତକ ଜଣ ହେଲେ ନିକଟସ୍ଥ ଗ୍ରାମ ଛେଳିଲେଣ୍ଡି ଗ୍ରାମର ରମେଶ ବାରିକ (୪୦) ବୋଲି ଜଣାପଡିଥିଲା । ଖବର ପାଇ ରମେଶ ର ପରିବାର ଲୋକ ମଧ୍ୟ ଘଟଣା ସ୍ଥଳରେ ପହଞ୍ôଚ ଥିଲେ । ଏନେଇ ସ୍ଥାନୀୟ ଲୋକ ଓ ପରିବାର ଲୋକ ବୌଦ୍ଧ ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବୌଦ୍ଧ ପୁଲିସ ପହଞ୍ଚ ଶବକୁ କରିବା ସହ ପୋଷ୍ଟମର୍ଟମ ପାଇ ବୌଦ୍ଧ ମେଡିକାଲକୁ ପଠାଇଥିଲା । ଏପେଟ ପରିବାର ଲୋକ ରମେଶକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ପରେ ବୌଦ୍ଧ ଥାନା ପକ୍ଷରୁ ଥାନା କେସନଂ ୨୯୯/୨୩ରେ ଏକ ହତ୍ୟା ମାମଳା ରୁଜ କରାଯାଇଥିବା ସହ ତଦନ୍ତ ଆରମ୍ଭ ହୋଇଥିବା ନେଇ ଥାନା ଅଧିକାରୀ ସାରଦା ପ୍ରଶନ୍ନ ଦାସ ପ୍ରକାଶ କରିଛନ୍ତି ।
ସାମ୍ବାଦିକଙ୍କ ମାତୃ ବିୟୋଗ
ବୌଦ୍ଧ,୧/୯: ବୌଦ୍ଧ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଶଶାଙ୍କ ଶେଖର ମିଶ୍ରଙ୍କ ମାଆ ସୁଲକ୍ଷଣା ମିଶ୍ର(୮୮)ଙ୍କ ବୁଧବାର ଅପରାହ୍ନ ୧୨ ଟା ବେଳେ ପରଲୋକ ଘଟିଛି ।ବୌଦ୍ଧ ରଥସାହିର ବାସିନ୍ଦା ତ୍ରୀପୁରାରୀ ମିଶ୍ରଙ୍କ ଧର୍ମପତ୍ନୀ ସୁଲକ୍ଷଣା ଗତ କିଛି ଦିନହେଲା ଅସୁସ୍ଥତା କାରଣରୁ ଶଯ୍ୟାଶାୟୀ ଅବସ୍ଥାରେ ପଡିଥିଲେ । ବୁଧବାର ଦିନ ତାଙ୍କର ଦେହାନ୍ତ ଘଟିଥିଲା ।
ଏହି ଖବର ଜଣାପଡିବାପରେ ଅଂଚଳରେ ଶୋକରଛାୟା ଖେଳିଯାଇଛି । ସେ ଜଣେ ଧର୍ମପରାୟଣ, ମିଷ୍ଟଭାଷୀ,ପରୋପକାରୀ ଥିଲେ । ତାଙ୍କର ଶେଷକୃତ୍ୟୁ ବୌଦ୍ଧ ରାଜଘାଟ ଶଶ୍ମାନ ଘାଟ ଠାରେ ସଂପର୍ଣ୍ଣ ହୋଇଥିଲା ।
ବଡପୁଅ ଅରୁଣ ମିଶ୍ର ମୁଖାଗ୍ନୀ ଦେଇଥିଲେ ।ମୃତ୍ୟୁ ସମୟରେ ପାଖରେ ତାଙ୍କର ୪ପୁଅ, ବୋହୁ,ତିନି,ନାତିନାତୁଣୀ ଉପସ୍ଥିତ ଥିଲେ । ତାଙ୍କର ଶେଷଦର୍ଶନ ପାଇଁ ବୌଦ୍ଧ ବିଜ୍ଞାପିତ ଅଞ୍ଚଳର ପରିଷଦର ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ରଙ୍କ ସମେତ ବହୁମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତଥିଲେ ।
ଯୌତୁକ ଜନିତ ହତ୍ୟା ମାମଲା, ଅଭିଯୁକ୍ତ ସ୍ୱାମୀ ନିର୍ଦ୍ଦୋଷରେ ଖଲାସ
ବୌଦ୍ଧ;୧/୯: ବୌଦ୍ଧ ଜିଲ୍ଲା ଦୌରାଜଜ ବୁଧବାର ଦିନ ଏକ ଯୌତୁକ ଜନିତ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ୱାମୀକୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମାମଲାରୁ ପ୍ରକାଶ ଯେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନାର ଲୁହାସିଙ୍ଗା ଗ୍ରାମର ଦୁଷ୍ମନ୍ତ ଦଲେଇଙ୍କ ଭଉଣୀ ମମତା ଦଲେଇଙ୍କୁ ଗତ ୧.୩.୨୦୧୨ ତାରିଖରେ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅନ୍ତର୍ଗତ ବୈଦ୍ୟନାଥପୁର ଗ୍ରାମର ଉମେଶ ନାଏକ ବିବାହ କରିଥିଲେ ।
ବିବାହର କିଛିି ଦିନ ଦୁହେଁ ଭଲରେ ରହିଥିଲେ । କିନ୍ତୁ ଅଧିକ ଯୌତୁକ ଦାବୀ କରି ସ୍ୱାମୀ ଉମେଶ ନିର୍ଯ୍ୟାତନା ଦେଇଆସୁଥିଲେ । ଗତ ୧.୪.୨୦୧୨ରିଖରେ ମମତା ଦଲେଇଙ୍କ ଶ୍ୱଶୁର ବିପିନ ନାଏକ ତମ ଭଉଣୀ ସିରିୟସ ଅଛି ବୋଲି ଫୋନରେ ଜଣାଇଥିଲେ । ଖବର ପାଇ ମମତାର ପରିବାର ଲୋକ ଭଉଣୀର ଶ୍ୱଶୁର ଘରକୁ ଆସିଦେଖିଲେ ଯେ ମମତା ମରିପଡିଛି ।
ଭଉଣୀ ମମତାକୁ ତାର ସ୍ୱାମୀ ଉମେଶ ଯୌତୁକ ପାଇଁ ହତ୍ୟା କରିଥିବା ନେଇ ଭାଇ ଗତ ୧.୪.୨୦୧୨ ତାରିଖରେ ବାଉଁଶୁଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ବାଉଁଶୁଣୀ ଥାନା ପକ୍ଷରୁ ଥାନା କେସନଂ ୧୮/୧୨ ରେ ଏକ ଯୌତୁକ ଜନିତ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।
ଏହି ଘଟଣାରେ ପୁଲିସ ସ୍ୱାମୀ ଉମେଶକୁ ଗତ ୩.୪.୨୦୧୨ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରବର୍ତ୍ତୀ ସମୟରେ ମାମଲାଟି ଜିଲ୍ଲା ଦୌରଜଜଙ୍କ ଅଦାଲତରେ ଏସଟି କେସନଂ ୩୯/୧୨ ହୋଇ ବିଚାର ହୋଇଥିଲା । ମାମଲାରେ ସରକାରଙ୍କ ପକ୍ଷରୁ ୧୧ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଦାଲତ ପ୍ରମାଣ ଅଭାବରୁ ଅଭିଯୁକ୍ତ ସ୍ୱାମୀ ଉମେଶ ନାଏକଙ୍କୁ ନିଦ୍ଦୋର୍ଷରେ ଖଲାସ କରିଛନ୍ତି । ମାମଲାକୁ ଅଭିଯୁକ୍ତ ପକ୍ଷରୁ ଆଇନଜୀବୀ ଅଶୋକ କୁମାର ସାହୁ, ପ୍ରଦୀପ ମହାରଣା ପରିଚାଳନା କରୁଥିଲେ ।
ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ରେ ୨୮ ତମ ବୃକ୍ଷ ରକ୍ଷା ବନ୍ଧନ ଉତ୍ସବ ପାଳିତ
ବୌଦ୍ଧ;୧/୯: ରକ୍ଷୀ ପୂର୍ଣିମା ଅବସରରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଯୁବ ରେଡ୍ କ୍ରସ୍ ଏବଂ ଇକୋ କ୍ଲବ ପକ୍ଷରୁ ବୃକ୍ଷ ରକ୍ଷା ବନ୍ଧନ ଉତ୍ସବ ମହା ଧୁମ଼ଧାମରେ ପାଳନ ହୋଇଯାଇଛି । ପ୍ରଥମରେ ମହା ବିଦ୍ୟାଳୟ ପରିସରରେ ସମସ୍ତ ଗଚ୍ଛ ମାନଙ୍କୁ ଫୁଲ ଚନ୍ଦନ ଦେଇ ପୂଜନ କରାଯାଇଥିଲା । ତାପରେ ସାମୁହିକ ଭାବରେ ଅତିଥି ମାନଙ୍କ ସହ ଗଛ ମାନଙ୍କୁ ରାକ୍ଷୀ ବାନ୍ଧି ସ୍ନେହର ସମ୍ପର୍କ ପ୍ରଦର୍ଶନ କରିଥିଲେ ।
ଏହି ଉତ୍ସବ ରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଜଙ୍ଗଲ ବିଭାଗର ସହକାରୀ ବନ ସଂରକ୍ଷକ ଆଶିଷ କୁମାର କଅଁର ଯୋଗଦାନ କରି ଏହି କାର୍ଯ୍ୟକ୍ରମ କୁ ଭୂୟସୀ ପ୍ରଶଂସା କରିବା ସହିତ ଏହା ଦ୍ଵାରା ବୃକ୍ଷ ରୋପଣ ସହ ତାର ସରଂକ୍ଷଣ ହୋଇ ପାରିବ ବୋଲି କହିଥିଲେ ।
ସମ୍ମାନିତ ଅତିଥି ଭାବେ ବୌଦ୍ଧ ଜିଲ୍ଲାର ବରିଷ୍ଠ ଓକିଲ ସୁଧୀର କୁମାର କର୍ଣ୍ଣ, ବୃକ୍ଷ ହିଁ ଜୀବନ ତାକୁ କରିବା ସରଂକ୍ଷଣ ବୋଲି ଅବିହିତ କରି ନିଜ ହାତରେ ତିଆରି କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସା କରିଥିଲେ । ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଏହି କାର୍ଯ୍ୟକ୍ରମର ଆୟୋଜକ ଯୁବ ରେଡ଼କ୍ରସ ର ସମ୍ପାଦକ ତଥା ବିଶିଷ୍ଠ ପରିବେଶବିତ୍ ଅଧ୍ୟାପକ ପ୍ରବୀର ଦାସ ଓ ତାଙ୍କର ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରି ଅଧ୍ୟାପକ ଦାସ ଏହାର ଇତିହାସ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ କ୍ଷ ୧୯୯୬ ମସିହାରେ ଏହି କାର୍ଯ୍ୟକ୍ରମ ପ୍ରଥମେ ବୌଦ୍ଧଜିଲ୍ଲା ରୁ କିପରି ଆରମ୍ଭ ହୋଇ ବର୍ତ୍ତମାନ୍ ସାରା ଦେଶକୁ ବ୍ୟାପି ଯାଇଛି ତାହା ବର୍ଣ୍ଣନା କରିଥିଲେ ।ଏଥିରେ ବନପାଳ, ସ୍ଵାଧୀନ ସାମଲ , ଉଦ୍ଭିଦବିଜ୍ଞାନ ବିଭାଗ ର ପ୍ରଶିକ୍ଷିକା , ମୋନାଲିସା ଆତ୍ମଦର୍ଶିନୀ ଓ ଛାତ୍ରଛାତ୍ରୀ ମାନେ ବହୁ ସହଯୋଗ କରିଥିଲେ ।

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ଟୁଟୁସିଙ୍ଗା ରେ ରକ୍ଷା ବନ୍ଧନ ଉତ୍ସବ ପାଳିତ
ବୌଦ୍ଧ,୧/୯: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ବୌଦ୍ଧ ନଗର ତରଫରୁ ସହରର ଉପକଣ୍ଠରେ ଅବସ୍ଥିତ ଟୁଟୁସିଙ୍ଗା ଗ୍ରାମରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି।
ନଗର କାର୍ଯ୍ୟବାହ ନିରଞ୍ଜନ ମେହେର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଗ୍ରାମର ବିଶିଷ୍ଟ କୃଷକ ହନୁମନ୍ତ ଭୋଇ,ମୁଖ୍ୟବକ୍ତା ଭାବେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଧରଣୀ ଧର ପରିଡ଼ା ଯୋଗଦେଇ ରକ୍ଷା ବନ୍ଧନ ଉତ୍ସବ ମାଧ୍ୟମରେ ପରସ୍ପର କୁ ରକ୍ଷା ସୂତ୍ରରେ ବାନ୍ଧି ଦେଶକୁ ସର୍ବଶ୍ରେଷ୍ଠ ସ୍ଥାନରେ ଆସିନ କରିବା ପାଇଁ ନିଃସ୍ୱାର୍ଥ ଭାବେ କାର୍ଯ୍ୟ କରିବା ପାଇଁ ଆହ୍ବାନ ଦେଇଥିଲେ।
ଜିଲ୍ଲା ପ୍ରଚାର ପ୍ରମୁଖ ପଦ୍ମ ଚରଣ ମେହେର ଅତିଥି ପରିଚୟ କରିଥିଲା ବେଳେ ବିଜୟ କୁମାର ସାହୁ ପ୍ରାର୍ଥନା ଗାନ କରି ଥିଲେ। ସାର ପ୍ରଧାନ, କୀର୍ତ୍ତି ଚନ୍ଦ୍ର ଭୋଇ, ଅନ୍ତର୍ଯ୍ୟାମୀ କରଡିଆ,ଜୟ ସାହୁ,ଧ୍ରୁବ ଚରଣ କରଡିଆ ,ପ୍ରଦୀପ ସାଥୁଆ, ଲକ୍ଷ୍ମୀକାନ୍ତ ଜାନି, ନବୀନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମବାସୀ ଭାଗ ନେଇ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031