Indus Valley Times

ଖରା ପାଇଁ କଲେଜ-ବିଶ୍ୱବିଦ୍ୟାଳୟ ଛୁଟି, ମେ’ ୨ ପର୍ଯ୍ୟନ୍ତ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

 Breaking News

ଖରା ପାଇଁ କଲେଜ-ବିଶ୍ୱବିଦ୍ୟାଳୟ ଛୁଟି, ମେ’ ୨ ପର୍ଯ୍ୟନ୍ତ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ଖରା ପାଇଁ କଲେଜ-ବିଶ୍ୱବିଦ୍ୟାଳୟ ଛୁଟି, ମେ’ ୨ ପର୍ଯ୍ୟନ୍ତ ବନ୍ଦ ରହିବ ଶିକ୍ଷାନୁଷ୍ଠାନ
April 26
15:45 2022

ଭୁବନେଶ୍ୱର, ୨୬/୪: ଆସନ୍ତାକାଲିଠାରୁ କଲେଜ ଯିବେ ନାହିଁ ଛାତ୍ରଛାତ୍ରୀ। କାଲିଠାରୁ ମେ’ ୨ ତାରିଖ ଯାଏ କଲେଜ ଓ ୟୁନିଭର୍ସିଟିରେ କ୍ଲାସ ରୁମ୍ରେ ପଠା ପଢ଼ାହେବ ନାହିଁ।
ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କାଲିଠାରୁ ୟୁଜି/ପିଜି କ୍ଲାସକୁ ବନ୍ଦ କରାଯାଇଛି। ଉଚ୍ଚଶିକ୍ଷା ବିଭାଗର ପକ୍ଷରୁ ଏହି ନିଷ୍ପତ୍ତି ନିଆ ଯାଇଛି।
ଆଜିଠାରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବନ୍ଦ ରହିବ ବୋଲି ଘୋଷଣା କରାଯାଇଥିଲା। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ଦେଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିଲା। ସ୍କୁଲ ଛୁଟି ସତ୍ତ୍ୱେ ମାଟ୍ରିକ ଓ +୨ ପରୀକ୍ଷା ଚାଲୁ ରହିବ।
ରାଜ୍ୟରେ ଆଉ ୪ରୁ ୫ ଦିନ ପ୍ରଚଣ୍ଡ ତାତି ଲାଗି ରହିବ। ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୧ରୁ ୨ ଡିଗ୍ରୀ ବଢ଼ିପାରେ।
ମାତ୍ର ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ହିଟ୍ ୱେଭର ସମ୍ଭାବନା ନାହିଁ। ଏହି ସମୟରେ ଘଡ଼ଘଡ଼ି ସହ ଯେଉଁ ବର୍ଷା ହୋଇଥାଏ। ତାହା ମଧ୍ୟ କମ୍ ରହିଛି।
ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଆଗାମୀ ୫ ଦିନ ଯାଏ କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଇଏମ୍ଡି ଡିଜି ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031